ଅଫିସର ମାନଙ୍କର ମୁଖପାତ୍ର ସାଜିଛନ୍ତି ବିଜେଡି ସାଂସଦ ବିଧାୟକ
ବିଜେଡ଼ି ସାଂସଦ ବିଧାୟକ ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ
ଡିଏମ ଫଣ୍ଡ କୁ ହରିଲୁଟ କରିବାକୁ ଯୋଜନା-କାଳନ୍ଦି ସାମଲ
ଅନୁଗୁଳ:ତା ୩୧/୦୮: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗୁରୁବାର ବିଜେପି ର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଅନୁଗୁଳ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବିଜେଡି ଶାସନ କ୍ଷମତା ରେ ଅଛି କିନ୍ତୁ ଅନୁଗୁଳ ଜିଲ୍ଲା ବାସୀ ଙ୍କ ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ଅନୁଗୁଳ ଜିଲ୍ଲା ର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି ।ବିଜେଡି ସାଂସଦ ବିଧାୟକ ନିଜର ଅପାରଗତା ଲୁଚାଇବା ପାଇଁ ରାସ୍ତାରୋକ ଆନ୍ଦୋଳନ କରୁଛନ୍ତି ବୋଲି ସେ କହିଛନ୍ତି।ଏନ ଏସ ଆଇ ସି ର ଡ଼ାଇରେକ୍ଟର କାଳନ୍ଦି ସାମଲ ଅଫିସର ମାନେ ବିଜେଡି ର ଦଳୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମୋଦି ପଠାଉ ଥିବା ଅର୍ଥ ରେ ଜିଲ୍ଲାର ବିକାଶ କାର୍ଯ୍ୟ ଠିକ ଭାବେ ହୋଇ ପାରୁନାହିଁ,ଅପାରଗତା କୁ ବିଜେଡି ସାଂସଦ ବିଧାୟକ ତାଗିଦ କରିବା ପରିବର୍ତ୍ତେ ବାବୁ ମାନଙ୍କର ମୁଖପାତ୍ର ସାଜିଛନ୍ତି ବୋଲି କହିଛନ୍ତି।ଏମ୍ସିଏଲ ର ଆର ପି ଡି ଏ ସି ର ମୁଖ୍ୟ ହେଉଛନ୍ତି ଆର ଡି ସି ଓ ଜିଲ୍ଲାପାଳ,ସାଂସଦ ବିଧାୟକ ସଦସ୍ୟ ଥାଇ କାହିଁକି ଏମ୍ସିଏଲ କ୍ଷତିଗ୍ରସ୍ତ ଙ୍କ ସମସ୍ୟା ସମାଧାନ କରିପାରୁ ନାହାନ୍ତି, ଆର ପି ଡି ଏ ସି ବୈଠକ ନିୟମିତ ନ କରାଇବା ସରକାରୀ ବାବୁ ମାନଙ୍କର ଅପାରଗତା କୁ ବିଜେଡି ସାଂସଦ ବିଧାୟକ ତାଗିଦ କରିବା ପରିବର୍ତ୍ତେ ବାବୁ ମାନଙ୍କର ମୁଖପାତ୍ର ସାଜିଛନ୍ତି,ଏମ୍ସିଏଲ ର କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ୧୨ ବର୍ଷ ହେଲା ଥଇଥାନ ଅଧିକାରୀ ଦେଇ ପାରୁନାହାନ୍ତି ,ସାଂସଦ ବିଧାୟକ କଣ କରୁଛନ୍ତି ? ଭୁ ଅର୍ଜନ ଅଧିକାରୀ ଦୁଇଜଣ ବଦଳରେ ଜଣେ ଅଛନ୍ତି କ୍ଷତିଗ୍ରସ୍ତ ଙ୍କ ପାଇଁ କାଳ ସାଜିଛି ବିଜେଡି ବୋଲି ସେ କହିଛନ୍ତି।ଅନୁଗୁଳ ଜିଲ୍ଲାରେ ଟ୍ରାଫିକ ସମସ୍ୟା ଗୁରୁତ୍ବର, ହାତୀ ଉପଦ୍ରବ ଦୈନିକ ଲୋକ ମୃତ୍ୟୁବରଣ କରୁଛନ୍ତି, ବିଜୁଳି କାଟ,ଧଳା ଜହର, ମହିଳା ଙ୍କ ସୁରକ୍ଷା, ଏବେ ଦୁଇଜଣ ହୋମଗାର୍ଡ ଉପରେ ଉପରିସ୍ଥ ଅଧିକାରୀ ଙ୍କର ନିର୍ଯ୍ୟାତନା ଯୋଗୁଁ ଜଣେ ପ୍ରାଣ ହରାଇବା ଏବଂ ଅନ୍ୟ ଜଣେ ଦୁଇଟି ଗୋଡ଼ ହରାଇ ଅକର୍ମଣ୍ୟ ହେବା ଏ ସବୁ ସମସ୍ୟା କୁ ନେଇ କେବେ ଆନ୍ଦୋଳନ କରିବେ ବିଜେଡି ସାଂସଦ ବିଧାୟକ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି।ବିଗତ ଏମ୍ସିଏଲ ଆର ପି ଡି ଏ ସି ବୈଠକ କୁ ଐତିହାସିକ ବୋଲି କହି ଅଭିହିତ କରିଥିବା ବିଧାୟକ ଏବେ କଣ କମ୍ପାନୀ ଠିକାଦାରୀ ସେଟିଙ୍ଗ ରେ କିଛି ହେଇଛି ବୋଲି ସେ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି।ସମ୍ବଲପୁର -ଅନୁଗୁଳ-କଟକ ୫୫ ନ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ମୋଦି ସରକାର ୪୦୦୦ କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଦେଇ ଚାରି ଲାଇନ ରାସ୍ତା ପକଳ୍ପ କରାଇଲେ , କିନ୍ତୁ ରାଜ୍ୟ ସରକାର ଙ୍କର ଅପାରଗତା ଯୋଗୁ ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଏହା ପଡି ରହିଥିଲା ପୁନଶ୍ଚ ରାଜ୍ୟ ସରକାରଙ୍କ ର ପ୍ରଶାସନିକ ଅପାରଗତା କାରଣରୁ ଆଜି ଯାଏ କାର୍ଯ୍ୟ ଶେଷ ହୋଇ ପାରିନାହିଁ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କ ସହ ଏ ଦିଗରେ କଥା ହୋଇ ଚଳିତ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟ ସରିବ ବୋଲି ଶ୍ରୀ ଗଡ଼କରି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।କିନ୍ତୁ
ପୂର୍ବରୁ ୫୫ ନ ଜାତୀୟ ରାଜପଥ ରାସ୍ତା ମରାମତି କରିବା ନାମରେ ବିଜେଡି ସରକାର ଜିଲ୍ଲା ଖଣିଜ ପାଣ୍ଠି ରୁ ୯ କୋଟି ଟଙ୍କା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଖର୍ଚ୍ଚ କରି ବିନା ଟେଣ୍ଡର ରେ ଦଳୀୟ ଠିକାଦାର ଙ୍କୁ କାର୍ଯ୍ୟ ଦେଇ ପାଉଁଶ ପକାଇ ଯାତାୟତ ଠପ କରି ଅର୍ଥ ଆତ୍ମସାତ କରିଥିଲେ। ପୁନଶ୍ଚ ଜିଲ୍ଲା ଖଣିଜ ପାଣ୍ଠି କୁ ହରିଲୁଟ କରିବାକୁ ଏ ଆନ୍ଦୋଳନ ବୋଲି ସେ କହିଛନ୍ତି।ନିରାଶା ଓ ହତାଶ ମଧ୍ୟରେ ବିଜେଡି ର ବିଧାୟକ ଓ ସାଂସଦ ବୋଲି ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି କହିଛନ୍ତି।ମୋଦି ସରକାର ୧୫୦୦ କୋଟି ଟଙ୍କା ଦେବା ପରେ ମଧ୍ୟ ମେଡିକାଲ କଲେଜ କାହିଁକି ଚାଲି ପାରୁନାହିଁ ସେଥିପାଇଁ ସାଂସଦ ବିଧାୟକ କେବେ ଆନ୍ଦୋଳନ କରିବେ ବୋଲି ଶ୍ରୀ ପାଣି କହିଛନ୍ତି।୪୩ ବର୍ଷ ଧରି ରେଙ୍ଗାଳୀ କ୍ଷତିଗ୍ରସ୍ତ ୬୫୦ ପରିବାର ଓ ୨୨୦୦ ଲୋକଙ୍କ ବିଷୟରେ କେବେ ରାଜ୍ୟ ସରକାର ଚିନ୍ତା କରିବେ କେବେ ଆର ପି ଡି ଏ ସି କରିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି କହିଛନ୍ତି।ସବୁ ପଂଚାୟତ ରେ ଜେଇ କୁ ଠିକାଦାର ସଜେଇ ପିସି କାରବାର ରେ ବିଜେଡି ଲିପ୍ତ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା କହିଛନ୍ତି।ଅନୁଗୁଳ ଜିଲ୍ଲାର ସମସ୍ୟା କୁ ନେଇ କେବେ ମୁଖ୍ୟମନ୍ତ୍ରୀ ଙ୍କୁ ବିଜେଡି ସାଂସଦ ବିଧାୟକ ଭେଟିଛନ୍ତି କି ବୋଲି ବିଜେପି ପ୍ରଶ୍ନ କରିଛି।ଏହି ସାମ୍ବାଦିକ ସମ୍ମିଳନୀ କୁ ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସଂଯୋଜନା କରିଥିଲେ।