ରାଜ୍ୟ

କର୍ଣ୍ଣାଟକ ରାଜ୍ୟରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ଶ୍ରମିକଙ୍କ ନିମିତ ହେଲ୍ପ ଡେସ୍କ, ଓଡିଶା ସରକାର ଙ୍କର ଶ୍ରମ ବିଭାଗ ଏବଂ ବାଙ୍ଗାଲୋର ରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିତରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍ ସହିତ ଖୁବ୍ ଶୀଘ୍ର  ଚୁକ୍ତି ସ୍ୱାକ୍ଷରିତ  ହେବାକୁ ଯାଉଛି

ବଙ୍ଗାଲୋର – ବାଙ୍ଗାଲୋର ରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ହିତରେ କାର୍ଯ୍ୟରତ ଓଡ଼ିଆ ସଂଗଠନ କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍ ର 20 ତମ ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଗତକାଲି ଓଡିଶା ଶ୍ରମବିଭାଗର ଶ୍ରମ ଓ ଇ ଏସ୍ ଇଆ ର ଅତିରିକ୍ତ ସଚିବ ଶ୍ରୀ ନୀତି ରଂଜନ ସେନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଙ୍ଗାଲୋର ପ୍ରବାସୀ ଓଡିଆ ଶ୍ରମିକ ଙ୍କ ପାଇଁ ଏକ ଖୁସି ଖବର ଶୁଣାଇଛନ୍ତି। କର୍ଣ୍ଣାଟକ ରାଜ୍ୟରେ ଓଡିଶା ସରକାର ଖୁବ୍ ଶୀଘ୍ର ସ୍ଥାପନା କରିବାକୁ ଯାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ହେଲ୍ପ ଡେସ୍କ। ବିଗତ ଦଶ ବର୍ଷ ହେବ ବାଙ୍ଗାଲୋର ସହରରେ ପ୍ରବାସୀ ଓଡ଼ିଆ ମାନଙ୍କୁ ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ଆକସ୍ମିକ ଦୁର୍ଘଟଣା ସମୟରେ ସର୍ବଦା ସହଯୋଗ ର ହାତ ବଢ଼ାଇ ଆସୁଥିବା କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍ କୋଭିଡ୍ ପୂର୍ବରୁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ହେଲ୍ପ ଡେସ୍କ ସ୍ଥାପନା କରିବା ନିମନ୍ତେ ଏକ ବୁଝାମଣା ପତ୍ର ଓଡିଶା ସରକାର ଙ୍କ ପାଖକୁ ପଠାଇଥିଲେ। ବର୍ତମାନ ସେହି ବୁଝାମଣା ପତ୍ର କୁ ପୁନର୍ବାର ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହାର ଫଳାଫଳ ପ୍ରକାଶ କରିବାପାଇଁ ଉଛସ୍ତରୀୟ ବିଭାଗକୁ ପଠାଯାଇଛି। ଅତି ଶୀଘ୍ର ଓଡିଶା ସରକାର ଏହାର ନିଷ୍ପତି ନେଇପାରନ୍ତି ବୋଲି ଶ୍ରମ ଓ ଇଏସ୍ଆଇ ଅତିରିକ୍ତ ସଚିବ ନୀତି ରଂଜନ ସେନ୍ ତାଙ୍କ ଅଭିଭାଷଣରେ କହିଛନ୍ତି। ଗତକାଲି କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍ ଦ୍ୱାରା ଆୟୋଜନ କରାଯାଇଥିବା ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରରେ ପାଖାପାଖି ଚାରି ଶହ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ସଂଗଠନ ତରଫରୁ କୁହାଯାଇଛି। ବାଙ୍ଗାଲୋର ସହରର ର ଉପକଣ୍ଠ ବୋମାସନ୍ଦ୍ର ସରକାରୀ ବିଦ୍ୟାଳୟ ରେ ଅନୁଷ୍ଠିତ ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଛଅ ସହ ରୁ ଉର୍ଦ୍ଧ ଶ୍ରମିକ ଭାଗ ନେଇଥିଲେ ଏବଂ ଆଖି, କାନ, ସ୍ତ୍ରୀରୋଗ, ଆଣ୍ଠୁଗଣ୍ଠି ରୋଗ, ହୃଦରୋଗ ଭଳି ନଅଟି ବିଭାଗର ଡାକ୍ତର ସେଠାରେ ଉପସ୍ଥିତ ଥିଲେ । ଏହି ଶିବିରରେ ଚେନାଇ ମୁଖ୍ୟ ଆପୋଲୋ ହସ୍ପିଟାଲ ରୁ ବରିଷ୍ଠ ହୃଦ୍ରୋଗ ଡାକ୍ତର ଦିଲୀପ ମିଶ୍ର, ପାକସ୍ଥଳୀ ବିଭାଗ ଡାକ୍ତର ସୁଦୀପ୍ତ କୁମାର ସ୍ୱାଇଁ ,ଶ୍ରୀରୋଗ ବିଶେଷଜ୍ଞ ପ୍ରଫେସର  ସୁନିତା ସାମଲ ତଥା ବାଙ୍ଗାଲୋର ଆପୋଲୋ ହସ୍ପିଟାଲ ର ବହୁ ଡାକ୍ତର ଯୋଗଦେଇଥିଲେ। ଚାରିସହ ଶ୍ରମିକ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଟଥିବାବେଳେ ସମସ୍ତଙ୍କୁ ସଂଗଠନ ତରଫରୁ ମାଗଣାରେ ମେଡ଼ିସିନ ମଧ୍ୟ ଯୋଗାଇ ଦିଆ ଯାଇ ଥିଲା। ଛଅ ସହରୁ ଉର୍ଦ୍ଧ ଶ୍ରମିକଙ୍କୁ ସଂଗଠନ ତରଫରୁ ମାଗଣାରେ ଓଡ଼ିଆ ଖାଦ୍ୟ ବଣ୍ଟନ କରା ଯାଇଥିଲା। ଏହି କାର୍ଯ୍ୟ କ୍ରମକୁ କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ୍ ଚନ୍ଦାପୁରା ଶାଖାର ଅଧକ୍ଷ ସତ୍ୟରଞ୍ଜନ ଦାସ ଉପଧକ୍ଷ ସୁଶାନ୍ତ କୁମାର ନାଥ ତଥା ସମ୍ପାଦକ ଆଶିଷ କୁମାର ସାହୁ ପରିଚାଳ ନା ଦାୟିତ୍ୱରେ ଥିବାବେଳେ ସନ୍ତୋଷ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ପାତ୍ର, କାଳି ନୃସିଂହ ରଥ, ଲକ୍ଷ୍ମୀଧର ମଲିକ,କାଳନ୍ଦୀ ଦାସ , ଦେବ ପ୍ରସାଦ ବେହେରା,ନରେନ୍ଦ୍ର ସାହୁ, ମନ୍ଦାର୍ଧର ସାହୁ, ମହେଶ୍ଵ କୁମାର ଜେନା ,ସର୍ବେଶ୍ୱର ସାହୁ ତଥା ସମସ୍ତ ଇସି ସଦସ୍ୟ ମାନେ ଏଥିରେସହଯୋଗ କରିଥିଲେ। ଓଡିଶା ସରକାର ଙ୍କ ଅତିରିକ୍ତ ସଚିବ ଙ୍କର ବାଙ୍ଗାଲୋର ସହରରେ  ହେଲ୍ପ ଡେସ୍କ ଗଠନର ଘୋଷଣା ହେବା ପରେ ବାଙ୍ଗାଲୋର ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *