ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଗାଁ କୁ ଚାଲ୍ ଅଭିଯାନ
ହିଞ୍ଜିଳିକାଟୁ, ୦୧/୦୨. ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗାଁ କୁ ଚାଲ୍ ଅଭିଯାନ ର ୭ମ ଦିନରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତର ଗୋପିନାଥପୁର ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଶ୍ରମିକ ଜାଗରଣ ଓ ସଚେତନତା ପାଇଁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ସାଥୀ ତ୍ରିଲୋଚନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗାଁ କୁ ଚାଲ୍ ଅଭିଯାନ ସଂପର୍କରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସହ ସମ୍ପାଦିକା ପେଦିନୀ ପାର୍ବତୀ ଉପସ୍ଥାପନ କରିଥିଲେ। ଜିଲ୍ଲା ସଭାପତି କମ୍ରେଡ ଶଙ୍କର ଶ୍ରମ ବିଭାଗ ର ଭୁଆଁ ବୁଲା ହରିଲୁଟ ନୀତି ଯୋଗୁଁ କିଭଳି ଶ୍ରମିକ ମାନଙ୍କ ଅଧିକାର ହଡ଼ପ କରାଯାଉଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ବ୍ୟାପକ ଶ୍ରମିକ ଜାଗରଣ ଓ ଚେତନା ପାଇଁ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗାଁ କୁ ଚାଲ୍ ଅଭିଯାନ ଗତ ୨୬ ଜାନୁଆରୀ ୨୦୨୩ ରୁ ଆରମ୍ଭ ହୋଇ ଏକମାସ ବ୍ୟାପି ଏହା ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ ।
ହିଞ୍ଜିଳିକାଟୁ ବ୍ଳକ୍ ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନିର୍ମାଣ ଶ୍ରମିକ ମାନଙ୍କ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକରଣ ପାଇଁ ଆବେଦନ କରିଥିବା ଶ୍ରମିକ ମାନଙ୍କ ପଞ୍ଜିକରଣ କ୍ଷେତ୍ରରେ ବହୁ ଅବହେଳାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ମୃତ୍ୟୁ କାଳୀନ, ଝିଅ ବିବାହ ଓ ଶିକ୍ଷା ସହାୟତା ପାଇଁ ଆବେଦନ କରି ମାସ ମାସ ବିତିଗଲେ ସୁଦ୍ଧା ସହାୟତା ମିଳୁନାହିଁ । ପୁଅ ଝିଅ ଙ୍କ ଶିକ୍ଷା ସହାୟତା ପାଇଁ ଆବେଦନ କରି ବର୍ଷ ବର୍ଷ ବିତିଗଲାଣି, ଅନ୍ ଲାଇନ୍ ପୋର୍ଟାଲ ବ୍ୟବସ୍ଥା ଆରମ୍ଭ କରି ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ରୁ ବଞ୍ଚିତ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଛି । ଅନଲାଇନ ପୋର୍ଟାଲରେ ଅନେକ ଗାଁ ଓ ପଞ୍ଚାୟତ ରେକର୍ଡ ଭୁକ୍ତ ହୋଇନଥିବା ଯୋଗୁଁ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧. କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ୧୫୦୦ ଟଙ୍କା ପ୍ରଦାନ କରାଯାଉ।
୨. ନିର୍ମାଣ ଶ୍ରମିକଙ୍କ ପୁଅ ଓ ଝିଅଙ୍କ ଶିକ୍ଷା ପାଇଁ ଶିକ୍ଷା ସହାୟତା ଘୋଷଣା ହୋଇଥିବା ବେଳେ ଯେ କୌଣସି ଗୋଟିଏ ସହାୟତା ସହାୟତା ଆବେଦନ କରିଥିଲେ ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ମିଳିବ ନାହିଁ ଏପରି ଷଡ଼ଯନ୍ତ୍ର ଠିକ୍ ନୁହେଁ । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ।
୩. ଯେଉଁ ନିର୍ମାଣ ଶ୍ରମିକଙ୍କ ପରିବାରର ସଦସ୍ୟ ବା ଉତ୍ତରାଧିକାରୀ ନାହାନ୍ତି, ସେ ଅନଲାଇନ୍ ବ୍ୟବସ୍ଥା ରେ ନବୀକରଣ କରିପାରୁ ନାହାନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଶ୍ରମିକ ମାନଙ୍କ ଅଧିକାର ପ୍ରଦାନ କରାଯାଉ ।
୪. ଅନ୍ ଲାଇନ୍ ରେ ପଞ୍ଜିକରଣ ଓ ନବୀକରଣ କରୁଥିବା ଶ୍ରମିକଙ୍କ ଶୀଘ୍ର ଅନୁମୋଦନ କରାଯାଉ ।
୫. ସମସ୍ତ ସହାୟତା ଆବେଦନ ର ୬୦ ଦିନ ମଧ୍ୟରେ ପ୍ରଦାନ କରାଯାଉ।
୬.ସମସ୍ତ ମନରେଗା ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ କରି ନିର୍ମାଣ ଶ୍ରମିକ ପରିଚୟପତ୍ର ପ୍ରଦାନ କରାଯାଉ ।
୭. ସର୍ବନିମ୍ନ ମଜୁରି ଠାରୁ କମ୍ ମଜୁରୀ ପ୍ରଦାନ କରୁଥିବା ଠିକାଦାର ଓ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବି ଉପସ୍ଥାପନ କରିଥିଲେ। ଏହି ଶ୍ରମିକ ଜାଗରଣ ସଭାରେ ବୁଲି ବେହେରା, ସନ୍ତୋଷିନୀ ନାୟକ, ସଂଯୁକ୍ତା ନାୟକ, ଏନ୍ ଦିଲ୍ଲୀପ, ବିଶ୍ବନାଥ ବେହେରା, ନମିତା ନାୟକ, ଭି ଲକ୍ଷ୍ମୀ ଆଦି ଉପସ୍ଥିତ ଥିଲେ।