ରାଜ୍ୟ

କରଙ୍ଗାମାଲ ଆଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା(ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କରଙ୍ଗାମଳ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଅଖିଳ ଧରୁଆଙ୍କ ସଭାପତିତ୍ବରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମେହେର, ପ୍ରଧାନ ଶିକ୍ଷକ କରଙ୍ଗାମାଲ ଉଚ୍ଚ ବିଦ୍ୟାଳୟ, ମୁଖ୍ୟ ବକ୍ତା,ଶ୍ରୀ ଯୁକ୍ତ ଚୈତନ୍ୟ ହୋତା, ଅବସର ପ୍ରାପ୍ତ ବି. ଇ.ଓ. ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ରାଧା କାନ୍ତ ଯୋଶୀ, ଅବସରପ୍ରାପ୍ତ  ପ୍ରଧାନ ଶିକ୍ଷକ, ସମ୍ମାନିତ ଅତିଥି ଶ୍ରୀ ଯୁକ୍ତ ଜିତେନ୍ଦ୍ର ହଂସ ସି. ଆର.ସି. ସି. କରଙ୍ଗାମାଲ୍, ସମ୍ମାନିତ ଅତିଥି ଶ୍ରୀ ଶ୍ୟାମସୁନ୍ଦର ସୁନାନୀ ବରିଷ୍ଠ ସେବକ କୁଲିଙ୍ଗାମାଳ ସେବାଶ୍ରମ ବିଦ୍ୟାଳୟ, ସମ୍ମାନିତ ଅତିଥି ଶ୍ରୀ ଧନଞ୍ଜୟ ମାଝୀ ସଭାପତି, ବିଦ୍ୟାଳୟ ପରିଚାଳନା କମିଟି,ମଞ୍ଚାସିନ ରହି ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ଏକତା ରହିଲେ ବିଦ୍ୟାଳୟର ଉନ୍ନତି ହୋଇଥାଏ ଓ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ପାଇଥାଏ ବୋଲି କହିଥିଲେ। ବିଦ୍ୟାଳୟର ବିକାଶରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ସମାନ ଦାୟିତ୍ଵ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ସଭା ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଦେବ ପୂଜନ କାର୍ଯ୍ୟକ୍ରମ ହେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ବିଭିନ୍ନ ଯୋଜନା ଯଥା ଛାତ୍ର ବୃତ୍ତି,ପାଠ୍ୟକ୍ରମ,ବିଭିନ୍ନ ସହାୟତା ସଂପର୍କରେ ଜନସଚେତନ କରା ଯାଇଥିଲା । ଏହା ସହ ବିଭିନ୍ନ ବିଭାଗ ପଞ୍ଚାୟତରାଜ,ପାନୀୟ ଜଳ,ସ୍ବାସ୍ଥ୍ୟ,ଶିକ୍ଷା,କୃଷି,ଯୋଗାଣ, ମହିଳା ଓ ଶିଶୁ,ମିଶନ ଶକ୍ତି ବିଭାଗ ଯୋଗ ଦେଇ ସରକାରଙ୍କ ସୁବିଧା ସୁଯୋଗ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ। ଦ୍ଵିତୀୟ ପର୍ଯ୍ୟାୟର ଅଭିଭାବକ ଓ ଶିକ୍ଷାର୍ଥୀଙ୍କୁ

ନେଇ ରଙ୍ଗୋଲି ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଶେଷରେ ଅଭିଭାବକ ମାନେ ନିଜସ୍ୱ ମତ ପ୍ରଦାନ କରିଥିଲେ। ଶ୍ରୀ ଯୁକ୍ତ ନରେଶ ସୁନାନି ସେବକ କରଙ୍ଗାମାଳ, ମଞ୍ଚ ପରିଚାଳନା କରିଥିଲେ ବିଶେଷ ସହଯୋଗିତା, ମୀନାକ୍ଷି ପଣ୍ଡା, ସେବିକା କରାଙ୍ଗାମାଲ ସେବାଶ୍ରମ, ଶ୍ରି ଡିସେମ୍ବର ମେହେର, ସେବକ ମହୁଲପଡ଼ା ସେବାଶ୍ରମ, ଶ୍ରୀ ଯୁକ୍ତ ନରସିଂହ ପ୍ରସାଦ ନାୟକ, ବରିଷ୍ଠ ସେବକ କରଂଗାମାଲ ସେବାଶ୍ରମ ବିଦ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *