ରାଜ୍ୟ

ଶିକ୍ଷକଙ୍କ ତାଲାବନ୍ଦ ଆନ୍ଦୋଳନ
ସମୂହ ଛୁଟିରେ ଶିକ୍ଷକ : ସ୍କୁଲରେ ପାଠପଢ଼ା ଠପ୍

ଗୋଲାମୁଣ୍ଡା,୧୪|୦୯ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ଥିବା ଏକ୍ସସ୍କେଡ଼ର ଶିକ୍ଷକଙ୍କୁ ବାଦ ଦେଇ ବ୍ଲକର ପ୍ରାୟ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସାମୁହିକ ଛୁଟି ନେଇ ସ୍କୁଲରେ ତାଲାପକାଇ ନିଜର ଦାବି ପୂରଣ ଉଦେଶ୍ୟରେ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଦୁଇଦିନ ହେଲା ଶିକ୍ଷକଙ୍କ ତାଲାବନ୍ଦ ଆନ୍ଦୋଳନ ଯୋଗୁ ପ୍ରତେକ ସ୍କୁଲରେ ପାଠ ପଢା ଠପ ହୋଇଯାଇଛି । ସମୁଦାୟ ୧୯୮ ଗୋଟି ସ୍କୁଲର ୧୬୭୩୨ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି ଏବଂ ଏଥିରୁ ଉଚ୍ଚ ବିଦ୍ୟାଳୟ ତଥା ନୋଡାଲ ବିଦ୍ୟାଳୟକୁ ଛାଡିଦେଲେ ମୋଟ ୧୮୨ ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଗାଁ ଗାଁ ଅନେକ ସ୍କୁଲ ଖୋଲି ଶିକ୍ଷକ ନୁଯୁକ୍ତି କରି ପାଠ ପଢ଼ାଉଥିଲେ ହେଲେ ଗତକାଲି ଠାରୁ ପାଠ ପଢା ବନ୍ଦ ହୋଇଯାଇଛି କହିଲେ ଚଳେ । ଛାତ୍ରଛାତ୍ରୀଙ୍କ ପାଠ ପଢା ବନ୍ଦ ହେବା ଫଳରେ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ଦିନରୁ ଶିକ୍ଷକ ସମୂହ ନିଜର ଦାବି ପୂରଣ ନିମନ୍ତେ ବିଭିନ୍ନ ରାଲି ଆନ୍ଦୋଳନ ଆଦି ଜାରି ରଖିଥିବା ବେଳେ ସମାନୁପାତରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଛି । ଅନ୍ୟପଟେ ଏହାର ସମାଧାନର ପନ୍ଥା ବାହାର ନକରି ସରକାର ଗରିବ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନଷ୍ଟ କରୁ ନାହାଁନ୍ତି ତ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଜୋର ଚର୍ଚ୍ଚା ଧରିଛି । ଓଡିଶା ସରକାର ଗରିବ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନଷ୍ଟ ନ ହେବାକୁ ଏକ ବିକଳ୍ପ ପନ୍ଥା ଅବଲମ୍ବନ କରି ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ପାଠପଢ଼ା କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *