ବିଶ୍ଵ ସଂସ୍କୃତ ଦିବସ ରେ ଶ୍ରୀ ଗୀତ ଗୋବିନ୍ଦ ଆସର।
ନିମାପଡ଼ା,( ପି .ଏନ) ବିଶ୍ଵ ସଂସ୍କୃତ ଦିବସ ଅବସର ରେ ପ୍ରାଚୀ ନଦୀ ତଟ ମହାବୀର ପୀଠ ଠାରେ ଆଜି ଶ୍ରୀ ଗୀତ ଗୋବିନ୍ଦ ଆସର ଅନୁଷ୍ଠିତ ହୋଇଛି।ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଆବାହକ ପଣ୍ତିତ ତ୍ରିଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀ କୂଳରେ ମହାକବି ଜୟଦେବ ଙ୍କ ଦ୍ଵାରା ସଂସ୍କୃତ ରେ ରଚିତ ମହାକାବ୍ୟ ଗୀତ ଗୋବିନ୍ଦ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ଓ ପ୍ରିୟ କାବ୍ୟ ହୋଇଥିବାରୁ ପ୍ରାଚୀ ଉପତ୍ୟକା ର ସର୍ବସାଧାରଣ ଗର୍ବିତ ବୋଲି କହିଥିଲେ। ସେ ସଂସ୍କୃତ ଭାଷା ସହ ଓଡ଼ିଆ ଭାଷା କୁ ବି ବିଶ୍ଵ ଦରବାର ରେ ପରିଚିତ କରାଇ ପାରିଥିଲେ। ଏହି ଆସର ରେ ଅନୁଷ୍ଠାନ ର ଉପଦେଷ୍ଟା ଡ଼ଃ. ସନ୍ତୋଷ ମିତ୍ର, ରାଧାଶ୍ୟାମ ପ୍ରଧାନ,କୈଳାସ ଚନ୍ଦ୍ର ନାୟକ,ସଂସ୍କୃତ ଅଧ୍ୟାପିକା ଡ଼ଃ. ଚିନ୍ମୟୀ ମିଶ୍ର ପ୍ରମୁଖ
ଯୋଗଦାନ କରି ସଂସ୍କୃତ ସାହିତ୍ୟ ର
କାଳଜୟୀ ରଚନା ଉପରେ ଆଲୋକପାତ କରିଥିଲେ। ଏହି ଆସର ରେ ବହୁ ବୁଦ୍ଧିଜୀବୀ ଙ୍କ ସହିତ କଲେଜ ଛାତ୍ରୀ ଯୋଗ ଦେଇଥିଲେ।