ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ତରଫରୁ ଜୋନ ସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ
ଅନୁଗୁଳ:
ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ଜିଲ୍ଲା ଅଦାଲତ ପରିସରରେ ଜୋନ ସ୍ତରୀୟ ଲିଗାଲ ଲିଟ୍ରେସି ଫେଷ୍ଟିଭାଲ, ୨୦୨୩ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳର ଅଧକ୍ଷଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟ ମାନଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ଛାତ୍ର ପ୍ରୟାସ ପ୍ରତୀକ ପାଣିଗ୍ରାହୀ ପ୍ରଥମ ସ୍ଥାନ, ଭାନିରାମ ମୋଡେଲ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ଛାତ୍ରୀ ସୁଚିଶ୍ମିତା ପ୍ରିୟଦର୍ଶିନୀ ପରିଡ଼ା ଦ୍ବିତୀୟ ସ୍ଥାନ, ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞା ଭ୍ରଂଶସିତା ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ, ବୌଦ୍ଧର ଛାତ୍ର ବିକାଶ ମିର୍ଦ୍ଧା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝାରବାହାଲି, ସୋନପୁରର ଛାତ୍ର ସୋର୍ଯ୍ୟମାନ ପୂଜାହାରୀ ଦ୍ବିତୀୟ ସ୍ଥାନ, ବନ୍ତଳା ଉଚ୍ଚ ବିଦ୍ୟାଳୟ ବନ୍ଧୁଳା, ଅନୁଗୁଳର ଛାତ୍ର ଆୟୁଷ ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ହିନ୍ଦୋଳ ଉଚ୍ଚ ବିଦ୍ୟାଳୟ, ହିନ୍ଦୋଳ, ଢେଙ୍କାନାଳର ଛାତ୍ରୀ ପ୍ରକୃତି ପ୍ରଜୁଷା ପ୍ରଥମ ସ୍ଥାନ, କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ଛାତ୍ରୀ ସଂତ୍ରିପ୍ତି ସାହୁ ଦ୍ବିତୀୟ ସ୍ଥାନ, ବାଳିକା ଳିକା ଉଚ୍ଚ ବିଦ୍ୟାଳୟ, ଅନୁଗୁଳର ଛାତ୍ରୀ ଆଲିଶା ସାହୁ ତୃତୀୟ ସ୍ଥାନ ଅଧୂକାର କରିଥିଲେ। ସେହିପରି କ୍ଷୁଦ୍ର ନା ନାଟକ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ପ୍ରଥମ ସ୍ଥାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖଲାରୀ, ଅନୁଗୁଳ ଦ୍ବିତୀୟ ସ୍ଥାନ ଓ ଭୋଳେଶ୍ବର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ଭାପୁର, ଢେଙ୍କାନାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପରିଶେଷରେ ସମସ୍ତ ବିଜେତା ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଅଦାଲତର ବିଚାରପତିଗଣ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଲିଗାଲ ଲିଟ୍ରେସି କ୍ଲବର ସଦସ୍ୟ ଇତ୍ୟାଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟିକୁ ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ , ଅନୁଗୁଳ ପରିଚାଳନା କରିଥିଲେ ।