ତା-୧୪/୦୯/୨୩ରିଖରେ ବରଗଡ଼ ସହରର ରେନବୋ ପବ୍ଲିକ ସ୍କୁଲ ପରିସରରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।
ହି ଅବସରରେ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ,ବରଗଡ଼ର ହିନ୍ଦୀ ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତି ରଞ୍ଜିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବାଗ ଦେବୀ ମା ସରସ୍ଵତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ବଳନ କରିବାପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଶଣ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ସିଂ ଅକେଲା ସ୍ୱାଗତ
ସମ୍ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ରାଜୀବ ଲୋଚନ ଭୋଇ ସଭାପତିତ୍ୱ କରିଥିଲେ । ହିନ୍ଦୀ ଭାଷାର ପ୍ରଚାର ପ୍ରସାର ନିମନ୍ତେ ସମାଜର ବିଭିନ୍ନ ବର୍ଗ ଆଗେଇ ଆସିବାକୁ ମତ ପ୍ରକାଶ ପାଇଥିଲା । ମୁଖ୍ୟଅତିଥି ଶ୍ରୀମତି ନାୟକ ହିନ୍ଦୀ ଭାଷା ସାହିତ୍ୟର ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବା ସହିତ ହିନ୍ଦୀ ଭାଷାର ଶୁଦ୍ଧ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର ନିଜ ବକ୍ତବ୍ୟରେ ହିନ୍ଦୀ ଦିବସ ପାଳନର ଆବଶ୍ୟକତା ବିଷୟରେ କହିଥିଲେ ।ଏହି ଅବସରରେ ସମ୍ପାଦିକା ଶ୍ରୀମତି ଚନ୍ଦନା ରଥ ହିନ୍ଦୀ ଭାଷାକୁ ରାଜ୍ୟ,ଦେଶ ତଥା ବିଶ୍ୱସ୍ତରରେ ଲୋକପ୍ରିୟ କରିବାକୁ ଆହ୍ବାନ ଦେଇଥିଲେ । ଵକ୍ତୃତା ଓ ସୁଲିଖନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ମଲ୍ଲିକ,ପାୟଲ ଅଗ୍ରୱାଲ, ଶ୍ରୀୟା ପ୍ରିୟଦର୍ଶିନୀ ସାହୁ ଓ ଦିବ୍ୟା ପ୍ରିୟଦର୍ଶିନୀ ପଣ୍ଡା ନିଜ ନିଜ ବକ୍ତବ୍ୟରେ ଜାତୀୟ ଏକତା ପାଇଁ ହିନ୍ଦୀ ଭାଷାର ଗୁରୁତ୍ଵ କେତେ,ତାହା ଦର୍ଶାଇଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ଯଶୋଦା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।