ଲର୍କା ଶିଶୁମନ୍ଦିର ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।
ନୂଆପଡ଼ା ଜିଲା ସିନାପାଲି ସଙ୍କୁଳ ଅଧୀନସ୍ଥ ଲର୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ କର୍ତ୍ତା ଭାବରେ ଧନଞ୍ଜୟ ବାଗ ଓ ଧର୍ମ ପତ୍ନୀ ଶାନ୍ତି ବାଗ ରହିଥିବାବେଳେ ପୂଜକ ଭବରେ ଗୌରୀ ଶଙ୍କର ମୁଣ୍ଡ ଯୋଗଦେଇଥିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । କୃଷ୍ଣ ଜନ୍ମାଷ୍ଟମୀ, କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ ଆଦି ବିଭିନ୍ନ ନାମରେ ଏହା ଜଣାଶୁଣା। ଶ୍ରୀବିଷ୍ଣୁଙ୍କ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ, ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଧରାବତ ରଣ କରିଥିଲେ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ପ୍ରଭୁଙ୍କର ଧରାବତରଣ ହୋଇଥିଲା। ଅଧର୍ମର ବିନାଶ ଓ ଧର୍ମ ରକ୍ଷା ନିମନ୍ତେ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରି ଥିଲେ। କଂସ ଦ୍ଵାରା ବନ୍ଦୀ ଭଉଣୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଲାଭ କରିଥିଲେ। ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହାଡ଼ମ୍ବର ସହ ପାଳିତ ହୁଏ । ଏହି ଉତ୍ସବ ଉପଲକ୍ଷେ ଆଜି ଲର୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର କୁନି କୁନି ଭାଇ ଭଉଣୀ ମାନେ ବିଭିନ୍ନ ବେଶ ଭୂଷଣ ଯଥା ଶ୍ରୀ କୃଷ୍ଣ, ରାଧା, ସୁଦାମା ସୁବଳ ଆଦି ବେଶରେ ନିଜକୁ ସଜେଇ ହୋଇ ଏକ ବିରାଟ ଶୋଭାଯାତ୍ରା ଡିଜେ ସଂକୀର୍ତ୍ତନ ଦଳ ସଙ୍ଗରେ ନେଇ ଲର୍କା ଅନକାପୁର ଗାଆଁ କୁ ପରିଭ୍ରମଣ କରିଥିବା ବେଳେ ଏହି ଶୋଭାଯାତ୍ରାରେ ଶିଶୁ ମନ୍ଦିର କମିଟି ସଭାପତି ଶିବ ନାରାୟଣ ହୋତା ଉମାକାନ୍ତ ଖମାରି, ଗୋବିନ୍ଦ ସିଂ, ରତ୍ନାକର ହଂସ, ମୀନକେତନ ମାଝୀ, କୁନ୍ତଳା ଶବର ,ହରି ଶବର ପ୍ରବୀଣ ବେହେରା ପ୍ରଧାନ ଆଚାର୍ଯ୍ଯ ଶଙ୍କର ଲାଲ ରାଉତ୍, ଦେବାସିଂ ସଲମା,ଅମିୟ, ତଥା ଗୁରୁଜୀ ଗୁରୁମା ବିଶେଷ ସହଯୋଗ କରିଥିଲେ ।