ରାଜ୍ୟ

ସଦ ଗୁରୁଦେବ ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ଙ୍କ ୧୫ ତମ ମହାସମଧି ଦିବସ ପାଳିତ l

କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣ ଚନ୍ଦ୍ର)ବ୍ରହ୍ମପୁର , ଆଜି ତା ୧୨ / ୦୯ / ୨୦୨୩ ରିଖ, ମଙ୍ଗଳବାର ଦିନ ଲାଞ୍ଜିପଲ୍ଲୀ ନୂଆଁ ବନ୍ଧ ହିଡ ସ୍ଥିତ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ଦିବ୍ୟ ଜୀବନ ସଂଘ ପକ୍ଷରୁ ସଦଗୁରୁ ଭଗଵାନ ସ୍ବାମୀ ଚିଦା ନନ୍ଦ ସରସ୍ଵତୀ ମହାରାଜ ଙ୍କ ୧୫ତମ ମହା ସମାଧି ଦିବସ ପାଳିତ କରାଯାଇଥିଲା, କଥା ବାଚକ ସଦଗୁରୁ ଭାଗବାନ ସ୍ବାମୀ ଚିଦାନନ୍ଦ ଙ୍କ ଦାସାନୁ ଦାସ ସ୍ୱାମୀ ହରି ଶରଣl ନନ୍ଦ ସରସ୍ଵତୀ ମହାରାଜ ଙ୍କ ଅଧ୍ୟକ୍ଷ ତାରେ, ପ୍ରାତଃ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ବ୍ରାହ୍ମ ମୁହୂର୍ତ୍ତ ସାଧନା, ବିଶ୍ବ ପ୍ରାଥନା, ପାଠ ହୋଇଥିଲା, ସ୍ବାମୀଜୀ କୋହିଥିଲେ ସ୍ଵାମୀ ଚିଦାନନ୍ଦ ହେଉଛନ୍ତି ଜଣେ ଜୀବନ ମୁକ୍ତ ପୁରୁଷ ସ୍ୱାମୀଜୀ କୋହୁଥିଲେ ଏହା ହେଉଛି ମୋର ଶେଷ ଜନ୍ମ ଅଟେ, ସେ ସଦା ସର୍ବଦା ସ୍ୱାମୀ ଶିବାନନ୍ଦ ଙ୍କର ଦାସାନୁ ଦାସ ବୋଲି (ଇଦମ୍ ଶରୀରମ ପୋରପୋ କାରାୟ) ବୋଲି ସେ ନିଷ୍କାମ ସେବା କରୁଥିଲେ, ୧୯୧୬ ମସିହାରେ ସେପ୍ଟେମ୍ବର ୨୪ତାରିଖ ରେ ତାମିଲନାଡୁ ରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କର ବାଲ୍ୟ ନାମ ଶ୍ରୀଧର ରାଓ ଥିଲା, ଗୁରୁ ଦେବ, ଗୁରୁନିଷ୍ଠ , କର୍ମନିଷ୍ଠ, ଭକ୍ତିନିଷ୍ଠ , ସହ ଦିବ୍ୟ ଜୀବନ ସଂଘ ର ପ୍ରସାର ପ୍ରଚାର କରି ସାରା ବିଶ୍ବ ରେ ଶିବାନନ୍ଦ ବାଣିକୁ ଘରେ ଘରେ ପହଞ୍ଚଇ ଥିଲେ, ଓ ୪୦୦ରୁ ଉର୍ଦ୍ଧ ଶାଖା ପ୍ରତିଷ୍ଠା କରିବା ସହ ଅନେକ ସନ୍ୟାସୀ, ଶିଷ୍ୟ ଶିଷ୍ୟା ତିଆରି କରି ଥିଲେ, ଢେରାଡୁନ ର ଶାନ୍ତି ଆଶ୍ରମ ରେ ଭାଦ୍ରବ ମାସ କୁଷ୍ଣ ପକ୍ଷ ତ୍ରୟଦଶୀ ତିଥି ରେ ସନ୍ଧ୍ୟା ୮ଘ ୧୫ମି ରେ ମହା ସମାଧି ହୋଇଥିଲେ, ସ୍ବାମୀଜୀ ଙ୍କୁ ଋଷିକେଶ ଠାରେ ଜଳ ସମାଧି କରାଯାଇଥିଲା, ସେ ସୃଷ୍ଟି ର ସମସ୍ତ ଜୀବକୁ ଭଲ ପାଉଥିଲେ, ସ୍ବାମୀଜୀ ସାକ୍ଷାତ ରାମ ଭଗଵାନ ଙ୍କ ଅବତାର କୋହିଲେ ଅତୁକ୍ତି ହେବନାହିଁ, ଏହି କାର୍ଯ୍ୟକ୍ରମ ରେ ପରମହଂସ ସ୍ଵାମୀ ବ୍ରହ୍ମା ନନ୍ଦ ସରସ୍ୱତୀ ଅତିଥି ଭାବେ ଯୋଗଦେଇ ଆଶିର୍ବଚନ ଦେଇଥିଲେ , ପଣ୍ଡିତ ସୁଧାଂଶୁ ଶେଖର ଦାଶ, ଆନନ୍ଦ ଚୈତନ୍ୟ, ସୁଶାନ୍ତ କୁମାର ଦାଶ, ବି ରାମଚନ୍ଦ୍ର ପାତ୍ର, ମଙ୍ଗୁଲୁ ଗୌଡ଼, ବି ଚନ୍ଦ୍ର ଶେଖର ରେଡି, ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହିଥିଲେ, ପରି ଶେଷରେ ସ୍ବାମୀଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *