ରାଜ୍ୟ

ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ।

ବାସୁଦେବପୁର – ସ୍ଥାନୀୟ ଆମ ସାମ୍ବାଦିକ ସଂଘ ବାସୁଦେବପୁର ପକ୍ଷ ରୁ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସକାଳ ସମୟ ରେ ଗଣ ମାଧ୍ୟମ ର ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ କର୍ମ ଶାଳା ଆୟୋଜନ ହୋଇଥିଲା। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଉକ୍ତ କର୍ମ ଶାଲା କୁ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ। ସାମ୍ବାଦିକ ଅମରେଶ ବିଶ୍ବାଳ ଓ ବିକ୍ରମ କେଶରୀ ପରିଜା ଯୋଗ ଦେଇ ଗଣ ମାଧ୍ୟମ ର ପ୍ରତିନିଧି ଙ୍କୁ ଆଜିର ଗଣ ମାଧ୍ୟମ ର ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ। ଦି ପ୍ରହର ସମୟ ରେ ବାସୁଦେବପୁର ଅଞ୍ଚଳ ର ପଚାଶ ଜଣ ପ୍ରତିଯୋଗୀ ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଅଲେଖ ପରିଡ଼ା ଏହାକୁ ପରିଚାଳନା କରିଥିଲାବେଳେ ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ରମାକାନ୍ତ ଦାଂଗୁଆ ଉପସ୍ଥିତ ଥିଲେ। ସଂଧ୍ୟା ସମୟ ରେ ଏକ ସାଧାରଣ ସଭାର ଆୟୋଜନ କରା ଯାଇଛି, ମୁଖ୍ୟ ଅତିଥି ଭାବେ ସୋରୋ ବିଧାୟକ ପର୍ଶୁରାମ ଧଡା, ସମ୍ମାନିତ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ବଡ ଖବର ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗ ଦେଇଥିଲେ। ସଭାପତି କିଶୋର ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇ ଥିବା ବେଳେ ସମ୍ପାଦକ ରମାକାନ୍ତ ଡାଂଗୁଆ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶିକ୍ଷକ ଦଇତାରୀ ବେହେରା ମଞ୍ଚ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ପ୍ରଦୀପ୍ତ ମହାନ୍ତି ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲେ। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ସଦସ୍ୟ ସର୍ବେଶ୍ଵର ଜେନା, ପ୍ରତାପ କୁମାର ପାଢ଼ୀ, ଅମିୟ ମହାନ୍ତି, ସୁଶିଲ କୁମାର, ବିଭୂତି ଭୂଷଣ ପଣ୍ଡା, ସୁଶାନ୍ତ ନାୟକ, ଆନନ୍ଦ ରାଉତ, ସ୍ଵାଧୀନ ଆଲୋକ ଡ଼ା ଙ୍ଗୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ସଫଳ କରାଇ ଥିଲେ।

Leave a Reply

Your email address will not be published. Required fields are marked *