ରାଜ୍ୟ

ସରକାରୀ ଡିପ୍ଲୋମା କଲେଜ ରେ ପିଇବା ପାଣି ର ସମସ୍ୟା

ବ୍ରହ୍ମପୁର ୨୯/୦୮/
ବ୍ରହ୍ମପୁର ସରକାରୀ ପଲିଟେକନିକ୍ କଲେଜ ଆଜି କୁ ପ୍ରାୟ ୨୪ ବର୍ଷ ଧରି ଉତ୍ତମ ଶିକ୍ଷା ଦେଇଆସୁଛି ଏଠାରେ ପ୍ରତିବର୍ଷ ଅନେକ ଛାତ୍ରଛାତ୍ରୀ ଉନ୍ନତ ଧରଣର ଶିକ୍ଷା ଗତ ଯୋଗ୍ୟତା ପାଇଁ ଉତିନ୍ନ ହେଉଛନ୍ତି ଏଠାରେ ଅନେକ ଗୁଡ଼ିଏ ଯାନ୍ତ୍ରିକ ବିଭାଗ କାମ କରୁଛି ତେଣୁ ଏଠାରେ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ପାଇବା ପାଇଁ ଏଠି ଯୋଗ ଦିଅନ୍ତି । ଶିକ୍ଷା ଅନୁଷ୍ଠାନ କୁ ଆଜି କୁ ପ୍ରାୟ ଅନେକ ବର୍ଷ ପୁରିଲାଣି ତେଣୁ ସେ ଦୃଷ୍ଟି ରୁ ଏଠାରେ ଅନେକ ଗୁଡ଼ିଏ ସମସ୍ୟା ମାନ ଦେଖି ଦେବାରେ ଲାଗିଲାଣି ଯେପରିକି ସେଥି ମଧ୍ୟରୁ ପିଇବା ପାଣି ର ସମସ୍ୟା ହେଲା ଅନ୍ୟତମ । କଲେଜ ରେ ଦୁଇଟି ବିଲିଡିଙ୍ଗ୍ ରହିଛି ସେଥିମଧ୍ୟରୁ ଗୋଟିଏ ହେଲା ପୁରାତନ ବିଲିଡିଙ୍ଗ୍ ଓ ଅନ୍ୟା ଟି ହେଲା ନୂତନ ବିଲିଡିଙ୍ଗ୍ । ନୂତନ ବିଲିଡିଙ୍ଗ୍ ରେ ପିଇବା ପାଣି ର ସମସ୍ୟା ରହିଛି । ପୁରାତନ ବିଲିଡିଙ୍ଗ୍ ରେ ପିଇବା ପାଣି ର ସୁବିଧା ଥିଲେ ମଧ୍ୟ ତାହା ମଧ୍ୟ ଧିରେ ଧିରେ ନଷ୍ଟ ହେବା କୁ ଲାଗିଲାଣି ତେଣୁ ସରକାର ଙ୍କ ଦୁଷ୍ଟି ଏହି ସମସ୍ୟା ଉପରେ କେବେ ପଡ଼ିବ । ବର୍ତମାନ ଦେଖିବାକୁ ବାକି ରହିଲା କେବେ ଛାତ୍ରଛାତ୍ରୀ ମାନେ ଏହି ସମସ୍ୟା ରୁ ଆସ୍ବସ୍ତି ପାଇବେ ଏବଂ ନୂତନ ବିଲିଡିଙ୍ଗ୍ ରେ ପିଇବା ପାଣି ର ସୁବିଧା ମିଲିବ ।

Leave a Reply

Your email address will not be published. Required fields are marked *