ଭଞ୍ଜ ବିହାର ରେ ୬ ଜଣିଆ ବିଶ୍ଵ ବ୍ୟାଙ୍କ ଟିମ୍ “ ବିଶ୍ଵ ବ୍ୟାଙ୍କ ପକ୍ଷରୁ ବିଶ୍ଵ ବିଦ୍ୟାଳୟ ପରିଦର୍ଶନ “*
ବ୍ରହ୍ମପୁର- (ଚିନ୍ମୟୀ ପାଣିଗ୍ରାହୀ) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ଥରେ ୬ ଜଣିଆ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଏକ ଟିମ୍ ଆସି ପରିଦର୍ଶନ କରିଛି । ଉକ୍ତ ଟିମ୍ ରେ ଡେନିସ୍ ନିକୋଲାଭ, ସଂଗୀତା ପୋଲୋ, ସଂଗୀତା ଦେ, ପପିଆ ଭଟ୍ଟାଚାର୍ଯ୍ୟ, ରାଜୀବ ଅଗ୍ରୱାଲ , ମୋନିକା ଚାୱଲା ପ୍ରମୁଖ ବିଶ୍ଵବିଦ୍ୟାଳୟ ପରିସର ପରିଦର୍ଶନ କରିଥିଲେ । ବିଶ୍ଵ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ମିଳିଥିବା ଅନୁମୋଦିତ ଅର୍ଥ ର ସଫଳ ବିନିଯୋଗ ଏବଂ ବଳକା ରହି ଯାଇଥିବା ଅର୍ଥ ର ବିଶେଷ ଅନୁଧ୍ୟାନ କରିଥିଲେ ।
ଉକ୍ତ ଟିମ୍ ସହିତ କୁଳପତି ଙ୍କ ସମେତ କୁଳ ସଚିବ, ପିଜି ଅଧ୍ୟକ୍ଷ, ଉପ ପରୀକ୍ଷା ନିୟନ୍ତ୍ରକ , ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ପରିଦର୍ଶନ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ପ୍ରଥମ ପର୍ଯ୍ୟାୟରେ ବିଶ୍ଵ ବିଦ୍ୟାଳୟ ରେ ଥିବା କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର କୁ ଯାଇ ସେଠାରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ , ସରିଥିବା ପ୍ରକଳ୍ପ ଏବଂ ଚାଲୁ ରହିଥିବା ପ୍ରକଳ୍ପ ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ଅନୁଧ୍ୟାନ କରିଥିଲେ । ଏବଂ ଗବେଷଣା ବ୍ୟବହାର ରେ ଖର୍ଚ୍ଚ ହୋଇଥିବା ଅର୍ଥ ରାଶି ବାବଦରେ ସବିଶେଷ ତଥ୍ୟ ପ୍ରମାଣକୁ ପଚାରି ବୁଝିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟ ରେ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ର ନୁନତ କୋଠା , ଏବଂ ପରୀକ୍ଷା ନିୟନ୍ତ୍ରକ ବିଭାଗ ର ନୂଆ କୋଠାକୁ ଗସ୍ଥ କରି ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ଅର୍ଥ ରାଶିର ସଠିକ୍ ପରିଚାଳନା ଏବଂ ବ୍ୟବସ୍ଥା ର ରିପୋର୍ଟ୍ ସଂଗ୍ରହ କରି ଫେରି ଥିଲେ ଟିମ୍।