ରାଜ୍ୟ

ସଦଗୁରୁ ଭଗଵାନ ସ୍ବାମୀ ଶିବାନନ୍ଦ ଙ୍କ 136ତମ ଜୟନ୍ତୀ ପାଳିତ।

କୁକୁଡାଖଣ୍ଡି(ଇପିଲି ପୂର୍ଣ୍ଣଚନ୍ଦ୍ର) ବ୍ରହ୍ମପୁର ତା-୦୮/୦୯/୨୦୨୩ ରିଖ ଶୁକ୍ରବାର ଦିନ ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ହିଡ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଦିବ୍ୟ ଜୀବନ ସଂଘ ଦ୍ବାରା ସଦଗୁରୁ ଭଗଵାନ ସ୍ବାମୀ ଶିବାନନ୍ଦ ସରସ୍ଵତୀ ମହାରାଜ ଙ୍କ 136ତମ ଜୟନ୍ତୀ ଗୁରୁ ନିଷ୍ଟ ସ୍ୱାମୀ ହରି ଶରଣlନନ୍ଦ ସରସ୍ୱତୀ ମହାରାଜ ଙ୍କ ଅଧକ୍ଷ ତାରେ ପାଳିତ ହୋଇଯାଇଛି, ପ୍ରାତ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ, ଧ୍ୟାନ, ବ୍ରାହ୍ମ ମୁହୂର୍ତ୍ତ ସାଧନା, ବିଶ୍ଵ ପ୍ରାର୍ଥନା, ସହ ସ୍ବାମୀଜୀ କହି ଥିଲେ l ସ୍ଵାମୀ ଶିବାନନ୍ଦ ତାମିନାଡୁର ପଟମଦାଇ ଗ୍ରାମରେ 1887 ମସିହା ସେପ୍ଟେମ୍ବର 8 ଦିନ ଜନ୍ମ ଗ୍ରହଣ କରିଥିଲେ, ତାଙ୍କର ବାଲ୍ୟ ନାମ ଖୁପୁ ସ୍ବାମୀ ଥିଲା, ସେ ଜଣେ ଡକ୍ଟର ଥିଲେ ହିମାଳୟ ପର୍ବତ ର ଋଷିକେଶ ଠାରେ କୋଠର ତପସ୍ୟା କରି , ଭଗଵତ ଦର୍ଶନ କରିଥିଲେ l ସେ 300ରୁ ଉର୍ଦ୍ଧ ଧର୍ମ ଗ୍ରନ୍ଥ ରଚନା କରିଛନ୍ତି, 1936 ମସିହା ଜାନୁଆରୀ 13 ତାରିଖରେ ବିଶ୍ଵ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା କରିବା ସହ ଋଷିକେଶ ଠାରେ ଆଶ୍ରମ ତିଆରି କରି ଥିଲେ, ମାନବ ସେବା ହିଁ ମାଧବ ସେବା, ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ, ଈଶ୍ୱର ସାକ୍ଷାତକାର, ଭଲ ହୁଅ ଭଲ କର, ଜୀବନର ମୂଳ ମନ୍ତ୍ର ଥିଲା, ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ସୁଧାଂଶୁ ଶେଖର ଦାଶ, ସୁଶାନ୍ତ କୁମାର ଦାଶ, ଭାଗଵତ୍ ସ୍ୱାଇ, କାହ୍ନୁ ଚରଣ ସାହୁ, ବିନୋଦ ମହାଉର୍, ବି, ରାମ ଚନ୍ଦ୍ର ପାତ୍ର, ମନୋଜ କୁମାର ତରାଇ, ଙ୍କ ସମେତ ବହୁ ହରି ଅନୁରାଗୀ, ଏବଂ ଗୁରୁ ପ୍ରେମୀ ଭକ୍ତ ଯୋଗଦାନ କରିଥିଲେ, ପରି ଶେଷରେ ସ୍ବାମୀଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *