ବୁର୍ଲା ରେ ବହୁତ ପରିବାର ନୁଆ ଖାଇ ରେ ସାମିଲ ହୋଇ ପାରିବେ ନାହିଁ,,,,,,
ବୁର୍ଲା ସହରରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଲୋକଙ୍କ ବାସସ୍ଥାନ ଓ ରୋଜଗାର ଯୋଗାଉଥିବା ଦୋକାନ ଭାଙ୍ଗିବା ପରେ ସମସ୍ତେ ଏକରକମ ଭାଙ୍ଗି ପଡିଛନ୍ତି l ନା ଅଛି ରୋଜଗାର ନା ଅଛି ବାସସ୍ଥାନ l କ୍ଷତିଗ୍ରସ୍ତ ପରିବାରରେ ଚୁଲି ଲାଗୁନାହିଁ l ଭୋକ ଉପାସରେ ଦିନ ଯାଉଚି l ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା କୁ ବି ସରକାରୀ କଳ ଧ୍ଵଂସ କରିଦେଲା,,ଏପରି ଅବସ୍ଥାରେ ନୂଆଁଖାଇ ପାଳନ କିପରି ଭାବରେ କରିବୁ ବୋଲି ବହୁତ ପରିବାର କୋହ ଭରା ଆଖିରେ କହୁଥିଲେ l ବୁର୍ଲା ସହର କୁ ଯେଉଁ ମାନେ ଏକ ଧ୍ଵଂସ ସ୍ତୁପ ରେ ପରିଣତ କଲେ ସେମାନଂକୁ ମହିଳା ମାନେ ଅଭିଶାପ ଦେଉ ଥିବା ଦେଖିବାକୁ ମିଳିଥିଲା l ବୁର୍ଲା ସହର ଟି ଲୋକଙ୍କ ପାଇଁ ଏବଂ ଲୋକମାନଙ୍କର ଦ୍ଵାରା ଗଢି ଉଠିଥିଲା l ହୀରାକୁଦ ନଦୀବନ୍ଧ ଯୋଜନା ନିର୍ମାଣ ସମୟରେ ଏହି ସହରକୁ ଓଡିଶା ତଥା ଅନ୍ୟ ପ୍ରଦେଶ ରୁ ହଜାର ହଜାର ସଂଖ୍ୟାରେ ଆସି ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ରେ କାମ କଲେ l ପରେ ପରେ ଅନ୍ୟାନ୍ୟ ସଂସ୍ଥା ଗଢି ଉଠିଛି l କେନ୍ଦ୍ର ସରକାରଙ୍କ ପାୱାର ଓ ପୂର୍ତ୍ତ ବିଭାଗ ଅଧୀନରେ ସମସ୍ତ ଜମି ଓ ସରକାରୀ କୋଠା ରହିଥିଲା, ପରବର୍ତ୍ତୀ ଜଳ ସମ୍ପଦ ଓ ବିଦ୍ୟୁତ ବିଭାଗ ଅଧିନ କୁ ଆସିଛି l ପରେ ପରେ ଯେଉଁ ସଂସ୍ଥା ଗଢି ଉଠିଛି ସେମାନଙ୍କ ନାମରେ ଆଜି ପର୍ଯ୍ୟନ୍ତ ଜମି ର ପଟ୍ଟା ହୋଇ ପାରି ନାହିଁ, ତନ୍ମଧ୍ୟରୁ ବୁର୍ଲା ଏନ୍ ଏ ସି ,ବୁର୍ଲା ଥାନା, ବୁର୍ଲା ଡାକ୍ତରଖାନା, ଇଞ୍ଜିନିୟରିଂ କଲେଜ, କେନ୍ଦ୍ରୀୟ ଜଳ କମିଶନ,ମୂର୍ତ୍ତିକା ସଂରକ୍ଷଣ, horticulture, ଜନସ୍ୱାସ୍ଥ୍ୟ, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ଯୋଗାଣ ଆହୁରି ଅନେକ୍ ଅନେକ୍ ବିଭାଗ ଅନ୍ୟତମ l ଏହାର ଉତ୍ତର କାହା ପାଖରେ ଅଛି ବୋଲି ସାଧାରଣ ଜନତା ପ୍ରଶ୍ନ କରନ୍ତି l*