ମୋନlର୍କ ଛକରେ ଗହ୍ମା ଡିଆଁ ପର୍ବ ପାଳିତ
ଗୋପାଳପୁର ( ଚିନ୍ମୟୀ ପାଣିଗ୍ରାହୀ) ସ୍ଥାନୀୟ ମୋନାର୍କ ଛକ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଗହ୍ମା ଡିଆଁ ପର୍ବ ପାଳିତ ହୋଇଛି। ରାକ୍ଷୀ ପୂର୍ଣ୍ଣିମା ସହ ଗହ୍ମା ପୂର୍ଣ୍ଣିମା ଅବସରରେ ଗହ୍ମା ଡିଆଁ ପରମ୍ପରା ଲୋପ ପାଇବା କୁ ବସିଥିବା ବେଳେ ସ୍ଥାନୀୟ କିଛି ସମାଜସେବୀ ପରମ୍ପରା କୁ ବଜାୟ ରଖିବା ଲାଗି ଆୟୋଜନ କରିଥିଲେ ।କୁନି କୁନି ପିଲା ଙ୍କ ପାଇଁ ମାଟି ଓ ଘାସ ଚେକି ଦ୍ଵାରା ଏକ ଗହ୍ମା ଡିଆଁ କରିବା ସହ ମନୋରଞ୍ଜନ ପାଇଁ ସାଉଣ୍ଡ ବାକ୍ସ ଲଗାଯାଇଥିଲା। ପିଲା ମାନଙ୍କୁ ଉତ୍ସାହିତ କରିବା ପାଇଁ ଚକଲେଟ ,ବିସ୍କୁଟ, ଖାତା,ପେନ୍,କମ୍ପାସ ବାକ୍ସ ଆଦି ବାଉଁଶ ରେ ବାନ୍ଧି କୁନି କୁନି ପିଲା ଙ୍କୁ ଡିଆଁଇ ବନ୍ଧା ଯାଇଥିବା ଜିନିଷ କୁ ଛୁଇଁ ଜିନିଷ ନେଇ ଥିଲେ। ତାହା ସହ ପିଲାଙ୍କୁ ଚକଲେଟ୍ ବଣ୍ଟନ କରାଯାଇଥିଲା। ଏହି ପର୍ବରେ ସ୍ଥାନୀୟ ଓ ଆଖ ପାଖ ଅଞ୍ଚଳରୁ ବହୁ କୁନି କୁନି ପିଲା ମାନେ ଗହ୍ମା ଡିଆଁ ପର୍ବ ର ମଜା ନେଇଥିଲେ। ଏହି କାର୍ଯ୍ୟ କ୍ରମକୁ ସ୍ଥାନୀୟ ଅଂଚଳର ଯୁବା ପଣ୍ଡା, ବୁଲୁ ଲେଙ୍କା,ଅରୁଣ ସାହୁ,ଉମା ପାତ୍ର, ସୁଧୀର ପାତ୍ର, ରୀଙ୍କୁ ଲେଙ୍କା, ଟୁଟୁ ପାଢ଼ୀ,ଟୁଟୁ ପାଣିଗ୍ରାହୀ,ଜି. କୁର୍ମା ,ସlମା ରାଓ, କାହ୍ନl ପାତ୍ର, ରୁଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।