ମର୍ଜିତାପୁର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ*
ଜେନାପୁର,(ପି.ଏନ୍) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଏହି ବ୍ଲକର ୧୧ ନମ୍ବର ଜୋନର ଅଧିକାଂଶ ପଞ୍ଚାୟତର ୧୦୦ ଉର୍ଦ୍ଧ୍ବ ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତା ହିତାଧିକାରୀ ୫ ରୁ ୮ ମାସ ହେବ ଭତ୍ତା ଟଙ୍କା ପାଇବାରୁ ଅଭିଯୋଗ କରି ଆସୁଥିଲେ। ଏନେଇ ବାରମ୍ବାର ଗଣମାଧ୍ୟମ ଓ ଖବର କାଗଜ ପ୍ରକାଶ ପରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ର ସହିତ ସମ ହିତାଧିକାରୀ ମାନଙ୍କୁ ସକାଳ ୮ ଟା ରେ ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଅପେକ୍ଷା କରିଥିବା ବେଳେ ବ୍ଲକ ଅଧିକାରୀ ମଧ୍ୟାହ୍ନ ୧୨ ଟା ପହଞ୍ଚି ଥିଲେ। ଶତାଧିକ ଲୋକ ଦୀର୍ଘ ସମୟ ଅପେକ୍ଷା କରି ଗରମରେ ବିରକ୍ତ ହୋଇ ପଡ଼ିଥିଲେ। ବୃଦ୍ଧ ବୃଦ୍ଧାମାନଙ୍କ ବସିବା କିମ୍ବା ପିଇବା ପାଇଁ ପାନୀୟ ଜଳର ମଧ୍ୟ କୌଣସି ବନ୍ଦୋବସ୍ତ କରାଯାଇ ନ ଥିଲା।ଏହି ଶିବିରରେ ମାଟିଆଣି ବେୱା, ସୁଦାମ ଦଳାଇ, ସିଂହ ତରାଇ, ରାଧା ସିଂ, ବେଲ ବେୱା, ସନାତନ ତରାଇ, ଙ୍କ ସମେତ ଶତାଧିକ ହିତାଧିକାରୀ ପହଞ୍ଚି ନିଜର କାଗଜ ପତ୍ର ଦେଖାଇ ଅଭିଯୋଗ କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥା ରେ ବାରମ୍ବାର ବିଭିନ୍ନ ଅଫିସ କୁ ଦୌଡି ଦୌଡି ଅଯଥା ଧାର ଉଦ୍ଧାର କରି ଖର୍ଚ୍ଚାନ୍ତ ହୋଇ ଶାରୀରିକ ଯନ୍ତ୍ରଣା ଭୋଗି ପାରିବୁ ନାହିଁ ଆମ ଭତ୍ତା ଟଙ୍କା ପୂର୍ବଭଳି ହାତ ରେ ଦିଆ ଯାଉ ବୋଲି ଦାବୀ କରିଥିଲେ। ଶ୍ରୀ ବେହେରା କହିଲେ ଖୁବ୍ ଶୀଘ୍ର ବାକିଥିବା ମାସର ଭତ୍ତା ଟଙ୍କା ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଶିବିରରେ ଧର୍ମଶାଳା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତାପସ କୁମାର ବେହେରା,ସରପଞ୍ଚ ବିଜୟ କୁମାର ଦାସ ଉପସ୍ଥିତ ରହିଥିଲେ।