ରାଜ୍ୟ

ମହାନ ସଂଘ ପକ୍ଷରୁ ଗୁରୁ ବନ୍ଦନା ଉତ୍ସବ ମହା ସମାରୋହରେ ପାଳିତ।*
*ଉତ୍ତମ ଗୁରୁ ଶିଷ୍ୟ ପରମ୍ପରା ,ଉତ୍ତମ ଶ୍ରେଷ୍ଟ ନାଗରିକ ସୃଷ୍ଟି କରିପାରିବ।*

ବ୍ରହ୍ମପୁର -(ଚିନ୍ମୟୀ ପାଣିଗ୍ରାହୀ)
ସଂପ୍ରତି ଅନେକ ଯାଗାରେ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ରେ ଘୋର ବିପର୍ଯ୍ୟୟ ସୃଷ୍ଟି ଯୋଗୁ
ଶିକ୍ଷା କ୍ଷେତ୍ର ରେ ଅବନତି ଘଟିଛି। ଗୁରୁ ଶିଷ୍ୟ ଓ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଉତ୍ତମ ପରମ୍ପରା ସୃଷ୍ଟି ହୋଇପାରିଲେ, ଉତ୍ତମ ନାଗରିକ ସୃଷ୍ଟି ହୋଇପାରିବେ।ଉତ୍ତମ ନାଗରିକ ସୃଷ୍ଟି ହେଲେ ଏକ ବିକଶିତ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ ହୋଇପାରିବ।ଏଥି ନିମନ୍ତେ ସବୁ ସ୍ତରରୁ ପ୍ରୟାସ ଆବଶ୍ୟକ ରହିଛି ବୋଲି
ଅଗ୍ରଣୀ ଅନୁଷ୍ଠାନ ମହାନ ସଂଘ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଗୁରୁ ବନ୍ଦନା ଉତ୍ସବ ପାଳନ ଅବସରରେ ବିଶିଷ୍ଟ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ବିଶିଷ୍ଟ ସମାଜସେବୀ ତଥା ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟ କ୍ରମରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ପୂର୍ବତନ କୁଳପତି ପ୍ରଫେସର ଡ. ମନ୍ମମଥ ପାଢ଼ୀ, ପୂର୍ବତନ କୁଳପତି ପ୍ରଫେସର ଶ୍ରୀ ଅମେରନ୍ଦ୍ର ପ୍ରସାଦ ମିଶ୍ର ଓ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପୂର୍ବତନ କୁଳପତି ଶ୍ରୀ ଜୟନ୍ତ ମହାପାତ୍ର ବିଶିଷ୍ଟ ଅତିଥ ଭାବେ ଯୋଗାଦେଇ ଉନ୍ନତ ମାନର ଶିକ୍ଷା, ଗୁରୁ ଶିଷ୍ୟ ପରମ୍ପରା, ଶିକ୍ଷା ଓ ଶିକ୍ଷା ଅନୁଷ୍ଠାନ ର ପରିଚାଳନା ପଦ୍ଧତି ଉପରେ ଆଲୋଚନା କରିବା ସହ ମହାନ ସଂଘ ର ଗୁରୁଙ୍କୁ ସମ୍ମାନ ନିମନ୍ତେ ଗୁରୁ ବନ୍ଦନା ଉତ୍ସବ ଅତି ପ୍ରସଂସନିୟ ବୋଲି ମତ ବ୍ୟକ୍ତ କରିଥିଲେ। ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟ କ୍ରମ କୁ ଶୁଭାରମ୍ଭ  କରିବା ସହ ମହାନ ସଂଘ ର ଗୁରୁ ଦିବସ ଅବସରରେ ଗୁରୁ ବନ୍ଦନା ଉତ୍ସବ ଏକ ନୂତନ ପରମ୍ପରା ସୃଷ୍ଟି କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନକ ମଧ୍ୟରେ ଡେପୁଟି କମିଶନର ଶ୍ରୀ ବିନୋଦ କୁମାର ବେହେରା, ଡ ବାଇଲଡୁ ପାଣିଗ୍ରାହୀ, ସାମ୍ବାଦିକ ଶ୍ରୀ ଗୋପାଳ ପଟନାୟକ, ଶ୍ରୀମତୀ ସବିତା ସୁଆର,ବରିଷ୍ଟ ସଦସ୍ୟ ସିମଞ୍ଚଲ୍ ପାଣିଗ୍ରାହୀ, ସମ୍ପାଦକ ପ୍ରସାନ୍ତ ପାତ୍ର ମଞ୍ଚାଷିନ ଥିଲେ। ଶ୍ରୀ ସମୀର ଆଚାର୍ଯ୍ୟ ସଭା ସଂଯୋଜନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରି ନନ୍ଦ, ଶ୍ରୀମତୀ ମମତା ପାଢ଼ୀ,ମୃତ୍ୟୁଞ୍ଜୟ ସାହୁ, ସତ୍ୟ ମହାରଣା, ସୁଶାନ୍ତ ସାହୁ, ଜୟଶ୍ରୀ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  70 ଜଣ ବିଭିନ୍ନ  ବର୍ଗ ର ଗୁରୁ ବୃନ୍ଦଙ୍କୁ ଗୁରୁ ପୂଜନ କରାଯିବା ସହ ଅଙ୍ଗ ବସ୍ତ୍ର ଓ ମାନ ପତ୍ର ପ୍ରଦାନ କରାଯିବା ସହ ଚତ୍ର ଛାତ୍ରୀ ଙ୍କ ଦ୍ଵାରା ବନ୍ଦନା କରାଯାଇଥିଲା , ଆଦ୍ୟଶ୍ରି ସାବତ ସ୍ବାଗତ ନୃତ୍ୟ ଓ ଶ୍ରୀ ସୁଦିପ ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜଳାଞ୍ଜଳି, ଓଡ଼ିଆନ ଗୁରୁକୂଳ , ଆରାଧ୍ୟ। ନୃତ୍ୟ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ , ବୋଲ୍ଡ ଏଣ୍ଡ ବ୍ୟୁଟି ତରଫରୁ ଗୁରୁ ଶିଷ୍ୟ ପରମ୍ପରା କ୍ଷୁଦ୍ର ନାଟକ ଉଚ୍ଚ ପ୍ରଶଂସିତ ହୋଇଥିଲା।
ଏହି ଅବସରରେ ଓଡ଼ିଶାର ପୂର୍ବତନ ବାଚସ୍ପତି , ବିଶିଷ୍ଟ ରାଜନେତା ତଥା ମହାନ ସଂଘ ର ଉପଦେଷ୍ଟା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ବିୟୋଗରେ ଶୋକସଭା ଅନୁଷ୍ଟିତ କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତୀ କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବହୁ ଶିକ୍ଷା ଅନୁଷ୍ଠାନ ର ଅଧ୍ୟକ୍ଷା, ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା 

Leave a Reply

Your email address will not be published. Required fields are marked *