ନିଜ ଜନ୍ମଦିନ ରେ ଦିବ୍ୟାଙ୍ଗଙ୍କୁ ଏକ ଦୋକାନ ଉପହାର ଦେଇ ଚର୍ଚ୍ଚା ରେ ବିକ୍ରମ।
ନିମାପଡ଼ା,(ପି. ଏନ)ନିଜର ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ତେଜରାତି ଦୋକାନ ଉପହାର ଦେଇ ଚର୍ଚ୍ଚାରେ ନିମାପଡାର ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲ । ଅଗଷ୍ଟ ୨୭ ତାରିଖ ନିମାପଡା ର ଜଣାଶୁଣା ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲଙ୍କ ଜନ୍ମଦିନ ଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେ ଏକ ନିଆରା ଢଙ୍ଗରେ ନିଜର ଜନ୍ମଦିନକୁ ପାଳନ କରିଥିଲେ।ଗୋପ ବ୍ଲକ ମୁରୁଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଅଭିମନ୍ୟୁ ମହାନ୍ତି ଙ୍କୁ ଲକ୍ଷାଧିକ ଟଙ୍କା ବ୍ୟୟର ଏକ ତେଜରାତି ଦୋକାନ ବିକ୍ରମ ଉପହାର ରେ ଅଭିମନ୍ୟୁ ଙ୍କୁ ଦେଇଥିଲେ । ନୂଆ ଦୋକାନ ଚାବି ଅଭିମନ୍ୟୁଙ୍କୁ ସେ ପ୍ରଦାନ କରିବା ସହ ରିବନ କାଟି ଦୋକାନର ଶୁଭାରମ୍ଭ ମଧ୍ୟ କରିଥିଲେ । ନୂଆ ଦୋକାନଟିଏ ପାଇ ଅଭିମନ୍ୟୁ ବେଶ ଖୁସି । ନିଜ ଜନ୍ମଦିନରେ କରିଥିବା ଏଭଳି ମହତ କାର୍ଯ୍ୟ ପାଇଁ ମୁରୁଡ଼ା ଗ୍ରାମବାସୀ , ଅଭିମନ୍ୟୁଙ୍କ ପତ୍ନୀ ସୁଚିତ୍ରା ମହାନ୍ତି ସମସ୍ତେ ବିକ୍ରମଙ୍କ ଶତ ଶତ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିକ୍ରମ ସାରା ରାଜ୍ୟବାସୀଙ୍କ ପାଇଁ ଉଦାହରଣ ବୋଲି ମୁରୁଡ଼ା ଗ୍ରାମର ବିଶିଷ୍ଠ ସମାଜସେବୀକା ରାଜଲକ୍ଷ୍ମୀଦାଶ କହିଛନ୍ତି ।ଜୀବନର ସଂଗ୍ରାମକୁ ଅତି ନିକଟରୁ ଦେଖି ଦୁଃଖ କଷ୍ଟକୁ ଅନୁଭବ କରି ନିଜ ଗୋଡ଼ରେ ନିଜେ ଠିଆ ହେବା ସହ ଅନ୍ୟର ଦୁଃଖ କଷ୍ଟକୁ ବୁଝି ପାରୁଥିବା ମଣିଷ ଟିଏ ବିକ୍ରମ କେଶରୀ ସାମଲ ଆଜି ସମାଜ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ।