ବଜେଟ ଉପରେ ବିଜେପି ବରିଷ୍ଟ ନେତା ଶ୍ରୀ ଯୁକ୍ତ ଗୋବିନ୍ଦ ଅଗ୍ରୱାଲ ନିଜ ପ୍ରତିକ୍ରିୟା
ସମ୍ବଲପୁର 3/2 ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମନ୍ ଙ୍କ ଦ୍ଵାରା ଆଗତ ବଜେଟ ଉପରେ ବିଜେପି ବରିଷ୍ଟ ନେତା ଶ୍ରୀ ଯୁକ୍ତ ଗୋବିନ୍ଦ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରି କହିଛନ୍ତି ଯେ ଏ ବଜେଟ ଦେଶ ର ସମସ୍ତ ବର୍ଗ ଙ୍କ ପାଇଁ ଉତ୍ତମ ଭାବରେ କାର୍ଯ୍ୟ କରିବ। ଏହି ବଜେଟ ଦେଶ ର ପ୍ରଧାନ ସେବକ କ ନେତୃତ୍ୱରେ ଚାଲିଥିବା ବିକାଶ ଧାରା ରେ ଅଗ୍ରଗତି ନେବାର ଆଶା ସଂଚାର କରିଛି। ଏହି ବଜେଟ ଏକ ଐତିହାସିକ ବଜେଟ ଅଟେ ।ଆୟକର ସ୍ଲାବ ପରିବର୍ତ୍ତନ କରିବା ଯୋଗୁଁ ମଧ୍ୟବିତ୍ତ ବର୍ଗ ଙ୍କୁ ସୁହାଇଲା ଭଳି ହୋଇଛି।ଏଥିରେ ବ୍ୟବସାୟୀ ମାନେ ମଧ୍ୟ ଉତ୍ସାହିତ ରହିବେ।ଶିକ୍ଷାର ଗୁଣବତ୍ତା ର ରୂପ କୁ ବଦଳାଇ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ,ଅନେକ ମେଡିକାଲ କଲେଜ ଖୋଲିବା ଯୋଜନା ଯୋଗୁଁ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପ୍ରାପ୍ତ ହେଇପାରିବ। ଏ ବଜେଟ ଚାଷୀ,ଗରିବ ଏବଂ ଚାକିରିଆ ଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।ଦେଖିବାକୁ ଗଲେ ଚଳିତ ବର୍ଷ ଏହା ଏକ ପ୍ରକାର ସମତୁଲ ବଜେଟ ରହିଛି।ଗ୍ରାମୀଣ ବିକାଶ କୁ ଦୃଷ୍ଟିରେ ରଖି ସଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।ଏବେ ସାରା ବିଶ୍ୱରେ ଚାଲିଥିବା ମାନ୍ଦା ଅବସ୍ଥା ସ୍ଥିତି ପାଇଁ ଏହି ବଜେଟ ଉତ୍ତମ ଅଟେ ବୋଲି ଶ୍ରୀ ଗୋବିନ୍ଦ ଅଗ୍ରୱାଲ ମତ ବ୍ୟକ୍ତ କରିଛନ୍ତି।