ଉଦୟଗିରି -ରତ୍ନଗିରି ରୋଡ ରେଳ ଷ୍ଟେସନ : ନୂଆ ନାମ ଫଳକ ଲାଗିଲା
ଚଣ୍ଡିଖୋଲ,7/9 (ନି. ପ୍ର.): ଇଷ୍ଟ କୋଷ୍ଟ ରେଳ ପଥ ହରିଦାସପୁର -ପାରାଦୀପ ରେଳ ଲିଙ୍କ ର 3 ନମ୍ବର ଷ୍ଟେସନ ନାମ ରତ୍ନଗିରି ରୋଡ ପରିବର୍ତ୍ତନ କରାଯାଇ ଉଦୟଗିରି -ରତ୍ନଗିରି ରୋଡ ନାମରେ ନାମିତ କରାଯାଇଛି l କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଓଡିଶା ରାଜ୍ୟସରକାର ପ୍ରଭୃତି ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ପାଇବା ପରେ ନାମ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଛି l ଏହି ମର୍ମରେ ରେଳବାଇ କତ୍ତୃପକ୍ଷ ଆଜି ସପୃକ୍ତ ଷ୍ଟେସନ ଠାରେ ନୂଆ ନାମ ଫଳକ ଲଗାଇଛନ୍ତି l ଗତକାଲି ଏକ ନିଷ୍ପତ୍ତି ମୁତାବକ ଏହି ଷ୍ଟେସନ ର ପୂର୍ବରୁ ଥିବା କୋଡ଼ କୁ ପ୍ରହ୍ୟାହାର କରି ନିଆଯାଇ ନୂଆ କୋଡ଼ ଭାବେ URGR ବିଙ୍ଗାପିତ କରାଯାଇଛି l ଇତିମଧ୍ୟରେ ଗୁଗୁଲ ମ୍ୟାପରେ ଉଦୟଗିରି -ରତ୍ନଗିରି ଷ୍ଟେସନ ଚିହ୍ନିତ, ଓ ରେଳବାଇ ସଫ୍ଟୱାରେ ପ୍ରଭୃତି ଅନୁସଙ୍କିକ କାର୍ଯ୍ୟ ସମାପନ ହୋଇଥିବା ଜଣା ଯାଇଛି l