ପଥର ଖାଦାନରେ ଦୁଇଯୁବକ ଙ୍କ ମୃତ୍ୟୁ l କମ୍ପାନୀ ନାମରେ ମାମଲା ରୁଜୁ l
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) କୁକୁଡାଖଣ୍ଡି ତହସିଲ ସଦର ଥାନା ଅନ୍ତର୍ଗତ କାଲୁଆ ଛକରେ ଏକ ପଥର ଖଣି ରେ ବୁଧବାର ସନ୍ଧ୍ୟା ରେ ପଥର ଧସି ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ପଞ୍ଚାୟତ ଆଦିବାସୀ ବହୁଳ ପିଲିକାଢିହ ଗ୍ରାମର ଦୁଇଜଣ ଶ୍ରମିକ ପଥର ଖାଦାନ ରେ କାମ କରୁଥିବା ବେଳେ ଗ୍ରାନାଇଟ ପଥର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗୁରବାର ସେମାନଙ୍କ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି l ମୃତକ ଦ୍ୱୟ ହେଲେ ପିଲିକାଢିହ ଗ୍ରାମର ଗୋବିନ୍ଦ ମଳିକ ଅନ୍ୟ ଜଣେ ହେଲେ ଜଗା ମଳିକ ଏ ଦୁହେଁ ସମ୍ପର୍କୀୟ ଭାଇ l ଘଟଣା ରେ ପୋଲିସ ନିର୍ମାଣ ବିକାଶ କମ୍ପାନୀ ନାମରେ ମାମଲା ରୁଜୁ ହୋଇଥିବା ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି l ସଦରଥାନା ଅନ୍ତର୍ଗତ ମହୁରୀକାଳୁଆ ଛକ ନିକଟରେ ଥିବା ଏକ ଗ୍ରାନାଇଟ ପଥର କମ୍ପାନୀ ପାଇଁ ପଥର ଖାଦାନ ରେ କାର୍ଯ୍ୟ କରୁଥିବା ସମୟରେ ବର୍ଷା ଯୋଗୁଁ ବୃହତ ପଥର ଖଣ୍ଡ ଏମାନଙ୍କ ଉପରେ ଚାପି ହୋଇ ପଡିଥିଲା l ଫଳରେ ଘଟଣା ସ୍ଥଳରେ ଗୋବିନ୍ଦ ଓ ଜଗା ର ମୃତ୍ୟୁ ଘଟିଥିବା ଜଣାପଡିଛି l ଆହତ ମାନେ ହେଲେ ନାଲିହାଡ଼ ଗ୍ରାମ ର କୃଷ୍ଣ ବେହେରା, ଆର ଉଦୟଗିରି ର ସୁଦର୍ଶନ ବଡ଼ରଇତ l ଏ ସମ୍ପର୍କରେ ପଲିକାଢିହ ଗ୍ରାମର ବିସୁନୁ ମଳିକଙ୍କୁ କମ୍ପାନୀ ପକ୍ଷରୁ ଖବର ଦିଆଯାଇଥିଲା l ଖବର ପାଇ ଶବର ସମାଜ ସଭାପତି ରବିନ୍ଦ୍ର ମଳିକଙ୍କ ସମେତ ୧୫ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଘଟଣା ସ୍ଥଳ ରେ ପହଞ୍ଚି ବ୍ରହ୍ମପୁର ସଦର ଥାନା କୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡିଛି l ମୃତକ ଙ୍କ ପରିବାର ବର୍ଗ ଙ୍କ ଏତଲା ପ୍ରକାରେ ସଦର ଥାନାରେ ଏନେଇ 453/23ରେ ଏକ ମାମଲା ରୁଜୁ ହେବା ସହ 337/338/304 ଦଫା ପୋଲିସ ଲଗାଇଛି l ଏନେଇ କମ୍ପାନୀ ତରଫରୁ ମୃତକ ଙ୍କ ପରିବାର କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଇଥିବା ବେଳେ କମ୍ପାନୀ ର ଦାୟିତ୍ୱ ହୀନତା ଯୋଗୁଁ ଏହିପରି ଦୁଇ ଜୀବନ ଚାଲିଯାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି l ବୁଧବାର ବର୍ଷା ହେବା ସମୟ ରେ ଶ୍ରମିକ ମାନେ ପାହାଡ଼ ଉପରେ କାମ କରୁଥିବା ବେଳେ ତଳକୁ ଆସୁଥିଲେ ଅସାବଧାନ ରେ ଏକ ପଥର ବର୍ଷା ଯୋଗୁଁ ଖସିପଡ଼ିଥିଲା l ପଥର କୁଆରୀ ଗୁଡିକ ମାଇନ୍ସ ବିଭାଗ ଅଧୀନ ରେ ଆସୁଥିବା ବେଳେ ଗୁରବାର ଦୁଇଜଣିଆ ଟିମ ଘଟଣା ସମ୍ପର୍କ ରେ ଘଟନସ୍ଥଳରେ ଅନୁଧ୍ୟାନ କରିଛନ୍ତି l