ରାଜ୍ୟ

5ଟି ସଚିବଙ୍କ ଅନୁକମ୍ପା – କ୍ଷେତ୍ର ପରିଦର୍ଶନରେ ନିର୍ବାହୀ ଯନ୍ତ୍ରୀ ।

ନୂଆପଡ଼ା(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକରେ କାମପୁର ଓ କାନକପଡ଼ା ଗ୍ରାମ ମଝିରେ ଥିବା ସାହାଜ ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଅନେକ ବର୍ଷରୁ ଲୋକଙ୍କ ମନରେ ଥିବା ଆଶା ଓ ସ୍ବପ୍ନକୁ ବିଳମ୍ବରେ ହେଲେ ମଧ୍ୟ ନବୀନ ସରକାର ପୁରଣ କରିବାକୁ ଯାଉଛନ୍ତି ।ଉକ୍ତ ନାଳ ଉପରେ ସେତୁ ନିର୍ମାଣ ପାଇଁ ଗତ ମଇ ମାସ ୨୧ ତାରିଖ ଦିନ 5ଟି ସଚିବ ଭି କେ ପାଣ୍ଡି ଆନଙ୍କ ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ପାତାଳ ଗଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ଶିବିରରେ ଶ୍ରୀ ମଙ୍ଗଳ ଗୋବିନ୍ଦ ମଙ୍ଗରାଜ ,ତପିରାମ ସାଗର,ଦୁର୍ଯ୍ୟୋଧନ ମହାନନ୍ଦ ଏବଂ କାନପୁର ଓ କନକ ପଡା ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ।ତେଣୁ  

ଗ୍ରାମ୍ୟ ନିର୍ମାଣ ବିଭାଗ ଓଡ଼ିଶା ସରକାରଙ୍କର ବିଜ୍ଞପ୍ତି ପତ୍ର ସଂଖ୍ୟା ୨୮୫୪୫୩୦୦୦୯୨୦୧୯/ RD ତାରିଖ ୧୪-୮-୨୦୨୩ ଦିନ ଅନୁମୋଦନ କରାଯାଇ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖରୀଆରକୁ ପ୍ରେରଣ କରିବା ଦ୍ଵାରା ଗ୍ରାମ୍ୟ ନିର୍ମାଣ ବିଭାଜନ ଖରୀଆରର ନିର୍ବାହୀ ଯନ୍ତ୍ରୀ ଗଜେନ୍ଦ୍ର ପ୍ରଧାନୀଙ୍କ ତତ୍ତ୍ଵାବଧାନରେ ଏବଂ ସହାୟକ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର କୁମାର ବକ୍ସି ଉଭୟ ମିଶି କ୍ଷେତ୍ର ପରିଦର୍ଶନ ତଥା ମୃତ୍ତିକା ପରୀକ୍ଷଣ କରି ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଚିଠି ପଠାଇ ସାରିଛନ୍ତି ।ନିର୍ବାହୀ ଯନ୍ତ୍ରୀ ଗଜେନ୍ଦ୍ର ପ୍ରଧାନୀ କାନପୁରସ୍ଥିତ ନାଳ ଏବଂ ସେହି ଅଞ୍ଚଳକୁ ପରିଦର୍ଶନରେ ଆସି ଲର୍କା ସରପଂଚ ଜୟଶ୍ରୀ ପଟେଲ ,ସମିତି ସଭ୍ୟ ଅମିତ ସିଂ ଦେଓ ଏବଂ ଗ୍ରାମବାସୀ ମାନ ଗୋବିନ୍ଦ,ତପିରାମ ସାଗର,ରାମ୍ ସିଂ ମାଝୀ, ସତ୍ରୁଜିତ୍ ମାଝୀ,ଜଗଦୀଶ ସାଗର,ଚନ୍ଦ୍ର ମାଝୀ,ଫାଲଗୁନି ନିଆଳ,ରମେଶ ବାଗ ସମେତ ଅନେକ ଲୋକଙ୍କ ସହ କଥା ବାର୍ତ୍ତା କରି ଖରୀଆର ସ୍ଥିତ ନିଜ କାର୍ଯ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଅତି ଶୀଘ୍ର ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି  ନିର୍ବାହୀ ଯନ୍ତ୍ରୀ କହିଯାଇଛନ୍ତି ।ସେତୁ ନିର୍ମାଣରେ ହଜାର ହଜାର ଜନସାଧାରଣ ତଥା ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଲୋକ ମତ ପ୍ରକାଶ କରନ୍ତି ।

Leave a Reply

Your email address will not be published. Required fields are marked *