ରାଜ୍ୟ

ବିଦ୍ୟାଳୟ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପୁରୀ ୭/୯ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଶିକ୍ଷାନୁଷ୍ଠାନ ମାନଙ୍କ ରେ ଭିତ୍ତିଭୂମି ର ବିକାଶ,ଶୈକ୍ଷିକ ବାତାବରଣ ସହ ସୁରକ୍ଷା ଏକ ବଡ ଆବଶ୍ୟକତା।ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, ଅଭିଭାବକ ପ୍ରତ୍ୟେକ ଅନୁଭବ କରିବା ଉଚିତ ଯେ ଶିକ୍ଷାନୁଷ୍ଠାନ ଟି ନିରାପଦ ଓ ସୁରକ୍ଷିତ ରହିଛି।ଯାହା ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଋଦ୍ଧିମନ୍ତ କରି ପାରିବ ବୋଲି ସେ କହିଥିଲେ।ପରେ ସୁରକ୍ଷା ସମ୍ପର୍କରେ ବିବିଧ

ବିଭାଗ ସୂଚନା ପ୍ରଦାନ କରିଥିଲେ। ନିରାପତ୍ତା ଓ ନିରାପଦ ପରିବେଶ ସୃଷ୍ଟି ପାଇଁ ପଦକ୍ଷେପ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ,ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଅଗ୍ନି ଶମ ଅଧିକାରୀ ପ୍ରସନ୍ନ କୁମାର ବେହେରା,, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମମତା ମିଶ୍ର,ହିମାଂଶୁ କୁମାର ସାମର୍ଥ,ଓସଡାମାର ଡି ସି ଜ୍ୟୋତିର୍ମୟ ବିଶ୍ୱାଳ, ଜରୁରୀ ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ କୁମାର ଦାଶ, ବିଇଓ,ଏବିଇଓ,ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *