ରାଜ୍ୟ

ନରସିଂହପୁର ହାଇସ୍କୁଲରେ ଫକୀରଚରଣ ନାୟକଙ୍କୁ ସମ୍ବର୍ଦ୍ଧନା

ରଣପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ଏକମାତ୍ର ହାଇସ୍କୁଲ୍ ଯାହା ଜନସାଧାରଣଙ୍କ ସହଯୋଗରେ ୧୯୮୭ ମସିହାରେ ସ୍ଥାପିତ ହୋଇଥିଲା; ସେହି ସ୍କୁଲ୍ ଆରମ୍ଭରୁ ୩୬ବର୍ଷ ଧରି ଶିକ୍ଷାଦାନ କରିଥିବା ତାଲିମ ପ୍ରାପ୍ତ ଗ୍ରାଜୁଏଟ୍ ଶିକ୍ଷକ ୬୦ବର୍ଷ ପୂରଣକରି ବିନା ଚାକିରୀ ସର୍ତ୍ତାବଳୀ ବିନା ପେନସନରେ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କ ଠାରୁ ତାଙ୍କ ପ୍ରିୟ ଇଂରାଜୀ ଶିକ୍ଷକ ସ୍ନେହ ଶ୍ରଦ୍ଧା ବିଦାୟ ସମ୍ବର୍ଦ୍ଧନା ନେଇ ଫେରିଛନ୍ତି। ଏହାଥିଲା ପ୍ରତ୍ୟେକ ବକ୍ତା, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଦସ୍ୟମାନଙ୍କର ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି ଉପହାସଜନକ ମନ୍ତବ୍ଯ।
ଖବରରୁ ପ୍ରକାଶ ଯେ, ଗତକାଲି ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଶିକ୍ଷକ ଫକୀର ଚରଣ ନାୟକର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ରଥ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କିଶୋରଚନ୍ଦ୍ର ଭଞ୍ଜ, ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଓଷ୍ଟାର ସଂପାଦକ ମାଣିକେଶ୍ବର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ବିଶ୍ବାଳ, ରଣପୁର ବ୍ଲକ୍ ଓଷ୍ଟା ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ବିଜୟ କୁମାର ପରିଡା, ଯୁଗ୍ମସଂପାଦକ ସୁବାସ ଚନ୍ଦ୍ର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ଦିବାକର ପାଇକରାୟ, ପରିଚାଳନା କମିଟିର ପୂର୍ବତନ ସଂପାଦକ ସୁରେନ୍ଦ୍ର ନାରାୟଣ ସାହୁ, ସିଆରସିସି ଶକ୍ତିପ୍ରସାଦ ଆଚାର୍ଯ୍ୟ, ଗ୍ରାମ୍ୟ କମିଟି ସଭାପତି ରବୀନ୍ଦ୍ରନାଥ ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷକ ଫକୀର ଚରଣ ନାୟକଙ୍କ ତ୍ୟାଗ, କର୍ତ୍ତବ୍ୟନିଷ୍ଠତା, ଛାତ୍ରବତ୍ସଳତା ସମ୍ବନ୍ଧରେ ବକ୍ତବ୍ଯ ରଖିବା ସହିତ ସରକାରଙ୍କ ବ୍ଲକ୍ ଗ୍ରାଣ୍ଟ୍ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ସହକାରୀ ଶିକ୍ଷକ ମାଗିରାମ ମିଶ୍ର, ଗୋଦାବରୀ ନାୟକ, ଶରତ କୁମାର ସାହୁ, ପୁଷ୍କର କୁମାର ପ୍ରଧାନ, ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ଶ୍ରୀଯୁକ୍ତ ନାୟକଙ୍କର ବହୁମୁଖୀ ପ୍ରତିଭା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ପୁରାତନ ଛାତ୍ର ଓ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରୁ ସଦାଶିବ ପେଣ୍ଠୋଇ, ସୁକାନ୍ତ କୁମାର ବେହେରା, ସ୍ନେହାଜିତ୍ ସାମନ୍ତରାୟ, ନୃସିଂହ ଚରଣ ଜେନା, କବିରାଜ ପାଲଟାସିଂହ, ସୁବାସ ଚନ୍ଦ୍ର ମହାନ୍ତି ପ୍ରମୁଖ ବିଦାୟୀ ଶିକ୍ଷକଙ୍କ ଅଭୂଲା ଗୁଣାବଳୀର ପ୍ରଶଂସା କରିଥିଲେ। ଆରମ୍ଭରେ ମୁଖ୍ୟ ଅତିଥି ଓ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପ୍ରଦୀପ ଜାଳି ସଭାରମ୍ଭ କରିଥିଲେ। ଛାତ୍ରୀମାନେ ନୃତ୍ୟ ଓ ସଂଗୀତ ମାଧ୍ୟମରେ ଗୁରୁ ବନ୍ଦନା କୁନି ଗୁରୁମା’ଙ୍କ ନିର୍ଦ୍ଦେଶନାରେ ପରିବେଷଣ କରିଥିଲେ। ନୟାଗଡ ଜିଲ୍ଲା ଓଷ୍ଟାର ଯୁଗ୍ମ ସଂପାଦକ ମନୋଜ କୁମାର ଗୁମାନସିଂହ ସଭାକୁ ସଂଯୋଜନା କରିଥିଲେ। ଶିକ୍ଷକ ମାଗିରାମ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *