ୱାର୍ଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ମିଶନ ୧ ଲକ୍ଷ ବୃକ୍ଷ୍ୟ ରୋପଣ
ତା 0୩/୦୨/୨୦୨୩ ବ୍ରହ୍ମ ଗିରି।
ବ୍ରହ୍ମଗିରି ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଏଲ୍ ଫେୟାର ଏଜେନ୍ସି ଫର୍ ରୁରାଲ ଡେଭଲପମେଣ୍ଟ “ୱାର୍ଡ଼ “ତରଫ ରୁ ଚଳିତ ବର୍ଷ ମିଶନ ୧ ଲକ୍ଷ ବୃକ୍ଷ ରୋପଣ ନାମ ରେ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ଲଖ୍ୟ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକ୍, ପଞ୍ଚାୟତ୍, ଗ୍ରାମାଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ। ଏଥି ସହିତ ବର୍ତମାନ ସୁଧା ବ୍ରହ୍ମ ଗିରି ର ବିଭିନ୍ନ ଗ୍ରାମାଞ୍ଚଳ ରେ ୧୦ ହାଜର ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି । ବୃକ୍ଷ ରୋପଣ ହେବା ଦ୍ୱାରା ପରିବେଶ ନିୟନ୍ତ୍ରଣ, ଅମ୍ଳଜାନ ର ମାତ୍ରା ବୃଦ୍ଧି, ପୃଥିବୀ ର ତାପମାତ୍ରା କମିବା ,ଭଲ ବର୍ଷା, ମୃତ୍ତିକା ସଂରକ୍ଷଣ ଓ ତତ୍ ସହିତ ପ୍ରାକୃତିକ ବିପର୍ଯ୍ୟୟ କୁ ନିୟନ୍ତ୍ରଣ କରିବା ରେ ସହାୟ ହେବା ଓ ନିଜ ଅଞ୍ଚଳ ରେ ସବୁଜ ସୁନ୍ଦର ପରିବେଶ ଟିଏ ସୃଷ୍ଟି କରିହେବ ବୋଲିି ଅନୁଷ୍ଠାନ ର ସମ୍ପାଦକ ତଥା ପରିବେଶ ପ୍ରେମୀ ଶ୍ରୀଧର ପରିଡା ମତ ପ୍ରକାଶ କରିଛନ୍ତି