ରାଜ୍ୟ

ମାଧ୍ବୀ ଷ୍ଟଡି ସେଣ୍ଟର ତରଫରୁ ଗୁରୁ ଦିବସ ପାଳିତ

ମାଲକାନଗିରି।ତା:୦୬/୦୯
ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ ମାଧ୍ବୀ ଷ୍ଟଡି ସେଣ୍ଟର ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତାମୀ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଭୂଦେବ ମହାନନ୍ଦିଆ, ସାମାଜସେବୀ ସୋନୁ ଅନୁଗ , ପୂର୍ବତନ ସରପଞ୍ଚ ଦଶରଥ ଡୁରୁକା ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟ ବକ୍ତା କେଶବ ଚନ୍ଦ୍ର ନାୟକ ଗୁରୁ ଦିବସର ତାତ୍ପର୍ଯ୍ୟ, ଗୁରୁ ପରମ୍ପରା, ଅତୀତ ଏବଂ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଜଗଦୀଶ କାର୍ତ୍ତାମୀ କହିଲେ ଯେ ସରକାରୀ ସ୍କୁଲରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ବିଶେଷ କରି ଗରିବ ଶ୍ରେଣୀର। ସେଠାରେ ଭଲ ଶିକ୍ଷା ଦାନ ହେଉ ନଥିବାରୁ ପରୀକ୍ଷାରେ ଭଲ ମାର୍କ ରଖି ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇ ପାରନ୍ତି ନାହିଁ,ଫଳରେ ଭବିଷ୍ୟତରେ ଖଣ୍ଡେ ସରକାରୀ ମିଳେ ନାହିଁ।ମାଲକାନଗିରି ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ଯେଉଁ ପାଠ ପଢ଼ୁଛନ୍ତି , ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ।
ଯେଉଁମାନେ ପ୍ରାଇଭେଟ୍ ସ୍କୁଲ, କଲେଜରେ ପାଠ ପଢୁଛନ୍ତି, ସେହି ପିଲା ମାନେ ଭଲ ମାର୍କ ଆଣି ଭବିଷ୍ୟତରେ ଚାକିରୀ ଖଣ୍ଡେ ପାଉଛନ୍ତି। ତେବେ ଏଥି ପାଇଁ ଆର୍ଥିକ ସ୍ବଛଳ ବର୍ଗ ପରିବାର ହେଲେ ହିଁ ସମ୍ଭବ ପର ହୋଇ ପାରିବ । ବର୍ତ୍ତମାନ ଆଉ ଏକ ସମସ୍ୟା ଦେଖାଦେଇଛି, ସରକାରୀ ନିଯୁକ୍ତି କ୍ଷେତ୍ରରେ। ଆଗରୁ ଜିଲ୍ଲା ସ୍ତରୀୟ ନିଯୁକ୍ତି ମିଳୁଥିଲା, ଯେଉଁ ଜିଲ୍ଲା ର ଯୁବକ ଯୁବତୀମାନେ,ନିଜ ଜିଲ୍ଲାରେ ଚାକିରୀ ପାଉଥିଲେ। ଏବେ ପ୍ରତିଯୋଗିତାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଶିକ୍ଷତ ଯୁବକ ଯୁବତୀମାନେ ଚାକିରୀ ପାଇବା ଅସମ୍ଭବ
ହୋଇ ପଡ଼ିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଆଇନଜୀବୀ ଭୂଦେବ ମହାନନ୍ଦିଆ କହିଲେ ଯେ ଆମକୁ ଇଂରାଜୀ ମାଧ୍ୟମରେ ପାଠ ପଢ଼ିବାକୁ ହେବ, ଅନେକ ପୁସ୍ତକ ଆଜି ମଧ୍ୟ ଓଡ଼ିଆ ଭାଷାରେ ଅନୁବାଦ ହୋଇ ନାହିଁ। ଓଡ଼ିଆ ଭାଷା ଓଡ଼ିଶାରେ, ହିନ୍ଦୀ ଭାଷା ଉତ୍ତର ଭାରତରେ ଏବଂ ଇଂରାଜୀ ଭାଷାରେ ଜାଣିଲେ ସବୁଦେଶରେ ପ୍ରଚଳିତ ରହିଛି ବୋଲି ସେ ମତ ପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ସୋନୁ ଅନୁଗ କହିଲେ ଯେ, ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଯାହାକି ମନୁଷ୍ୟକୁ ଉଚ୍ଚ ସ୍ତରକୁ ନେଇ ପାରିବ, ଏଣୁ ଶିକ୍ଷା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ମତ ପୋଷଣ କରୁଥିଲେ।ନିତେଶ ଅନୁଗ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରେମ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ। ଏହା ବ୍ୟତୀତ ବିଶ୍ୱାମିତ୍ର ମାଡକାମୀ,ମାଧବ ପଡିଆମୀ,ଇର୍ସା ମାଡି, ସୁବାସ ସୋଡି, ସଂଜିତ ପଡିଆମୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ମୁକା ମାଡି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *