ରାଜ୍ୟ

ଆଦିବାସୀ ଅଞ୍ଚଳ ରେ କଂଗ୍ରେସ ର ପଦଯାତ୍ରା l

କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) କୁକୁଡାଖଣ୍ଡି ୧୦/୦୯/୨୦୨୩: ଉଭୟ କେନ୍ଦ୍ର ବିଜେପି ନେତୃତ୍ବାଧୀନ ଏନଡିଏର ମୋଦି ସରକାର ଏବଂ ଓଡ଼ିଶାର ନବୀନଙ୍କ ନେତୃତ୍ବାଧୀନ ବିଜେଡି ସରକାରଙ୍କ ଦିଶାହିନ ଶାସନରେ ଘଟିଥିବା ଅବନତିକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଠାରେ ନୂତନ ଆଶାର ସଂଚାର କରିବା ଲକ୍ଷରେ ଭାରତୀୟ ଜାତୀୟ କଂଗ୍ରେସର ପଦକ୍ଷେପ ପ୍ରକାରେ ସର ଦେଶରେ ଏକ ନବ ଚେତନା ସୃଷ୍ଟି ହୋଇଛି । ମୋଦି ସରକାରଙ୍କ କ୍ଷମତା ଉପଭୋଗରର ନୂତନ ତରିକା ସହ ଦୁର୍ନୀତି, ନାରୀ ନିର୍ଯାତନା ଅହେତୁକ ମାହାଙ୍ଗା ମାଡ଼, ଅସହିଷ୍ଣୁ ମନୋଭାବ ଏବଂ ଏକଛତ୍ରବାଦ ଶାସନରେ ଦାରିଦ୍ର୍ୟ, ଉତ୍କଟ ବେକାରୀ,ଦାଦନ ସମସ୍ୟା, କୃଷି ଓ କୃଷକଙ୍କ ଉନ୍ନତି ନେଇ ସରକାରଙ୍କ ମନୋମୁଖୀ ପଦକ୍ଷେପ ସାଧାରଣଙ୍କୁ ବ୍ୟଥ୍‌ତ କରିଛି । ଦୀର୍ଘ ସମୟ ଧରି ସ୍ଥିର ରହିଥ‌ିବା ପେଟ୍ରୋଲ ଡିଜେଲ ଏବଂ ଘରୋଇ ଗ୍ୟାସର ଆକାଶ ଛୁଆଁ ଦର ସହ କେନ୍ଦ୍ରୀୟ ଲାଭକାରୀ ଉଦ୍ୟୋଗ ସହ ଭାରତୀୟ ରେଳ,ବିମାନ ସେବା ସହ ପ୍ରାୟ ନିଗମକୁ ଘରୋଇ ଉଦ୍ୟୋଗ ନାଁରେ ବନ୍ଧୁ ଶିଳ୍ପପତିଙ୍କୁ ବିକିଦେବା ଘଟଣା ବୁଦ୍ଧିଜୀବୀଙ୍କୁ ବ୍ୟଥୂତ କରିଛି । ଏହି ସ୍ଥିତିରେ ଦେଶର ସ୍ବାଧୀନତା ସଂଗ୍ରାମ ଠାରୁ ନବ ଭାରତର ସ୍ରଷ୍ଟା ଥ‌ିବା କଂଗ୍ରେସ ଦଳ ପକ୍ଷରୁ ଏହାର ଦୃଢ଼ ଜବାବ ଦେବାକୁ ସହ ସାଧାରଣରେ କଂଗ୍ରେସର ନୀତି ଓ ଆଦର୍ଶକୁ ନେଇ ଗାଁ ମୁହଁ ହେଉଛି । କେନ୍ଦ୍ର ଓ ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ ମତେ ଯୁଡେଗା ଭାରତ ଜିତେଗା ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ ସ୍ତରରେ ଗାଁ ଗାଁ ରେ ବୁଲି ଘରେ ଘରେ କଂଗ୍ରେସ, ସବୁଘରେ କଂଗ୍ରେସ ନାରାରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରୁଅଛି । ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକ୍ କଂଗ୍ରେସ ପକ୍ଷରୁ ଆଜି ଜଂକିଆ ପଞ୍ଚାୟତର ଡୁଙ୍ଗୁରିଗୁଡ଼ା ଠାରେ ଏକ ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରି ଗ୍ରାମର ପାଞ୍ଚ ଶହରୁ ଉର୍ଦୁ ବାସିନ୍ଦାଙ୍କ ସମାବେଶରେ ଘରେ ଘରେ କଂଗ୍ରେସ ସବୁଘରେ କଂଗ୍ରେସ ଅନୁଚିନ୍ତାରେ ସ୍ଥାନୀୟ ଅଧିବାସୀଙ୍କୁ ଅନୁପ୍ରାଣିତ କରିଛି । ପୂର୍ବତନ ବ୍ଲକ୍ ସଭାପତି ସୁକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ପିସିସି ସଭ୍ୟା ତଥା ଆଶାୟୀ ବିଧାୟକ ପ୍ରାର୍ଥୀ ସକା ସୁଜିତ୍ କୁମାର,ସମ୍ମାନିତ ଅତିଥ୍‌ ଭାବେ ରାଜ୍ୟ ସ୍ତରୀୟ ନେତା ସାରଦା ପ୍ରସନ୍ନ ସ୍ବାଇଁ,ପୂର୍ବତନ ଜୋନ ସଭାପତି ସୁଶାନ୍ତ ପାଣି, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅରୁଣ କୁମାର ଭୂୟାଁ, ସିହଲା ସରପଂଚ ପ୍ରତିନିଧୁ ବାବୁ ଗୌଡ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ର ଶେଖର ମଳିକ,ଦକ୍ଷିଣପୁର ପୂର୍ବତନ ସରପଂଚ ବାବୁ ଗୌଡ। ବରିଷ୍ଠ ବ୍ୟକ୍ତିତ୍ଵ ରାମନାଥ ସାହୁ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ସମାବେଶକୁ କଂଗ୍ରେସର ଆଦର୍ଶ ଓ ନିଷ୍ଠାପର ସେବା ମନୋବୃତି ଏବଂ ସ୍ବାତ୍ସ ଶାସନ ନେଇ ଅନୁପ୍ରାଣିତ କରିଥିଲେ । କଂଗ୍ରେସର ତାରକା ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ସରକାର କରୁଥ‌ିବା ଅବିଚାର ଏବଂ ଭାରତ ଯୋଡ଼ା ପଦଯାତ୍ରାର ପ୍ରତିଫଳନରେ ସରକାରଙ୍କ ହତାଶ ମନୋଭାବପୂର୍ଣ୍ଣ କାର୍ଯ୍ୟ ଶୈଳୀକୁ ନେଇ ସମାଲୋଚନା କରିଥିଲେ । ଏହା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ସମବେତ ଭାବେ କଂଗ୍ରେସ ସପକ୍ଷରେ ଜନାଦେଶ ରହିବାକୁ ସ୍ଥିର କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦିଲ୍ଲୀପ ପତ୍ର, କୈଳାସ ନାହାକ, କୃଷ୍ଣ ସ୍ବାଇଁ, ସୁଦାମ ଗୌଡଙ୍କ ସମେତ ବହୁ ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *