ରାଜ୍ୟ

ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

୧୨/୯: ବରଗଡ ଜିଲ୍ଲା ଭଟଲି ବ୍ଲକ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଏହି ଶିବିରରେ ଭାରପ୍ରାପ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକଙ୍କ ସମେତ,ନମିତା ପରିଡ଼ା ଓ ସୁବ୍ରତ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଭଟଲି ବ୍ଲକ ପରିସୀମାରେ ଥିବା ବିଭିନ୍ନ ପ୍ରକାରର ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ଶିବିରରେ ବରଗଡ ମୁଖ୍ୟ ଚିକିତ୍ସାଳୟର ମେଡିସିନ ,କର୍ଣ୍ଣ, ନାସା, ଗଳା,ଅର୍ଥୋପେଡିକ ଓ  ଚକ୍ଷୁ ବିଭାଗ ଉପସ୍ଥିତ ରହି  ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ପରୀକ୍ଷା କରଥିଲେି । ଏହି ଶିବିରରେ ସମୁଦାୟ ୧୩୭ଜଣ ଭିନ୍ନକ୍ଷମ ଯୋଗଦାନ କରିଥିଲେ। ଏହି ଶିବିରରେ ପରିଚୟ ପତ୍ର ପ୍ରଦାନ କରାଯିବା ସହିତ ଦକ୍ଷତାନୁଯାୟୀ ବସ୍ ପାସ୍‌, ଡି ଆର୍ ଆଇ ଲୋନ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *