ରାଜ୍ୟ

ଗୁରୁଜାଙ୍ଗ ଓ ପଦ୍ମାବତୀପୁର ପଂଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ
ରାଜ୍ୟରେ ଭ୍ରଷ୍ଟ ,ଅତ୍ୟାଚାରୀ ପିସି ସରକାର କୁ ବଦଳାଇବା ପାଇଁ ଲୋକେ ମନ ବଳାଇଲେଣି-କାଳନ୍ଦି ସାମଲ

ତାଳଚେର :ତା୫/୯: ତାଳଚେର ବ୍ଲକର ଗୁରୁଜାଙ୍ଗ ଓ ପଦ୍ମାବତୀପୁର ପଞ୍ଚାୟତ ଅଫିସ୍ ସମ୍ମୁଖରେ ବିଜେପି ତରଫରୁ ମଙ୍ଗଳବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁର୍ନୀତି, ଭଷ୍ଟାଚାର, ବଂଶବାଦ,ବ୍ୟାପକ ପିସି କାରବାର ବିରୋଧରେ ବିଜେପି ତରଫରୁ ତାଳଚେରର ବିଶ୍ଵସ୍ତ ସେବକ ତଥା ଭାରତ ସରକାରଙ୍କର କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲ ଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ ଗରିବ କଲ୍ୟାଣ ର ପ୍ରୟୋଗଶାଳା କରି ବିଭିନ୍ନ ଜନ କଲ୍ୟାଣ ଯୋଜନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା କହିବା ସହିତ ତାଳଚେର ବ୍ଲକ ର ପ୍ରତି ପଂଚାୟତ ରେ ବିଜେଡି ପ୍ରାୟୋଜିତ ଜେଇ କୁ ଠିକାଦାର ସଜେଇ ବ୍ୟାପକ ପିସି କାରବାର ଦୁର୍ନୀତି କରି ଚାଲିଛି ବୋଲି ବିଜେପି ନେତା କାଳନ୍ଦି ସାମଲ ପ୍ରକାଶ କରିଛନ୍ତି। ମୋଦି ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ ୬୦ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ଅନୁଗୁଳ ଜିଲ୍ଲା ପାଇଁ ଆସିଥିବା ବେଳେ ଏଠିକାର ବିଧାୟକ ସାଂସଦ ଟଙ୍କା ଟିଏ ସ୍ୱତନ୍ତ୍ର ଅନୁଦାନ ନ ଆଣି ଭତ୍ତା ବାଣ୍ଟିବା ଓ ଫିତା କାଟିବା ପାଇଁ ପ୍ରତିଯୋଗିତା କରୁଥିବା ଶ୍ରୀ ସାମଲ କହିଥିଲେ। ମୋଦି ସରକାର ଚତୁର୍ଦ୍ଦଶ ତଥା ପଞ୍ଚଦଶ ଅର୍ଥ କମିଶନ ରେ ଗୋଟିଏ ଗୋଟିଏ ପଂଚାୟତ ର ଉର୍ଣ୍ଣତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଦେଉଥିବା ବେଳେ ବିଜେଡି ସରକାର ପଲ୍ଲୀ ସଭା ଗ୍ରାମସଭା ନ କରାଇ ସରକାରୀ କର୍ମଚାରୀ ଙ୍କ ନାମରେ ଡିପାର୍ଟମେଣ୍ଟାଲ କାମ ରଖି ଅଧିକ ପିସି ଦେଉଥିବା ଦଳୀୟ ଠିକାଦାର ଙ୍କୁ କାମ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି।ମୋଦି ପଠାଉଥିବା ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ସବୁ ଯୋଜନା ରେ ସାଧାରଣ ଗରିବ ଲୋକ ହକ ପାଇବାରୁ ବଞ୍ଚିତ ,ବିଜେଡି ସରକାର ଦଳୀୟ ଆଧାରରେ ହିତାଧିକାରୀ ଚୟନ କରିବା ସହ ବ୍ୟାପକ ପିସି କାରବାର ଚାଲିଛି ବୋଲି ସେ ପ୍ରକାଶ କରିଥିଲେ।ରାଜ୍ୟରେ ଭ୍ରଷ୍ଟାଚାରୀ, ଅତ୍ୟାଚାରୀ, ପିସି ସରକାର କୁ ବଦଳାଇବା ପାଇଁ ସାଧାରଣ ଲୋକ ମନ ବଳାଇଲେଣି ବୋଲି ସେ କହିଛନ୍ତି।ଗୁରୁଜାଙ୍ଗ ପଂଚାୟତ ରେ ମଣ୍ଡଳ ସଭାପତି ନରେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ପଂଚାୟତ ପ୍ରମୁଖ ନରେଶ ଚନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ପ୍ରାକ୍ତନ ସରପଞ୍ଚ ସୁଶାନ୍ତ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ଖଇରା ପ୍ରଧାନ ଓ କୃଷ୍ଣଚନ୍ଦ୍ର ଦାସ, ସନ୍ଥପଡା ସରପଞ୍ଚ ସହଦେଵ ସାହୁ, ଯୁବମୋର୍ଚା ମଣ୍ଡଳ ସଭାପତି ଦିବ୍ୟରଞ୍ଜନ ଦାସ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପାଣି ,ଓ ସମସ୍ତ ବୁଥ ସଭାପତି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।ସେହିପରି ପଦ୍ମାବତୀ ପୁର ପଂଚାୟତ ରେ ବିଜେପି ର ଶକ୍ତିକେନ୍ଦ୍ର ପ୍ରମୁଖ କୃଷ୍ଣଚନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ତାପସ ସାହୁ, ରଞ୍ଜନ ପ୍ରଧାନ, ସରୋଜ ସାହୁ, ପିଣ୍ଟୁ ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *