ରାଜ୍ୟ

ଏସ୍.ଇ.ଏମ କର୍ମଚାରୀଙ୍କ ମାସିକ ଦରମା ପ୍ରଦାନ ଦାବିରେ ବିଡିଓଙ୍କୁ ଲିଖିତ ଅଭିଯୋଗ

ଗୋଲାମୁଣ୍ଡା,୧୫|୦୯ :
ଗୋଲାମୁଣ୍ଡା ବ୍ଲକରେ ଥିବା ଏସ୍.ଇ.ଏମ କର୍ମଚାରୀମାନେ ମାସିକ ଦରମା ନିୟମିତ ପାଉ ନ ଥିବା ନେଇ ବିଡ଼ିଓ ଶ୍ରୀଧର ପଣ୍ଡା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସେମାନେ ୨୦୦୧ ରୁ ୨୦୨୩ ମସିହା ପର୍ଯ୍ୟନ୍ତ ନିଜ କାର୍ଯ୍ୟ କରି ଆସୁଛନ୍ତି ହେଲେ ପ୍ରଥମେ ୫୦୦ ଟଙ୍କା ଦରମା ପାଉଥିଲେ ବର୍ତ୍ତମାନ ୨୦୦୦ ଟଙ୍କା ହୋଇଛି । ୨୦୦୦ ଟଙ୍କାକୁ ଦୈନିକ ମଜୁରୀ ହିସାବରେ ଗଣନା କଲେ ଦିନକୁ ୬୬ ଟଙ୍କା ପଡୁଛି । ଏ ନେଇ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ବହୁଥର ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇ ନ ଥିବା ଏସ୍ ଇ ଏମ କର୍ମଚାରୀମାନେ କହିଛନ୍ତି । ନିଜର ପାରିଶ୍ରମିକ ଦରମା ଟଙ୍କା ନିୟମିତ ପ୍ରଦାନ,ସରକାରୀ ସ୍ତରରେ ଜଣେ ଶ୍ରମିକର ଦୈନିକ ମଜୁରୀ ଅନୁଯାଇ ପ୍ରଦାନ କରିବାକୁ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *