ରାଜ୍ୟ

ଗଞ୍ଜେଇ ଚୋରା ଚାଲାଣରେ ୫ ଗିରଫ,୭୫କେଜି ଗଞ୍ଜେଇ ଜବତ 

ମାଲକାନଗିରି ।ତା:୧୩/୦୯ 

ଆଜି ଅବକାରୀ ବିଭାଗର କର୍ମଚାରୀମାନେ ଯାନବାହନ ଯାଞ୍ଚ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ଥିବା ବେଳେ ୭୫କେଜି ଗଞ୍ଜେଇ ଜବତ କରିଛନ୍ତି ।

ବିବରଣୀ ରୁ ପ୍ରକାଶ ଯେ,ମାଲକାନଗିରି ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜ ପଥ ଠାରେ ଅବକାରୀ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଧଳା ରଙ୍ଗର ଇନୋଭା କାରଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଉକ୍ତ କାରରୁ ୫୦ କେଜି ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ କର୍ମଚାରୀମାନେ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ମାନେ ଛତିଶଗଡ଼ ରାଜ୍ୟ ରାୟପୁର ରଘୁରାମ ରାମ, ଦେବେନ୍ଦ୍ର ସିଂ ଓ ରାକେଶ ସୋନି ବୋଲି ଜଣାପଡ଼ିଛି ।

ଅନ୍ୟ ପକ୍ଷରେ ବାଲିମେଳା ଅବକାରୀ ବିଭାଗର କର୍ମଚାରୀମାନେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ଆପନମାଲା ଠାରେ ଗାଡି ଯାଞ୍ଚ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିଥିଲେ।ସେହି ବାଇକ୍ ରେ ୨୫କେଜି ଗଞ୍ଜେଇ ରହିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇର ଅନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହି ଚୋରା ଚାଲାଣରେ ସାମିଲ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପ୍ରତାପ ବଗାମୀ ହୋଇଥିବା ବେଳେ ସେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳର ଏବଂ ଅନ୍ୟ ଜଣେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳର ଇନ୍ଦ୍ରଜିତ ବିଷୋୟୀ ବୋଲି  ଜଣା ପଡିଛି । ଏହି ୫ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଆଜି ଅବକାରୀ ନିରୀକ୍ଷକ ଅଶେଷ କୁମାର ନାୟକଙ୍କ ନେତୃତ୍ୱରେ ଜ୍ଞାନ ରଞ୍ଜନ ବେହେରା, ଅକ୍ଷୟ ଜେନା, କୃଷ୍ଣ ପ୍ରଦୀପ ଖରା, ପାଣ୍ଡବ ଟୁଡୁ, ଚନ୍ଦନ କୁମାର,ଵିପୁଲ ଜୋଦାର ପ୍ରମୁଖ ଅବକାରୀ କର୍ମଚାରୀମାନେ ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *