ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ*
“ସମସ୍ୟାରେ ଘେରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ”ଜେନାପୁର,(ପି.ଏନ୍) ଆଜିର ବ୍ୟୟବହୁଳ ବ୍ୟସ୍ତ ଜୀବନରେ ଶିକ୍ଷା ଆମ ପାଇଁ ଅମୂଲ୍ୟ ସମ୍ପଦ ଅଟେ । ଶିକ୍ଷା ଦ୍ୱାରା ମନୁଷ୍ୟ ଅସାଧ୍ୟ କାର୍ଯ୍ୟ ବିନା ଦ୍ୱିଦ୍ଧାରେ ସଫଳତା ହାସଲ୍ କରିଥାଏ । ସଂସ୍କାର ଶିକ୍ଷା ଜୀବନ ପ୍ରଗତିକୁ ଅଗ୍ରଗତି କରିଥାଏ । ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷା ପାଇଁ ଯତ୍ନବାନ୍ ଥିଲା ବେଳେ ଆଜିବି କେତେକ ବିଦ୍ୟାଳୟରେ ଶିକ୍ଷକ ବିନା ପାଠପଢା ସ୍ଥାଣୁତା ପାଲିଟିଛି । ମୋ ସରକାର ପ୍ରତିଟି ବିଦ୍ୟାଳୟ ପରିସର ଶିକ୍ଷାର ଉନ୍ନତି ସକାଶେ ଯୁଦ୍ଧତାର ସହ କାର୍ଯ୍ୟ କରୁଥିଲା ବେଳେ କେତେକ ବିଦ୍ୟାଳୟ ଅଣ ଦେଖାରେ ରହିଯାଇଛି । ସେହିପରି ଏକ ଉଚ୍ଚ ବିଦ୍ୟାଳୟ ଦୀର୍ଘ ଦିନ ଧରି ଶିକ୍ଷକ ଅଭାବରୁ ପାଠପଢା କ୍ଷେତ୍ରରେ ବାଧା ଉପୁଜିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଭିତରେ ରହିଥିବା ଜଣା ପଡ଼ିଛି। ଗତ ଗୁରୁବାର ବିଦ୍ୟାଳୟ ଚାଲୁଥିବା ସମୟରେ ଏହାର ପଛପଟ ପାଚେରୀ ର ପ୍ରାୟ ୪୦ ଫୁଟ ରୁ ଅଧିକ ହେବ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହି ସ୍କୁଲ ଟି ୧୯୬୭ ମସିହାରେ ସ୍ଥାପିତ ହୋଇଥିଲା। ଏହା ଏ ଅଞ୍ଚଳର ସର୍ବ ପୁରାତନ ସ୍କୁଲ ହୋଇଥିବାରୁ ଏହାର ବେଶ ସୁନାମ ରହିଛି। ଅଳ୍ପ କିଛି ଦିନ ପରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ଥିବା ଜଣା ପଡ଼ିଛି। ଏହି ସ୍କୁଲ ରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ୧୦ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନେ ଅଧ୍ୟୟନ କରନ୍ତି। ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୯୭ ଜଣ ଛାତ୍ରଛାତ୍ରୀ ପଠା ପଢ଼ୁଥିବା ବେଳେ ଶିକ୍ଷକ ଙ୍କ ସଂଖ୍ୟା ମାତ୍ର ୫ ଜଣ। ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀ ର ଛାତ୍ରଛାତ୍ରୀ ସଂଖ୍ୟା ୨୨୨ ରହିଛି। ସେହିପରି ନବମ ଓ ଦଶମ ଶ୍ରେଣୀରେ ୧୬୧ ଜଣ ପିଲା ଅଧ୍ୟୟନ କରୁଥିବା ବେଳେ ଶିକ୍ଷକ ଙ୍କ ସଂଖ୍ୟା ମାତ୍ର ୩ ଜଣ। ସମୁଦାୟ ୫୮୦ ପିଲାଙ୍କ ପାଇଁ ଆବଶ୍ୟକୀୟ ଶିକ୍ଷକ ନ ଥିବାରୁ ପିଲାମାନଙ୍କ ପାଠ ପଢା ରେ ଅସୁବିଧା ହେଉଥିବା ଜଣାପଡିଛି। ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ୩ ମାସ ହେବ ଅଵସର ନେଇ ସାରିଥିବା ବେଳେ ଜଣେ ଶିକ୍ଷଇତ୍ରୀ ପ୍ରଧାନ ଶିକ୍ଷକ ଙ୍କ ଦାଇତ୍ୱ ସମ୍ପାଦନ କରୁଥିବା ଜଣାପଡିଛି। ବିଦ୍ୟାଳୟ ରେ କୌଣସି ଚତୁର୍ଥ ଶ୍ରେଣୀ କର୍ମଚାରୀ ନ ଥିବା ବେଳେ ଅନ୍ୟ ସ୍କୁଲ ର ଜଣେ କର୍ମଚାରୀ ଙ୍କୁ ସାମୟିକ ଭାବେ ଆଣି କାର୍ଯ୍ୟ କରାଯାଉଛି। ଏତେ ସଂଖ୍ୟକ ପିଲା ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ କୌଣସି ଗୃହ ନଥିବାରୁ ବର୍ଷା ପାଣି ରେ ବାହାରେ ଖାଇବାକୁ ପଡ଼ୁଛି। ଯାହା ଦ୍ୱାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଦ୍ୟାଳୟ ରେ କୌଣସି ସାଇଲେକ ଷ୍ଟାଣ୍ଡ ନ ଥିବାରୁ ଏତେ ପିଲା ଙ୍କ ସାଇକେଲ ଏଣେ ତେଣେ ରହୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟ ଟି ୫ଟି ଯୋଜନା ରେ ସାମିଲ ହୋଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବା ଜଣାପଡୁଛି। ଭୁଶୁଡ଼ି ଯାଇଥିବା ପାଚେରୀ ଟି ୨୦ ବର୍ଷ ହେବ ନିର୍ମାଣ ହୋଇଥିବା ଶୁଣିବାକୁ ମିଳୁଛି। ଦୀର୍ଘ ଦିନ ର ପାଚେରୀ ର ସ୍ଥାଇତ୍ୱ କୁ ଯାଞ୍ଚ ନ କରି ତା ଉପରେ ଇଟା ଲଦି ପ୍ଲାସ୍ଟର ଓ ରଙ୍ଗ ମାରି ଟଙ୍କା ହରିଲୁଟ ହୋଇଥିବା ଆଶଙ୍କା କରାଯାଉଛି। ଭଙ୍ଗା ପାଚେରୀ କୁ ଲାଗି ରହିଥିବା ମହିଳା ଶୌଚାଳୟ ଟି ବିପଦ ସଂକୁଳ ଅବସ୍ଥାରେ ରହିଛି। ବିଦ୍ୟାଳୟ ର ଏପରି ସମସ୍ୟା ଦୀର୍ଘ ୫୬ ବର୍ଷ ର ସ୍କୁଲର ଗାରିମା ନଷ୍ଟ କରୁଛି ବୋଲି ଶିକ୍ଷାବିତ,ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଏ ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଜତ କୁମାର ମହାପାତ୍ର ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ନ ଥିବା ଜଣା ପଡ଼ିଛି। ଏଥି ପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।