ରାଜ୍ୟ

ଗାଁ ସାଥିଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ମାଲକାନଗିରି।ତା:୦୮/୦୯

ଆଜି ମାଲକାନଗିରି ଜିଲ୍ଲାରେ ଥିବା ଗାଁ ସାଥି ଏବଂ ଜବ କାର୍ଡ ଧାରୀଙ୍କ ମାଳିତ ସମାବେଶରେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ସରକାର ଗାଁ ସାଥି ଓ ଜବ କାର୍ଡଧାରୀଙ୍କ ସପକ୍ଷରେ ଯେଉଁ ନୀତି ପ୍ରଣୟନ କରିଛନ୍ତି କିମ୍ବା ନିର୍ଦ୍ଦେଶନାମା ଜାରି କରିଛନ୍ତି, ତାହା ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସଠିକ୍ ରୂପେ କାର୍ଯ୍ୟକାରୀ କରାଯାଉ ନାହିଁ। ଫଳରେ ଜବ କାର୍ଡଧାରୀମାନେ କାମ କରି ମାସ ମାସ ବତିଗଲେ ମଧ୍ୟ ପ୍ରାପ୍ୟ ପାଇବାରୁ ବଞ୍ଚିତ ରହୁଛନ୍ତି। ସେହିପରି ଗାଁ ସାଥିଙ୍କ ଅବସ୍ଥା ପଞ୍ଚାୟତ ସ୍ତରରେ ଶୋଚନୀୟ ହୋଇ ପଡ଼ିଛି। ଏହାର ପ୍ରତିବାଦରେ ଗାଁ ସାଥି ସଂଘ ପକ୍ଷରୁ ମାଲକାନଗିରି ସଦର ମହକୁମା

ରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା ସମସ୍ତ ଗାଁ ସାଥିଙ୍କୁ ସ୍ଥାୟୀ କରାଯାଇ ଉପଯୁକ୍ତ ତାଲିମ ପ୍ରଦାନ ସହ ମାସିକ ୧୨୦୦୦/-ଟଙ୍କା ଦରମା ଲାଗୁ କରିବା, ଗାଁ ସାଥିଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ଗାଁ ସାଥିଙ୍କ ମୃତ୍ୟୁ କାଳୀନ ବିମା ରାଶି ଅନ୍ୟୁନ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ପ୍ରଦାନ କରିବା, ମନରେଗା ଶ୍ରମ ଦିବସ ୧୦୦ ଦିନ ପରିବର୍ତ୍ତେ ୨୦୦ ଦିନ କରିବା,ଶ୍ରମ ମଜୁରୀ ୨୩୭ ଟଙ୍କା ପରିବର୍ତ୍ତେ ୩୩୭ ଟଙ୍କା କରିବା, ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କୁ ପଞ୍ଚାୟତ ସ୍ତରରେ ନାମ ପଞ୍ଜୀକରଣ କରିବା, ଗାଁ ସାଥିମାନଙ୍କ ଶିକ୍ଷତ ଯୁବକ ଯୁବତୀ ମାନଙ୍କୁ ଜିଲ୍ଲା ସ୍ତରରେ ନିଯୁକ୍ତି ଦେବା, ମନରେଗା ଶ୍ରମିକମାନଙ୍କର ଜୀବନ ବୀମା ରାଶି ଯୋଜନାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେବାକୁ ଉଲ୍ଲେଖ କରାଯାଇଛି। ସଂଘର ସଭାପତି ରାମ ମାଡକାମୀ ଓ  ସାଧାରଣ ସଂପାଦକ କର୍ଣ୍ଣ ଦୁର୍ଗାଙ୍କ ନେତୃତ୍ଵରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଘେନୁ ମୁଦୁଲି,ହରି ନାୟକ, ମଙ୍ଗଳ ସାଇ ଭତ୍ରା, ସୁଶାନ୍ତ ନୀଳକମଳ, ନକୁଳ ନାୟକ, ତ୍ରିନାଥ ଅମାନତ୍ଯ, ସନ୍ୟାସୀ ନାୟକ,ସନାଧର ମୁଦୁଲି, ପୀତବାସ ହନ୍ତାଳ, କମଳା ନାୟକ, ସାବିତ୍ରୀ କିର୍ଷାନୀ କୁମାରୀ ବିନତ ମାଡକାମୀ ପ୍ରମୁଖ ଯୋଗଦାନ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave a Reply

Your email address will not be published. Required fields are marked *