ଚଣ୍ଡିଖୋଲ ଛକ ଜାତୀୟରାଜପଥ ଖାଲରେ ଧାନ ତଳି ରୋଇଲେ ଲୋକେ
ଚଣ୍ଡିଖୋଲ,୧୭/୯ (ନି. ପ୍ର.): ଚଣ୍ଡିଖୋଲ ଛକ ଦେଇ ଯାଇଥିବା ଜାତୀୟରାଜପଥ ଉପରେ ଦିର୍ଘ ଦିନ ହେଲା ବଡ଼ ବଡ଼ ଗାଢ଼ ମାନ ହୋଇଛି । ଛକ ମଧ୍ଯମ ଭାଗରୁ ୫୩ ନମ୍ବର ଜାତୀୟରାଜପଥ କୁ ସଂଯୋଗ କରୁଥିବା ୧ ନମ୍ବର ଲୂଫ ର ବୁଦ୍ଧ ମୂର୍ତ୍ତି ନିକଟରେ ଏକ ବଡ ଖାଲ ହେବାରୁ ଯାତାୟାତ ରେ ବ୍ୟାଘାତ ସୃଷ୍ଟି ହୋଇଛି।ଏ ବିଷୟରେ ଜାତୀୟରାଜପଥ କର୍ତୃପକ୍ଷ ଓ ଯାଜପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି ହୋଇ ପାରିଲା ନାହିଁ।ଶେଷରେ ଏହାର ପ୍ରତିବାଦ ସ୍ୱରୂପ ଚଣ୍ଡିଖୋଲର କିଛି ଯୁବ ସମାଜସେବୀ ମାନସ ରଂଜନ ଖଣ୍ଡାଇ, ଉଦିତ ନାରାୟଣ ମହାପାତ୍ର, ସର୍ବେଶ୍ୱର ବାରିକ ଓ ବରିଷ୍ଠ ନାଗରିକ ମାନଗୋବିନ୍ଦ ଦାଶ ପ୍ରମୂଖ ସେହି ଖାଲରେ ଧାନ ତଳି ରୋଇ ପ୍ରତିବାଦ କରିବା ସହିତ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି lଦିର୍ଘ ଦିନ ହେବ ଏହି ଖାଲରେ ପଡି ଅନେକ ଲୋକ, ବାଇକ ଚାଳକ, ଗଡ଼ିମଟର ଦୂର୍ଘଟଣା ଗ୍ରସ୍ତ ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି।ସୂଚନା ଥାଉକି ଏହି ବାଟ ଦେଇ ପାରାଦ୍ବୀପ କୁ ଶହଶହ ଲୁହାପଥର ବୋଝେଇ ଟ୍ରକ ଓ ଅନ୍ଯ ଗାଡି ଯାତାୟାତ କରିଥାଏ।