ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା,,,
ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ।
02/02 ନୟାଗଡ଼/ରଣପୁର – ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରେ କିଛି ସରକାରୀ ବାବୁ ମାନଙ୍କର ଚାଲିଛି ମନମୁଖି କାର୍ଯ୍ୟ।ଖୋଲା ଖୋଲି ଉଲଙ୍ଘନ କରୁଛନ୍ତି ସରକାରୀ ନୀତି ନିୟମ… ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ମାଲପାଇ ପ୍ରଶାସନିକ ଅଧିକାରୀମାନେ ଜାଣିଶୁଣି ନଜାଣିବାର ଅଭିନୟ କରୁଥିବା ଅଭିଯୋଗ ହେଉଛି। ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅଧିନରେ ବିଭିନ୍ନ ପଞ୍ଚାୟତରେ ଚାଲିଥିବା କାମକୁ ଶ୍ରମିକ ମାନଙ୍କ ଦ୍ବାରା କରାନଯାଇ ଜେ ସି ବି ମେସିନ୍ ମାଧ୍ୟମରେ କରାଯାଉଛି। ବିଭାଗୀୟ ଅଧିକାରୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ ହୋଇଥିଲେ ମଧ୍ୟ ସେମହାଶୟ କିଛି ଜାଣି ନାହାନ୍ତି ମୁଁ ଦେଖିଲେ କହିବି କହି ଫୋନ୍ କାଟିଦେଇଥିଲେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଲକ୍ ଅନ୍ତର୍ଗତ ବୃନ୍ଦାବନ ପୁର ଗ୍ରାମ ପଞ୍ଚାୟତରେ। ସୁଚନା ମୁତାବକ ମାହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅଧିନରେ ବୃନ୍ଦାବନପୁର ଗ୍ରାମକୁ ଆସିଥିବା କାର୍ଯ୍ୟାଦଶ ର ନାମ “ସ୍କୁଲ ପୋଖରୀ ପାଖ ଖେଳ ପଡିଆ ନିର୍ମାଣ ” ଆର୍ଥିକ ବର୍ଷ 2022/2023 କାର୍ଯ୍ୟ ନିର୍ବାହୀ ସଂସ୍ଥା ବୃନ୍ଦାବନ ପୁର ଗ୍ରାମ ପଞ୍ଚାୟତ। ଅନୁଦାନ ରାଶି ପାଞ୍ଚଲକ୍ଷ।ଏହି କାର୍ଯ୍ୟ ଟିକୁ ଶ୍ରମିକ ମାନଙ୍କ ଦ୍ବାରା କରାନଯାଇ ସରକାରୀ ନିୟମ ଉଲଙ୍ଘନ କରି ପ୍ରସାଶନିକ ଅଧିକାରୀ ଙ୍କୁ ହାତକରି ଜେସିବି ଟ୍ରାକ୍ଟର ସାହାଯ୍ୟରେ ଦିନ ଦ୍ବିପହରରେ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ କାମ ଧନ୍ଦା ନପାଇ ଆମ ରାଜ୍ୟର ଶ୍ରମିକ ମାନେ ସୁରାଟ ଗୁଜୁରାଟ ଭଳି ବାହାର ରାଜ୍ୟକୁ ଦାଦନ ଖଟି ପେଟ ପୋଷିବା ପାଇଁ ଯାଉଛନ୍ତି । ଏଠାରେ ସାଧାରଣ ରେ ପ୍ରଶ୍ନ ଉଠିଛି ? ସରକାର ଙ୍କ ଏହି ଯୋଜନାରେ ଲୋକମାନଙ୍କୁ ଛାଡି କାମ ସବୁ ମେସିନ୍ ଟ୍ରାକ୍ଟର ମାଧ୍ୟମରେ କରାଯାଉଛି ଯାହା ଜବ କାର୍ଡଧାରୀ ମାନେ କରିବାକଥା ହେଲେ,? ପ୍ରସାଶନିକ ଅଧିକାରୀ ମାନେ ଜାଣି ପାରୁନାହାନ୍ତି କେମିତି ? ନା ଜାଣି ଶୁଣି କରାଉଛନ୍ତି କାମ,, ପାଉଛନ୍ତି କି ? ମୋଟା ଅଙ୍କର ମାଲ,,,। ତେଣୁ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହିତ ଲୋକମାନଙ୍କ କାମ ଜେସିବ ମେସିନ୍ ମାଧ୍ୟମରେ କରାନଯାଇ ଲୋକମାନଙ୍କ ଦ୍ଵାରା କରିବା ପାଇଁ ଅଭିଯୋଗ କରିଛନ୍ତି।