ରାଜ୍ୟ

ଏସଏମସି ର ବେଆଇନ ଉଚ୍ଛେଦ ହେତୁ ବୁର୍ଲା ସହର ଧ୍ଵଂସ ସ୍ତୁପରେ ପରିଣତ 

ବୁର୍ଲାରେ ବେଆଇନ୍ ଉଛେଦ, ହାଇକୋର୍ଟ ଆଦେଶକୁ ଖୋଲାଖୋଲି ଅବମାନନା* ଲୋକଙ୍କ ଦୁର୍ଦ୍ଦଶା ବୁଝିବାକୁ ନାହାଁନ୍ତି କେହି,,,,,,,ବୁର୍ଲା,,,ବୁର୍ଲା ସହରରେ କେବଳ ଡାକ ବାଜି ଜନ୍ତ୍ର ଦ୍ଵାରା ପ୍ରଚାର କରି ବ୍ୟାପକ ଉଛେଦ ପ୍ରକ୍ରିୟା ଚାଲିଛି l ହାଇ କୋର୍ଟ ନିଜର ନିର୍ଦ୍ଦଶେ ଗୁଡିକରେ ଉଛେଦ କରିବା ପୂର୍ବରୁ ସମସ୍ତ ନିୟମ ପାଳନ କରିବା ପାଇଁ କହିଥିଲେ ମଧ୍ଯ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମୋଟେ ପାଳନ କରାଯାଉ ନ ଥିବା ବୁର୍ଲା ନାଗରିକ କମିଟି ପକ୍ଷରୁ ଅଭିଯୋଗ କରାଯିବା ସହ ଉଦବେଗ ପ୍ରକାଶ କରାଯାଇଛି l ବୁର୍ଲା ସହରରେ ବିଭିନ୍ନ ସଂସ୍ଥା ଗଢି ଉଠିବା ପୂର୍ବରୁ ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ଦିନଠୁଁ ଗୁଡ଼ାଏ ପରିବାର ବସବାସ କରି ଆସୁଛନ୍ତି l ନିଜେ ରହୁଥିବା ଜମି ବି ବନ୍ଦୋବସ୍ତ ଆଇନ୍ ମୁତାବକ ଖାତାରେ ଚଢି ସାରିଛି l ସେଟେଲମେଣ୍ଟ ପ୍ରକ୍ରିୟା ଚାଲୁ ରହିଛି, ସେମାନଙ୍କ ରେକର୍ଡ ବନ୍ଦୋବସ୍ତ କାର୍ଯ୍ୟାଳୟ ଓ ଜିଲ୍ଲା ରେକର୍ଡ଼ କୋଠା ରେ ରହିଥିବା ବେଳେ ଅନ୍ୟାନ୍ୟ କାଗଜପତ୍ର ରହିଛି lସେମାନଙ୍କ ସକାଶେ ପଟ୍ଟା ର ବ୍ୟବସ୍ଥା କରା ନ ଯାଇ ରାସ୍ତା ନିର୍ମାଣ ଆଳରେ ଘର, ଦୋକାନ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି l ଶତାଧିକ ଲୋକ ଏବଂ ପରିବାର ବେଦଖଲ ହୋଇଯାଇଛନ୍ତି l ଏସ୍ ଏମ୍ ସି ପକ୍ଷରୁ ଯେପରି ଭଙ୍ଗା ଯାଉଚି ଲୋକେ ନିଜର ଜିନିଷ ପତ୍ର ବାହାର୍ କରିବାକୁ ବି ସକ୍ଷମ ହେଉ ନ ଥିବା ବୁର୍ଲା ନାଗରିକ କମିଟି କହିଚି l ବର୍ଷା ଦିନରେ ଉଛେଦ ଏବଂ ବିସ୍ଥାପିତ ପରିବାର ଖୋଲା ଆକାଶ ତଳେ ପଡି ରହିଥିବା ବି ଦେଖିବାକୁ ମିଲୁଛି l ଗୁହାରି ଶୁଣି ବାକୁ କାହାରି ବେଳ ନାହିଁ l ବହୁତ ହାଇ କୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି l ହାଇ କୋର୍ଟ ଜିଲ୍ଲା ପ୍ରଶାସନ ଙ୍କୁ ସରକାରୀ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ହେଲେ ନିର୍ଦ୍ଦେଶ କୁ ପାଳନ କରାଯାଉ ନାହିଁ l ଏସ୍ ଏମ୍ ସି  ବେଧଡ଼କ ଘର ,ଦୋକାନ ଭାଙ୍ଗି ଚାଲିଛି l ନିର୍ଦ୍ଦେଶ କୁ ଅବମାନନା କରାଯାଇଥିବା ହାଇ କୋର୍ଟ ରେ ଅବମାନନା ପିଟିସନ ଦିଆ ଯାଇଛି l ହାଇ କୋର୍ଟ ଙ୍କ ପତ୍ର କୁ ଆଧାର କରି ଜିଲ୍ଲାପାଳ ଏସ୍ ଏମ୍ ସି କୁ ସବିଶେଷ ରିପୋର୍ଟ୍ ମାଗିଛନ୍ତି l ବୁର୍ଲା ନାଗରିକ କମିଟି ପକ୍ଷରୁ କୁହାଯାଇଛି ଯେ ଉଛେଦ ପ୍ରକ୍ରିୟା ପୂର୍ବରୁ ରାଜସ୍ଵ ବିଭାଗ ପକ୍ଷରୁ ସେମାନଙ୍କ ରାଜସ୍ଵ ନିରୀକ୍ଷକ ଓ ଅନ୍ୟ ଷ୍ଟାଫ୍ ଏସ୍ ଏମ୍ ସି ର ପ୍ରତିନିଧି ଙ୍କ ଉପସ୍ଥିତ ରେ ଦୁଇ ଦୁଇ ଥର ରାସ୍ତା ନିର୍ମାଣ କେତେ ମାପ ରେ ହେବ ତାର ମାପ ଦେଇ ଲାଲ ରଙ୍ଗ ଚିହ୍ନ ଦେଇଥିଲେ l ପୁରୁଣା ରାସ୍ତା ର ମଧ୍ୟ ଭାଗରୁ ଉଭୟ ପଟେ ସମାନ ସମାନ ମିଟର ରାଜସ୍ୱ ନିରୀକ୍ଷକ ନାପ ଦେଇ ଥିଲେ l ଭାଙ୍ଗିବା ସମୟରେ ଏସ୍ ଏମ୍ ସି ଏହି ମାପ କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଥିବା ଅଭିଯୋଗ ହୋଇଛି l ଯେଉଁ ମାନେ ଉଛେଦ ଏବଂ ଭାଙ୍ଗିବା ପ୍ରକ୍ରିୟା ର ଶିକାର ହେଲେ ,ସେମାନେ ଯେତେ କାକୁତି ମିନତି ହୋଇ ରାଜସ୍ଵ ବିଭାଗ ନାପ କୁ ଅଗ୍ରାଧିକାର ଦିଆ ଯିବାକୁ କାନ୍ଦି କାନ୍ଦି କହିଥିଲେ ବି ଏସ୍ ଏମ୍ ସି ଅଧିକାରୀ ଶୁଭଙ୍କର ମହାନ୍ତି ଶୁଣି ନଥିଲେ l ବର୍ତ୍ତମାନ ଉଛେଦ ର ଶିକାର ବ୍ୟକ୍ତି ଓ ପରିବାର ବାର ଦୁଆର ହେଉଥିବା ଦେଖିବାକୁ ମିଳୁଛନ୍ତି ବୋଲି ନାଗରିକ କମିଟି କହିଚି l ଗତ ୬ ତାରିଖ ଜନ୍ମାଷ୍ଟମୀ ଅବସରରେ ଛୁଟି ଥିବା ସତ୍ତ୍ୱେ ଏସ୍ ଏମ୍ ସି ଓ ପୋଲିସ୍ ପକ୍ଷରୁ ସ୍ଥାନୀୟ ବଜାର ର ଦୋକାନ ଭାଙ୍ଗି ବା ସକାଶେ ମାପ ଦେଇ ଆଜି ସକାଳୁ ସକାଳୁ ଭାଙ୍ଗିବା କାର୍ଯ୍ୟ ଚଳାଇଛନ୍ତି l ପୂର୍ବରୁ ଯେତିକି ମାପ ଦିଆ ଯାଇଥିଲା ସେହି ମାପରେ ଘର ମାଲିକ ଓ ଦୋକାନି ନିଜ ନିଜ ସମ୍ମୁଖ ଭାଗ କଟର ମେସିନ୍ ଓ ଅନ୍ୟ ଭାଙ୍ଗିବା ମେସିନ୍ ବ୍ୟବହାର କରି ଭାଙ୍ଗି ସାରିଥିବା ବେଳେ, କାଲି ମାପ ରେ ଅଧିକ ଭିତରକୁ ମାପ ଦେଇ ଆଜି ସକାଳୁ ସମୟ ଦିଆ ନ ଯାଇ ଏସ୍ ଏମ୍ ସି ପକ୍ଷରୁ ବ୍ୟାପକ ଭଙ୍ଗା ଯାଉଚି l ଏସ୍ ଏମ୍ ସି ର ଏତାଦୃଶ ଅନ୍ୟାୟ କାର୍ଯ୍ୟ କୁ ସର୍ବତ୍ର ସମାଲୋଚନା ଏବଂ ନିଦା କରାଯାଉଚି l ବୁର୍ଲା ସହର ବର୍ତ୍ତମାନ ଏକ ଧ୍ଵଂସ ସ୍ତୁପ ରେ ପରିଣତ ହୋଇଛି l ଲୋକେ ଭୟଭୀତ ଅବସ୍ଥା ରେ ଥିବା ଦେଖିବାକୁ ମିଳିଛି l ବୁର୍ଲା ସହରରେ ୯୯ ଶତକଡା ସରକାରୀ ଜମିରେ ଘର କିମ୍ବା ବ୍ୟବସାୟିକ କାରବାର ଦୀର୍ଘ ବର୍ଷ ଧରି କରି ଆସୁଛନ୍ତି l ଯେଉଁ ମାନେ ସରକାରୀ ଜମିରେ ଅଛନ୍ତି ସମସ୍ତଙ୍କ ଭିତରେ ଭୟଭୀତ ମାହୋଲ ଉତ୍ପନ୍ନ ହୋଇଛି l ଗୋପବନ୍ଧୁ ଛକ ପାଖରେ ବିଧବା ମହିଳା ଜନକ ଚ୍ଛୋଟିଆ ଦୋକାନ କରି ପରିବାର ଚଳାଉ ଥିଲେ ,ଦୋକାନ ଭାଙ୍ଗିବା ପରେ ସେ ଅସହାୟ ହୋଇ ବୁର୍ଲା ରେ ନ ରହି ନିଜ ଗାଁ କୁ ଚାଲିଯିବା କୁ ସ୍ଥିର କରିଥିବା କୋହ ଭରା ଆଖିରେ କହୁଥିଲେ l ଲକ୍ଷ୍ମୀ ପୂଜା ପାଖରେ ଦୁଇ ସ୍ଵାମୀ ସ୍ତ୍ରୀ ବୃଦ୍ଧ ଭତ୍ତା ରେ ବଞ୍ଚୁ ଥିଲେ, ଏବେ ଅସହାୟ l ଏପରି ଅନେକ୍ ଅନେକ୍ ପରିବାର ଏବଂ ଦୋକାନୀ ସେମାନଙ୍କ ରୋଜଗାର ହରାଇ ବସିଛନ୍ତି l ଥଇଥାନ କିମ୍ବା ଆର୍ଥିକ ସହଯୋଗ ର କୌଣସି ବ୍ୟବସ୍ଥା ସରକାରୀ ସ୍ତରରେ ହୋଇ ନାହିଁ l ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ବୁର୍ଲା ନାଗରିକ କମିଟି କହିଚି l ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେଇ ବର୍ତ୍ତମାନ ଲୋକଙ୍କୁ ଥଇଥାନ କରାଯାଉ ଏବଂ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ ସକାଶେ ବୁର୍ଲା ନାଗରିକ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ ସହିତ ଦାବି କରାଯାଇଛି l 

   ବୁର୍ଲା ନାଗରିକ କମିଟି ପକ୍ଷରୁ ଓକିଲ ଅରୁଣ କୁମାର,ଓକିଲ ହୃଷିକେଶ ସ୍ୱାଇଁ, ଓକିଲ କାଳିଦାସ ପଟେଲ,ଓକିଲ ଅଶ୍ଵିନୀ ପଣ୍ଡା, ଓକିଲ ବୁଲୁ ବଡପଣ୍ଡା, ଓକିଲ ଚୌଧୁରୀ ଓ ବରିଷ୍ଠ ନାଗରିକ ସୁରେଶ ପଣ୍ଡା, ଶିବ ରାମ ପଣ୍ଡା, ଅନିଲ ତୁଲୀ, ଡ ସନ୍ତୋଷ କାନୁନଗୋ, ଅନିଲ ନନ୍ଦା, ଗୁଡୁ ଉପଲ, ପ୍ରଶାନ୍ତ ମହାନ୍ତି, ମହେଶ୍ୱର ନାୟକ ବରିଷ୍ଠ ନାଗରିକ ଇ ଦିଗାମ୍ବର ପାତ୍ର, ବରିଷ୍ଠ ନାଗରିକ ରାଜୁ ଗୁପ୍ତା, ଆରଏ ଶିବ କୁମାର(ବାବେ), ବାଦଲ ମେହେଟା, ମନୋରଞ୍ଜନ ବେହେରା, ପ୍ରଭାକର ବେହେରା, ସୁଜିତ ଫରନାଡେଜ, ପ୍ରଦୀପ ଦାସ ପ୍ରମୁଖ ମାନ୍ୟବାର ରାଜ୍ୟପାଳ, ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ସବୁ କରୁପକ୍ଷଙ୍କୁ ଜଣାଇଛନ୍ତି !

 ପ୍ରକାଶ ଥାଉ କି ଗତ ଜୁନ ମାସରୁ ଆଜି ପର୍ଯ୍ୟନ୍ତ ହାଇକୋର୍ଟ ରେ ପ୍ରାୟ ୨୦ରୁ ଉର୍ଦ୍ଧ ରିଟ ଫାଇଲ କରି  ନାଗରିକ ମାନେ ଅନ୍ତରୀଣ ସ୍ଥଗିତାଦେଶ ଆଣିଛନ୍ତି ! ଏହା ଆସନ୍ତା ୩ ଅକ୍ଟୋବର ୨୦୨୩ ପ୍ରଜ୍ୟନ୍ତ ବଳବତ୍ତର ରହିଛି ! ସେହିପରି ହାଇକୋର୍ଟ ଆଦେଶକୁ ଅବମାନ ନେଇ ୫ଟି ଅଦାଲତ ଅବ ମାନନା ବି ଦାୟର କରାଯାଇଛି!,,,,,,,Namaskar,,,,ଉପରୋକ୍ତ ସମ୍ବାଦ କୁ ଆପଣଙ୍କର ପ୍ରିଣ୍ଟ ମିଡିଆରେ ଓ ଇଲେକ୍ଟ୍ରୋନିକ୍ସ ମିଡିଆରେ ପ୍ରକାଶନ ଓ ପ୍ରସାରଣ କରିବାକୁ ଅନୁରୋଧ

Leave a Reply

Your email address will not be published. Required fields are marked *