ରାଜ୍ୟ

ନୂଆପଡା ଜ଼ିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ, ଦାତୁନାମା ସିଆରପିଏଫ୍ କ୍ୟାମ୍ପ ଉଦଘାଟିତ

ନୂଆପଡା ଜ଼ିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ, ଦାତୁନାମା ସିଆରପିଏଫ୍ କ୍ୟାମ୍ପ ଉଦଘାଟିତନୂଆପଡ଼ା,(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲାକୁ ଏକ ଦିନିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତିଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ସେ ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟ ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ସ୍ଥିତ ଅନୁଧ୍ୟାନ କରିଛନ୍ତି । ପରେ ଦାତୁନାମା ଠାରେ ନବ ନିର୍ମିତ ସିଆରପିଏଫ୍‌ କ୍ୟାମ୍ପର ଉଦଘାଟନ କରିଛନ୍ତି । ଏଠାରେ ସିଆରପିଏଫ ଓ କୋବ୍ରା ଫୋର୍ସ ନିୟୋଜିତ ହୋଇଛନ୍ତି । ସେଠାରେ ଜିଲ୍ଲା ପୁଲିସ ଓ ସିଆରପିଏଫ ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ମଧ୍ୟାହ୍ନରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ମାଓ ମୁକାବିଲା ଉପରେ ସମୀକ୍ଷା କରାଯାଇଛି । ସୀମାନ୍ତରେ ମାଓ ମୁକାବିଲାକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶଧାରାକୁ ତ୍ବରାନ୍ବିତ କରିବାକୁ ଆହ୍ଵାନ କରିଛନ୍ତି । ଏଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଆଇଜି ଅପରେସନ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *