ରାଜ୍ୟ

ପବିତ୍ର ବିଶ୍ୱକର୍ମା ପୂଜାରେ ଗୁଗୁଲମିଟ୍‌ ମାଧ୍ୟମରେ ପର୍ଯ୍ୟବେକ୍ଷକ ସାମ୍ବାଦିକମାନଙ୍କ ସମାବେଶ

ଭୁବନେଶ୍ୱର,(ପି.ଏନ):ପବିତ୍ର ବିଶ୍ୱକର୍ମା ଅବସରରେ ସନ୍ଧ୍ୟା ୮.୦୦ ଘଟିକା ସମୟରେ ଗୁଗୁଲମିଟ୍‌ ମାଧ୍ୟମରେ ଦୈନିକ ପର୍ଯ୍ୟବେକ୍ଷକର ସାମ୍ବାଦିକମାନଙ୍କ କାର୍ଯ୍ୟକ୍ରମ ମୁଖ୍ୟସମ୍ପାଦକ ଡଃ ପବିତ୍ର ମୋହନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନୂଆକରି ଯୋଗଦେଇଥିବା ୫୦ ରୁ ଉଦ୍ଧ୍ୱର୍ ସାମ୍ବାଦିକମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଅନେକ ପରାର୍ମଶ ମଧ୍ୟ ଦେଇଥିଲେ । ଯୋଗଦେଇଥିବା ସାମ୍ବଦିକମାନେ ମଧ୍ୟ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଓଡ଼ିଶା ବାହାରେ କାର୍ଯ୍ୟରତ କିଛି ସାମ୍ବାଦିକ ନିଜ ନିଜର ପରିଚୟ ପ୍ରଦାନ ସହ ମତ ବିନିମୟ କରିଥିଲେ । ସୂଚନାଯୋଗ୍ୟ ମହାମାରୀ କରୋନା ସମୟରେ ଗୁଗୁଲମିଟ ଓ ଜୁମ୍‌ ପ୍ଲାଟଫର୍ମ ମାଧ୍ୟମରେ ନିୟମିତ ଏହି ପ୍ରକାର କାର୍ଯ୍ୟକ୍ରମ ହୋଇ ଆସୁଥିଲା । ଏ ବର୍ଷର ଏହା ପ୍ରଥମ କାର୍ଯ୍ୟକ୍ରମ ଥିଲା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ମୃତ୍ୟୁଜନିତ ରାଜ୍ୟବ୍ୟାପୀ ଶୋକ ଦିବସ ଯୋଗୁଁ ଫେବୃଆରୀ ୨ ରେ ଅନୁଷ୍ଠିତ ହେବାକୁଥିବା ଦୈନିକ ପର୍ଯ୍ୟବେକ୍ଷକର ରୌପ୍ୟ ଜୟନ୍ତୀ ସମାରୋହ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ଏହାର ପ୍ରସ୍ତୁତି ବିଷୟରେ ମଧ୍ୟ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଜିତ ରଞ୍ଜନ ସାହୁ, ଭୋଜରାଜ ବରିହା, ଆଲୋକ ମହାରଣା, ଦଶରଥ ମାଚା, ଇପିଲି ପୂର୍ଣ୍ଣଚନ୍ଦ୍ର,କୀର୍ତ୍ତିଚନ୍ଦ୍ର ନାଗ, କୁନୁ ସ୍ୱାଇଁ, ମାନସ ରଞ୍ଜନ ରାଉତ, ସର୍ବେଶ୍ୱର ବାରିକ, ପ୍ରଣବ ବିଶ୍ୱାଳ, ସନ୍ତୋଷୀ ସାହୁ, ସୌଦାମିନୀ ସାହୁ, ସୁବୋଧ ସାମଲ, ସୁଧାଂଶୁଶେଖର ମହାରଣା, ତାପସ କୁମାର ସାହୁ, ନିଶିକାନ୍ତ ଖଟୁଆ, ଜ୍ଞାନରଞ୍ଜନ ରାଉତ, ଦେବବ୍ରତ ଦେ, ସ୍ୱର୍ଣ୍ଣଲତା ପଣ୍ଡା, ମାନସୀ ପ୍ରତିମା ସାମନ୍ତରାୟ, ରାମଚନ୍ଦ୍ର ସ୍ୱାଇଁ, ଅନୁଦିତା ପୁରବି,ରାଜୀବ ପ୍ରଧାନ, ଘନଶ୍ୟାମ ବେହେରା ଓ ସୁନୀଲ କ୍ଷେତ୍ରିୟ ପ୍ରଭୃତି ପ୍ରମୁଖ ସାମ୍ବାଦିକମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ସୁବ୍ରତ ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *