ନକଲି ମଦ ଉପରେ ଅବକାରୀ ବିଭାଗର ଚଡାଉ, ଶସୁର ବୋହୁ ଗିରଫ।
ନୂଆପଡା(ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା ଅନ୍ତର୍ଗତ ସିନାପାଲି ବ୍ଲକ ଯୋଗିବାହାଲ ଗ୍ରାମ ରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ବେଆଇନ ନକଲି ମଦ ଜବତ କରିଥିବା ବେଲେ ଗୋଟିଏ ପରିବାରର ଶଶୁର ଓ ବୋହୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ବ୍ଯକ୍ତି ହେଲେ ଯୋଗିବାହାଲ ଗ୍ରାମ ର ସୌଭାଗ୍ୟ ମେହେର (୨୭) ଓ ବନମାଲି ମେହେର (୭୦) ବୋଲି ସୂଚନା ମିଳିଛି।ସୁଚନାଯୋଗ୍ୟ ଯେ ଶନିବାର ଦିନ ନୂଆପଡା ଜିଲ୍ଲା ଅବକାରୀ ବିଭାଗ ଏଏସଆଇ ସରୋଜ କଟା ଓ ସିନାପାଲି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସଚଲା ପାଢ଼ୀ ଙ୍କ ନେତୃତ୍ବ ରେ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ବେଳେ ଯୋଗିବାହାଲ ଗ୍ରାମରେ ଚଢ଼ାଉ କରିଥିଲେ। ଯୋଗିବାହାଲ ରେ ବେଆଇନ ନକଲି ମଦ ତିଆରି କରି ବିକ୍ରୀ ହେଉଥିବା ଜାଣି ଚଢାଉ କରିଥିଲେ। ଚଢାଉ ରେ ଗୋଟିଏ ପରିବାରର ଜଣେ ମହିଲା ଓ ଜଣେ ବୃଦ୍ଧ ଲୋକଙ୍କୁ ଗିରଫ କରିଥିଲେ । ଉଭୟେ ଗୋଟିଏ ପରିବାରର ଶଶୁର ଓ ବୋହୁ ବୋଲି ଜଣାପଡିଛି। ନକଲି ବିଦେଶୀ ମଦ ଅନେକ ପ୍ରକାରର ଜବତ ହୋଇଥିବା ବେଳେ ମୋଟ ୭୮ ଲିଟର ମଦ ଜବତ କରାଯାଇଥିବା ଜଣାପଡିଛି। ତାସହିତ ଖୋଲା ମଦ ବୋତଲ ଓ ବିପୁଳ ପରିମାଣର ଠିପି ଜବତ କରାଯାଇଛି। ଏନେଇ ସିନାପାଲି ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ଟିମରେ ନୂଆପଡା ଓ ସିନାପାଲି ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।