ମହିଳା ଉଦ୍ୟୋଗୀମାନଙ୍କର ଜିନ୍ଦଲ ଷ୍ଟେନଲେସ ICD ପରିଦର୍ଶନ
ଯାଜପୁର, ତା 07/09/2023 ରିଖ, MSME (ଓଡିଶା) ରେ ପଞ୍ଜୀକୃତ ମହିଳା (ରପ୍ତାନିକାରୀ) ଉଦ୍ୟୋଗୀମାନେ କଳିଙ୍ଗନଗର ଶିଳ୍ପ କ୍ଷେତ୍ର, ଦାନଗଦି ,ଯାଜପୁର ରେ ଅବସ୍ଥିତ ଜିନ୍ଦଲ ଷ୍ଟେନଲେସ ର ICD (ଇନଲ୍ୟାଣ୍ଡ କଣ୍ଟେନର ଡିପୋ )ପରିଦର୍ଶନ କରି JSL ଆଇସିଡି ଯାଜପୁର ମାଧ୍ୟମରେ ରପ୍ତାନି ପ୍ରକ୍ରିୟାକରଣ, କଷ୍ଟମ୍ସ କ୍ଲିୟରାନ୍ସ ର ସମ୍ଭାବନା ବିଷୟରେ ବୁଝିଥିଲେ। ପ୍ରାୟ 25 ଜଣ ମହିଳା ଉଦ୍ୟୋଗୀ, MSME (ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ର ମୁଖ୍ୟ ସଚ୍ଚିବ, ଶ୍ରୀଯୁକ୍ତ ଶାଶ୍ୱତ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ତା 04/09/2023 ରିଖ ରେ ଜିନ୍ଦଲ ଷ୍ଟେନଲେସ ର ICD ପରିଦର୍ଶନ କରିଥିଲେ ଏବଂ ଜିନ୍ଦଲ ଷ୍ଟେନଲେସ ର ସିନିୟର ମ୍ୟାନେଜମେଣ୍ଟ ସହିତ ପାରସ୍ପରିକ ଆଲୋଚନା କରିଥିଲେ, ଯେଉଁଥିରେ ୟୁନିଟ ହେଡ଼, ଶ୍ରୀ ଦୀପକ ଅଗ୍ରୱାଲ ଏବଂ ଲଜିଷ୍ଟିକ୍ ହେଡ଼, ଶ୍ରୀ ଭି ଭେଙ୍କଟେଶ୍ଵର ରାଓ ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରିଥିଲେ। ମହିଳା ଉଦ୍ୟୋଗୀମାନେ ସେମାନଙ୍କର ଉତ୍ପାଦ ଗୁଡିକ ରପ୍ତାନି କରିବା ପାଇଁ ICD ର ବ୍ୟବହାର କରିବା ପାଇଁ ବିଶ୍ୱ ବାଣିଜ୍ୟ କେନ୍ଦ୍ର (World Trade center) ର ଭୁବନେଶ୍ୱର ଶାଖା ମହିଳା ଉଦ୍ୟୋଗୀ ମାନଙ୍କୁ ଜଣାଇଥିଲେ ଏବଂ ଏହି ପରିଦର୍ଶନ କାର୍ଯ୍ୟକ୍ରମ କୁ ପରିଚାଳନା ମଧ୍ୟ କରିଥିଲେ | ଯେ ହେତୁ ଏହି MSME ଉଦ୍ୟୋଗୀ ମାନେ ଏକା ଥରକେ କଣ୍ଟେନର ଭରିହେଲା ଭଳି ଉତ୍ପାଦ ରପ୍ତାନି କରିବାକୁ ଅସମର୍ଥ ତେଣୁ ସେମାନଙ୍କୁ ICD ଦ୍ୱାରା LCL (Less Than Container Load) ସୁବିଧା ବିଷୟରେ ଜଣାଇ ଦିଆଯାଇଥିଲା, ଯାହା ଦ୍ୱାରା ସମାନ ଗନ୍ତବ୍ୟ ସ୍ଥଳକୁ ଏକାଧିକ ଉଦ୍ୟୋଗୀ ସେମାନଙ୍କର ଉତ୍ପାଦ ଗୁଡିକୁ କଣ୍ଟେନର ରେ ରପ୍ତାନି କରିପାରିବେ | ଏହା ସେମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଶସ୍ତା ହେବ ବୁଝି ସେମାନେ ସନ୍ତୁଷ୍ଟ ଅନୁଭବ କରିଥିଲେ ଏବଂ ICD ଯାଜପୁର ମାଧ୍ୟମରେ ସେମାନଙ୍କର ରପ୍ତାନି ଆରମ୍ଭ କରିବାକୁ ସେମାନଙ୍କର ଇଚ୍ଛା ପ୍ରକାଶ କରିଥିଲେ |