ରାଜ୍ୟ

ନାକଚିରେ ରକ୍ତଦାନ ଶିବିର ଆୟୋଜିତ, 

୨୪୬ ୟୁନିଟ ରକ୍ତ ସଂଗ୍ରହ

ଅନୁଗୋଳ: ଓଡିଶା  ମୋ  ପରିବାରର ସହ ଆବାହକ ତଥା ବରିଷ୍ଠ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନଙ୍କ ଆହ୍ବାନ କ୍ରମେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗର ବ୍ଲକର ନାକଚିଠାରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର  ଆନୁକୂଲ୍ୟରେ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ( ଜୋନ ନଂ – ୧୨ ) ସ୍ବେଛାକୃତ ରକ୍ତଦାନ ଶିବୀର ଆୟୋଜନ କରାଯାଇଥିଲା | ଏହି ଶିବୀରରେ ୨୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା |

ମୁଖ୍ୟ ଅତିଥୀ ଭାବେ  ଓଡିଶା  ମୋ  ପରିବାରର ସହ ଆବାହକ ତଥା ବରିଷ୍ଠ ବିଜେଡି ନେତା ଇଂ ନଳିନୀକାନ୍ତ ପ୍ରଧାନ ସାମିଲ ହୋଇ ଶିବିରକୁ ଉଦଘାଟନ କରିବା ସହିତ ସମସ୍ତ ରକ୍ତଦାତା ଓ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ | ବିଶିଷ୍ଟଅତିଥୀ ଭାବେ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ତଥା ଯୁବ କଲ୍ୟାଣ ବୋର୍ଡର ଅଧକ୍ଷ ଶ୍ରୀ କୁନ ବିହାରୀ ଦାସ ଉପସ୍ଥିତ ରହି ସମସ୍ତ କର୍ମକର୍ତ୍ତା ଓ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ |

ଏହି ଶିବୀରରେ ସମ୍ମାନୀତ ଅତିଥୀ ଭାବେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର  ଅଧକ୍ଷ ଶ୍ରୀ ସଦାଶିବ ନାୟକ , ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ବବିତା ପ୍ରଧାନ ,ବସୁଧାର ଉପଦେଷ୍ଟା ତଥା ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀ ଦିନେଶ ପ୍ରଧାନ ବିଜୁ ମହିଳା ଦଳର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ବିଦ୍ୟୁତଲତା ପ୍ରଧାନ , ବ୍ଲକ ବିଜେଡି ସଭାପତି ଶ୍ରୀ କୁମୁଦ ଚନ୍ଦ୍ର ପ୍ରଧାନ , କିଶୋରନଗର ବ୍ଲକ ଅଧକ୍ଷା ଶ୍ରୀମତୀ ଶୈରେନ୍ଦ୍ରୀ ପଧାନ , ଜିଲ୍ଲାପରିଷଦ ଶ୍ରୀମତୀ ବିଷ୍ଣୁପ୍ରୀୟା ସାହୁ ଓ ଶ୍ରୀମତୀ ଅନୁପମା ସାହୁ , ଜୋନର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ , ବିଜୁ ଜନତା ଦଳର ସମସ୍ତ ନେତୃମଣ୍ଡଳୀ ସାମିଲ ହୋଇଥିଲେ |

ବିଜୁ ଯୁବ ଜନତା ଦଳର କିଶୋରନଗର ବ୍ଲକ ସଭାପତି ଶ୍ରୀ ଅରୁଣ କୁମାର ସାହୁ , ଜିଲ୍ଲା ଉପସଭାପତି ଶ୍ରୀ ଜିତେନ୍ଦ୍ର ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଆରୁଣୀ ଆଚାର୍ଯ୍ୟ ତଥା ୧୨ ନଂ ଜିଲ୍ଲା ପରିଷଦ ଜୋନ ର ସମସ୍ତ ସରପଂଚ ଓ ସମିତିସଭ୍ୟ ଓ ବିଜୁ ଜନତା ଦଳ, ତଥା ବିଜୁ ଯୁବ, ଛାତ୍ର, ଓ ମହିଳା ଜନତା ଦଳର ସମସ୍ତ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ସଫଳ ଭାବେ ପରିଚାଳନା କରିଥିଲେ ||

ReplyForward

Leave a Reply

Your email address will not be published. Required fields are marked *