ରାଜ୍ୟ

ଅମୃତ କଳସ ଯାତ୍ରା ରେ ଯୋଗ ଦେଇ ଘର ଘର ବୁଲି  ମାଟି ସଂଗ୍ରହ କଲେ ପ୍ରାକ୍ତନ ସାଂସଦ ରୁଦ୍ରପାଣି

ତାଳଚେର:ତା୧୦/୦୯:  ଶହୀଦ ମାନଙ୍କୁ ଉପଯୁକ୍ତ ସମ୍ମାନ,ଦେଶକୁ କଷ୍ଟଲବ୍ଧ ସ୍ୱାଧୀନତା ଆଣିଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଗ୍ରହ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଛି ବୋଲି ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ପ୍ରକାଶ କରିଛନ୍ତି।ଆଜି ରବିବାର ତାଳଚେର ବ୍ଲକ ଗୋବରା ଗ୍ରାମରେ ଅମୃତ କଳସ ଯାତ୍ରାରେ ସାମିଲ ହୋଇ ଶ୍ରୀ ପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ରତ୍ନ ଧର୍ମେନ୍ଦ୍ର ପ୍ରଧାନଙ୍କର ଏଭଳି ଦେଶାତ୍ମବୋଧକ, ଭାବାବେଗ,ଜନାଦୃତ ,ହୃଦୟସ୍ପର୍ଶୀକାର୍ଯ୍ୟକ୍ରମ ମୋ ମାଟି ମୋ ଦେଶ ଆଜି ଆମ ଦେଶକୁ ବିଶ୍ୱଗୁରୁ  କରିବା ପାଇଁ ଦୁଇପାଦ ଅଗ୍ରସର ହେବ ବୋଲି କହିଛନ୍ତି।ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ଯୋଗଦେଇ ସ୍ୱାଧୀନତା ର୭୫ ବର୍ଷରେ ଅମୃତ କାଳ ରେ  ଶହୀଦ,ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବାସସ୍ଥାନ ଓ ଗ୍ରାମରୁ  ଅମୃତ କଳସ ରେ ଭବ୍ୟ ପରିବେଶରେ ବୀର ମାଟି  ସଂଗ୍ରହ କରାଯିବା ସହ ସମସ୍ତ ମାଟି ପୂର୍ଣ କଳସକୁ ଦିଲ୍ଲୀ ପଠାଯାଇ ସେଠାରେ ଅମୃତ ବାଟିକା ସ୍ଥାପନ କରାଯିବ ଯାହାକି ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ।ଗୋବରା ଗ୍ରାମର ଶହୀଦ ହୋଇଥିବା ବିଜୟ କୁମାର ପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ଲୋକନାଥ ସ୍ୱାଇଁ, ବେଣୁଧର ପ୍ରଧାନ, ସୁଧାକର ପ୍ରଧାନ, ଗଣେଶ୍ୱର ପ୍ରଧାନ ଙ୍କ ଘରକୁ ଯାଇ ଘରୁ ମାଟି ସଂଗ୍ରହ କରାଯିବା ସହ ସମସ୍ତ ପରିବାର ସଦସ୍ୟ ଙ୍କୁ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ଓ କାଳନ୍ଦି ସାମଲ ସମ୍ମାନିତ କରିଥିଲେ। ଗୋବରା ପଂଚାୟତ ର ଚଣ୍ଡିକଟା ଠାରେ ପୂଜାର୍ଚ୍ଚନା କରାଯିବା ପରେ ସମାଜସେବୀ ଅପର୍ତ୍ତି ସାହୁ କଳସ ମୁଣ୍ଡାଇଥିଲେ। ଏହି ଅମୃତ କଳସ ଯାତ୍ରାରେ ପଂଚାୟତ ର ଘର ଘର ବୁଲି ମାଟି ସଂଗ୍ରହ  କରାଯାଇଥିଲା।ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ଅନୁଷ୍ଠାନ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଗୋବରା  ପଂଚାୟତ ରେ ପଂଚାୟତ ପ୍ରମୁଖ ନରେନ୍ଦ୍ର ବେହେରା ,ରତ୍ନାକର ସାହୁ,କାଳନ୍ଦି ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ରାଜେନ୍ଦ୍ର ସିଂହ,ଅଜୟ ଗୋଛାୟତ,ଅଶୋକ ସିଂହ,ଯସ୍ମୀନ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ,ସନ୍ତୋଷ କୁମାର ମହସୁପକାର,ସନତ ସାହୁ, ରୋହିତ ପ୍ରଧାନ,ଦୀପକ ଦାସ ,ଶରତ ଚନ୍ଦ୍ର ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ସାହୁ, ମନ୍ତ୍ରୀବର ପ୍ରଧାନ, ପୀତବାସ ପ୍ରଧାନଙ୍କ ସମେତ ପଂଚାୟତ ର ସମସ୍ତ ଗ୍ରାମରେ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଭବ୍ୟ ବାତାବରଣ ମଧ୍ୟରେ ଯାତ୍ରାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *