ଯାଦବ ମହାସଭା ପକ୍ଷରୁ ରାଧାକୃଷ୍ଣଙ୍କ ନନ୍ଦୋତ୍ସବ ପାଳିତ
ଜେନାପୁର,(ପି.ଏନ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତାଳଜଙ୍ଘ ପଞ୍ଚାୟତ ଅଧିନସ୍ଥ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରାଧା କୃଷ୍ଣ ଯାଦବ ମହାସଭା ରାମପୁର କଇଥା ଆନୁକୁଲ୍ୟରେ ନନ୍ଦୋତ୍ସବ ପାଳିଢ ହୋଇଯାଇଛି। ଯାଦବ ସମ୍ପ୍ରଦାୟର ଇଷ୍ଟ ଦେବତା ବିଛାଖଣ୍ଡି ମନ୍ଦିରର ଗୋପାଳଜିୟୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା ।ଉକ୍ତ ସଭାକୁ ସଭାପତି ରଘୁନାଥ ବେହେରା ପରିଚାଳନା କରିଥିଲା ବେଳେ ମୂଖ୍ୟ ପରାମର୍ଶ ଦାତା ଡଃ କୁଶଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ବେହେରା ଓ ମୁଖ୍ୟ ପରାମର୍ଶ ଦାତା ଡଃ ପ୍ରଧାନ ରାଧା କୃଷ୍ଣ ମନ୍ଦିର ସମ୍ପୂର୍ଣ୍ଣ ହୋଇଛି ଆଗାମୀ ଶୁଭ ତିଥିରେ ତାହାର ପ୍ରତିଷ୍ଠା କରାଯିବ ଓ ଏତଦ୍ ବ୍ୟତୀତ ମନ୍ଦିର ନିକଟସ୍ଥ ସ୍ଥାନରେ ଯାଦବ ଭବନ ନିର୍ମାଣ ଓ ଭବିଷ୍ୟତରେ ଏକ ବୃଦ୍ଧାଶ୍ରମ ସ୍ଥାପନା କରାଯିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ କୁଳପତି ଫକିର ମୋହନ ବିଶ୍ଵବିଦ୍ୟାଳୟ ପ୍ରଫେସର ଡ଼ଃ କୁମାରବର ଦାସ, ମୂଖ୍ୟ ବ୍ୟକ୍ତା ଯାଦବ ସଂସ୍କୃତି ଗବେଷକ ଅର୍ଜୁନ ମହାକୁଡ଼, ସମ୍ମାନିତ ଅତିଥି ଗୋବର୍ଦ୍ଧନ ପ୍ରଧାନ, ଇଞ୍ଜିନିୟର ଆଲେକଜାଣ୍ଡାର ଦାସ,ଦିପକ ଗୈାଡ, ରବିନ୍ଦ୍ର ନାଥ ବେହେରା ପ୍ରତିଷ୍ଠାତା ସଭାପତି ଯାଜପୁର ଯାଦବ ମହାସଭା,ନାରାୟଣ ଦାସ, ମଧୁସୂଦନ ଦାସ, ନାରାୟଣ ଦାସ କୈଳାସ ଚନ୍ଦ୍ର ଦାସ, ନବଘନ ଦାସ ପ୍ରମୋଦ କବି ଶକ୍ତି ପ୍ରଶାଦ ଦାସ ପ୍ରଭୃତି ଯୋଗ ଦେଇ ଯାଦବ ସଂସ୍କୃତି ଐତିହ୍ୟ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ଡା ଦାସ, ମୁଖ୍ୟ ବକ୍ତା ଶ୍ରୀ ମହାକୁଡ଼ ଯାଦବ ମାନେ ସାମାଜିକ ଅର୍ଥନୈତିକ ଶିକ୍ଷାଗତ ଓ ରାଜନୈତିକ ଅଧିକାରକୁ ସାବ୍ୟସ୍ତ କରିବାକୁ ହେଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ମୌଖିକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବା ପାଇଁ ଆହ୍ଵାନ ଦେଇଥିଲେ। ରାଧା କୃଷ୍ଣ ଯାଦବ ମହାସଭାର କର୍ମକର୍ତ୍ତା କୋଷାଧ୍ୟକ୍ଷ ଘନଶ୍ୟାମ ପଲେଇ, ଧବଳେଶ୍ୱର ପ୍ରଧାନ, ପ୍ରମୋଦ କୁମାର ପଲେଇ, ପ୍ରକାଶ ପଲେଇ,ଅଜୟ ନାଟିଆ, ବାବୁଧର ନାଟିଆ, ଗିରିଧରି ପଲେଇ, କୁଶଚନ୍ଦ୍ର ଦାସ,ବୁନା ଦାସ ପ୍ରଭୃତି କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳନା କରିବା ସହିତ ଲଉଡ଼ି ଖେଳକୁ ସମ୍ପାଦିତ କରିଥିଲେ। ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିଗମ୍ବିତ ପ୍ରମୁଖ କର୍ମ କର୍ତ୍ତା ସ୍ଵର୍ଗତ ବଟକୃଷ୍ଣ ଦାସ ଓ କୃଷ୍ଣ ଚନ୍ଦ୍ର ଦାସ ଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା ରାଧା କୃଷ୍ଣ ଯାଦବ ମହାସଭାର ମୁଖପତ୍ର କୃଷ୍ଣ ଚେତନା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସମ୍ପୂର୍ଣ କାର୍ଯ୍ୟ କ୍ରମକୁ ସଚେତନ ନାଗରିକ ମଞ୍ଚର ସଭାପତି ସରୋଜକାନ୍ତ ବେହେରା ସନଯୋଯନା କରିଥିବା ବେଳେ ସମ୍ପାଦକ ସୁଦାମ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।