ରାଜ୍ୟ

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ୍ ହେଲେ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ଦଳର ବରିଷ୍ଠ ନେତା ।

କୁକୁଡାଖଣ୍ଡି ( ଇପିଲି ପୂର୍ଣ୍ଣଚନ୍ଦ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଆହ୍ଵାନକ୍ରମେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୩ଦଫା ଦାବିପୂରଣ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୫ ଗୁରୁଦିବସରେ ରାଜ୍ୟ ସରକାର ଦାବିପୂରଣ କରିବେ ବୋଲି ଆଶା କରିଥିଲେ। ଦାବିପୂରଣ ନହେବାରୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଭାପତି ସାରଥୀ ପାତ୍ର ଙ୍କ ଅଧ୍ଯକ୍ଷତାରେ ଧାରଣା ଦେଇ ଦାବିପୂରଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରଖିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଧାରଣା ସ୍ଥଳ ରେ ପହଞ୍ଚିଲେ କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ବରିଷ୍ଠ ନେତା ସାକା ସୁଜିତ୍ କୁମାର, କୁକୁଡାଖଣ୍ଡି ଗ୍ରାମ ର ସମାଜସେବୀ ଦିଲ୍ଲୀପ କୁମାର ପାତ୍ର ଙ୍କ ସହ ଯୁବ କଂଗ୍ରେସ ନେତା ଉମେଶ ଗୌଡ଼ ଶିକ୍ଷକ ଙ୍କ ଆନ୍ଦୋଳନ କୁ ସମର୍ଥନ କରି ସେମାନଙ୍କ ଧାରଣା ରେ ଯୋଗଦେଇ ରାଜ୍ୟ ସରକାର କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ପାତରଅନ୍ତର କୁ ବିରୋଧ କରିବା ସହ ପୁରୁଣା ପେନସନ ଲାଗୁକରିବା କୁ ଦାବି ରଖିଥିଲେ ।

Leave a Reply

Your email address will not be published. Required fields are marked *