ରାଜ୍ୟ

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଶହୀଦ ରଞ୍ଜନ ମହାନ୍ତି ଙ୍କ ଘରୁ ମାଟି ସଂଗ୍ରହ

ତାଳଚେର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ଓଡ଼ିଶାର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ,ଓ ଶହୀଦ ମାନଙ୍କ ବାସସ୍ଥାନ ଓ ଗ୍ରାମରୁ  ଅମୃତ କଳସ ରେ ଭବ୍ୟ ପରିବେଶରେ ବୀର ମାଟି  ସଂଗ୍ରହ କରାଯାଇ ଦିଲ୍ଲୀରେ ଅମୃତ ବାଟିକା ସ୍ଥାପନ କରାଯିବ ଏଥିପାଇଁ ସମସ୍ତ  ଗ୍ରାମ ଗ୍ରାମ ବୁଲି ମାଟି ସଂଗ୍ରହ ଚାଲିଛି ବୋଲି ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ପ୍ରକାଶ କରିଛନ୍ତି।।ଆଜି ରବିବାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା ତାଳଚେର ବ୍ଲକ ର ଧରମପୁର ପଂଚାୟତ ରେ  ଅନୁଷ୍ଠିତ ହୋଇଯାଇଛି। ଗ୍ରାମରେ ମନ୍ଦିର ରେ ପୂଜାର୍ଚ୍ଚନା କରାଯିବା ପରେ ଅମୃତ କଳସ ଯାତ୍ରା ଆରମ୍ଭ ହୋଇଯାଇଛି।ଶହୀଦ ରଞ୍ଜନ ମହାନ୍ତି, ଓ ଦିବାକର ଗଡ଼ନାୟକ, ସ୍ୱାଧୀନତା ସଂଗ୍ରାମୀ ସୋନୁ ସାହୁ, ଓ ସୈନିକ ବାଜ ନାଏକ, ଧରଣୀଧର ମହାନ୍ତି,ଟଙ୍କଧର ମହାନ୍ତି, ପ୍ରଭଞ୍ଜନ ଗଡ଼ନାୟକ, ଆଦିତି ମହାନ୍ତି, ତପନ ମହାନ୍ତିବୁଟୁ ଗଡ଼ନାୟକ ଙ୍କ ଘରକୁ ଯାଇ ପରିବାର ଙ୍କୁ ସମ୍ମାନିତ କରାଯାଇଥିଲା

ଏବଂ ତାଙ୍କ ବାସ ସ୍ଥାନ ରୁ ମାଟି ସଂଗ୍ରହ କରାଯାଇଥିଲା।ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ଶହୀଦ ରଞ୍ଜନ ମହାନ୍ତି ଙ୍କ ବାପା ଙ୍କୁ  ସମ୍ମାନିତ କରିଥିଲେ।ଉକ୍ତ ଗ୍ରାମରେ ଶହୀଦ ଙ୍କ ପରିବାରର ସଦସ୍ୟ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷା ଶୋଭାଗିନୀ ଦାସ ଅମୃତ କଳସ କୁ ମୁଣ୍ଡ ରେ ଧରି ଗ୍ରାମରେ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ।ଭବ୍ୟ ପରିବେଶରେ ଶହ ଶହ ସଂଖ୍ୟାରେ ଗ୍ରାମବାସୀ ଏହି ଅମୃତ କଳସ ଯାତ୍ରାରେ ଘରକୁ ଘର ଯାଇ ମାଟି ଆଣିଥିଲେ।ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଙ୍ଘ, ଯୁବକ ସଙ୍ଘ, ବିଭିନ୍ନ ଅନୁଷ୍ଠାନ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଧରମପୁର ପଂଚାୟତ ର କିଶୋରପାଳ, ଧରମପୁର ବାଲିଜୋଡୀ, ଜନ୍ଦାବାହାଳ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପଂଚାୟତ ପ୍ରମୁଖ ଅଜୟ ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଆଇନଜୀବି ପେସ୍କାର ଗଡ଼ନାୟକ, ପ୍ରକାଶ ମହାରଣା,ପର୍ଶୁରାମ ବାରିକ, ମନୋଜ ପ୍ରଧାନ, ପ୍ରଶାନ୍ତ ନନ୍ଦ,ବିଭୁତି ସାହୁ, ପ୍ରଭାକର ଗଡ଼ନାୟକ,ନରେଶ ଚନ୍ଦ୍ର ବେହେରା, ନରେଶ ଚନ୍ଦ୍ର ଦାସ, ହେମନ୍ତ ଘଡେଇ, ହେମନ୍ତ ଦାସ, ସୋମନାଥ ମହାନ୍ତି, ଚନ୍ଦ୍ରଶେଖର ମହାନ୍ତି, ରଞ୍ଜିତ ଗଡ଼ନାୟକ, କୁଶ ସାମଲ, ପ୍ରଭଞ୍ଜନ ଗଡ଼ନାୟକ, ଅନିଲ ଗଡ଼ନାୟକ, ନୀଳମଣି ଗଡ଼ନାୟକ, ବୁଲ ବୁଲ ଗଡ଼ନାୟକ, ଦୀପକ ଗଡ଼ନାୟକ, ବାନାମ୍ବର ମହାନ୍ତି, ଦିବ୍ୟରଞ୍ଜନ ଦାସ, ସୁଶୀଲ ସାହୁ, ସୁବ୍ରତ ମହାନ୍ତି, ସୁଧାଂଶୁ ଦାସ, ସ୍ୱାଗତିକା ମହାନ୍ତି, ଶୋଭାଗିନୀ ଦାସ, ମିଲ୍ଲୀ ପ୍ରଧାନ, ଗୀତାଞ୍ଜଳି ବେହେରା, ଅଶ୍ୱିନୀ ମହାନ୍ତି, ଲିଲି ମହାନ୍ତି, ବନ୍ତ ଦାସ, ର ସମସ୍ତ ଗ୍ରାମରେ ଶହ ଶହ ସଂଖ୍ୟାରେ ଜନ ସାଧାରଣ ଭବ୍ୟ ବାତାବରଣ ମଧ୍ୟରେ ଯାତ୍ରାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *