ରାଜ୍ୟ

ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ ୨୦୨୩ ଅନୁଷ୍ଠିତ

ଅନୁଗୁଳ: 

୨୭,୦୮,୨୦୨୩ ରିଖ ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ତରଫରୁସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ୍ଡ ୨୦୨୩ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧୂକରଣ ଅନୁଗୋଳର ଅଧକ୍ଷଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଥ‌ିବା ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟ ମାନଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ପ୍ରବନ୍ଧ ପ୍ରତିଯୋଗିତାରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ପ୍ରଶସିତା ଦାଶ ପ୍ରଥମ ସ୍ଥାନବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଛାତ୍ରୀ ଅନ୍ଦିତା ହୋତା ଦ୍ୱିତୀୟ ସ୍ଥାନ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାନ୍ଧୀମାର୍ଗ, ଅନୁଗୁଳର ଛାତ୍ରୀ ଆକାକ୍ଷା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ବନ୍ତଳ। ଉଚ୍ଚ ବିଦ୍ୟାଳୟର ଛାତ୍ର ଆୟୁଷ ଦେହୁରୀ ପ୍ରଥମ ସ୍ଥାନ, ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ କୁଲାଡର ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହେରାଦ୍ବିତୀୟ ସ୍ଥାନ, ବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଛାତ୍ରୀ ନିର୍ଲିପ୍ତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ | ବକ୍ତୃତା ପ୍ରତିଯୋଗିତାରେ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୁଳର ଛାତ୍ରୀ ଆଲିଶା ସାହୁ ପ୍ରଥମ ସ୍ଥାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗାନ୍ଧୀମାର୍ଗ, ଅନୁଗୁଳର ଛାତ୍ରୀ ସୁଲଗ୍ନା ପ୍ରଧାନ ଦ୍ବିତୀୟ ସ୍ଥାନ, ପତିତପାବନ ଉଚ୍ଚ ବିଦ୍ୟାଳୟ ଜରପଡାର ଛାତ୍ର ରୋୟାଲ ରୋଷନ୍ ସାହୁତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ଖଲାରୀର ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟମାନେ “ସୂର୍ଯ୍ୟ ନମସ୍କାର” ନାମକ କ୍ଷୁଦ୍ର ନାଟକ ପ୍ରଦର୍ଶିତ କରିଥିଲେ। ପରିଶେଷରେ ସମସ୍ତ ବିଜେତା ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓ ବଅରପାଳ ଅଦାଲତର ବିଚାରପତିଗଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟିକୁ ସଚିବ, ଜିଲ୍ଲା ଆଇନସେବା ପ୍ରାଧୂକରଣ ଅନୁଗୋଳ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *