ରାଜ୍ୟ

ଜଗଦଳପୁର ପିଏଚସି ପକ୍ଷରୁ ସ୍ୱାସ୍ଥ୍ୟ ମେଳା

କୁକୁଡ଼ାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) ତା -୧୪/୯/୨୩: କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ଜଗଦଳପୁର ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏକ ସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା।ଆୟୋଜିତ ଏହି ସ୍ୱାସ୍ଥ୍ୟ ମେଳାରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଇ ଅଣ-ସଂକ୍ରାମକ ରୋଗ,ପଲ୍ଲିଏଟିଭ୍ ଏବଂ ପୁନର୍ବାସ ଚିକିତ୍ସା,ଓରାଲ୍ ପାଇଁ ଯତ୍ନ ଅନ୍ତର୍ଭୁକ୍ତ କରିବା ପାଇଁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ବାହାରେ କରାଯାଉଥିବା ବେଳେ ଚକ୍ଷୁ,ନାସା,ଗଳା,ମାନସିକ ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ପରିସ୍ଥିତି ଏବଂ ଆଘାତ ପାଇଁ ପ୍ରାଥମିକ ଚିକିତ୍ସା,ମାଗଣା ଅତ୍ୟାବଶ୍ୟକ ଔଷଧ ଓ ନିଦାନ ସେବା ଆରୋଗ୍ୟ କେନ୍ଦ୍ର ଅଧୀନରେ ବିତରଣ କରାଯାଉଛି । ଏହି ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚକ୍ଷୁ,ମଧୁମେହ ଓ ଉଚରକ୍ତଚାପ ରୋଗୀମାନଙ୍କ ଚିକିତ୍ସା କରାଯାଇଥିଲା ।ଆୟୋଜିତ ଏହି ମେଳାରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ୍ଓ ବିଜୟ କୁମାର ସୁବୁଦ୍ଧି,ଆୟୁଷ ଡାକ୍ତର ସୁନିତା ପ୍ରଧାନ,ଫାର୍ମାସିଷ୍ଟ ହେମନ୍ତ କୁମାର ପାତ୍ର,ସୁପ୍ରଭାଇଜର ଦେବରାଜ ବରାଡ଼,ଓପ୍ତୋମେଟ୍ରିଷ୍ଟ ବିଶ୍ୱଜିତ ପାଟଯୋଶୀ,କେମ୍ପ କୋର୍ଡିନେଟର ସୁନିଲ ପ୍ରଧାନ,ମାମା ପଣ୍ଡା,ୟୋଗା ଟ୍ରେନର ମାଶୋ ଭକ୍ତି,ଅଟେଣ୍ଡାଣ୍ଟ ସନ୍ତୋଷ କୁମାର ପାଢି, ଅଙ୍ଗନବାଡି କର୍ମୀ ରେଣୁକା ସାହୁ,ରୋଜି ସେଠି,ବି.ଲିଜ଼ା ପାତ୍ର,ଆଶା କର୍ମୀ ସବିତା ପାତ୍ର,ରଶ୍ମିତା ସେଠି,ମିନତୀ ସେଠି,ମଞ୍ଜୁ ସେଠି,ଭାରତୀ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *