ରାଜ୍ୟ

ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ‘ମାଗଣା ସ୍ୱାସ୍ଥ୍ୟସେବା ଶିବିର’

ଉପକୃତ ହେଲେ ଅନୁଗୋଳର ଅଙ୍ଗାରବନ୍ଧ ଏବଂ ବଡ଼ସାହୀ ଗ୍ରାମବାସୀ

  • ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବିତରଣ
  • ଜନସାଧାରଣଙ୍କୁ ମିଳିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା

ଅନୁଗୋଳ, ୨୧ ସେପ୍ଟେମ୍ବର – ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ର ବିଶାଳ ସ୍ୱାସ୍ଥ୍ୟସେବା ଶିବିର ଗୁରୁବାର ଅନୁଗୋଳ ନିର୍ବାଚନମଣ୍ଡଳୀର ଅଙ୍ଗାରବନ୍ଧ ଏବଂ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବଡ଼ସାହୀରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହା ଦ୍ୱାରା ସ୍ଥାନୀୟ ଗ୍ରାମବାସୀମାନେ ଉପକୃତ ହୋଇଛନ୍ତି ।

ବିଭିନ୍ନ ବିଭାଗର ୨୫ ରୁ ଉର୍ଦ୍ଧ୍ୱ ଅଭିଜ୍ଞ ଡାକ୍ତର, ୫୦ରୁ ଉର୍ଦ୍ଧ୍ୱ ସେବିକା ଓ ସ୍ୱାସ୍ଥ୍ୟକର୍ମୀ ତଥା ୧୦୦ ରୁ ଅଧିକ ସ୍ୱେଚ୍ଛାସେବୀ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ହଜାର ହଜାର ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟସେବା ଶିବିରରେ ଜନସାଧାରଣଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମାଗଣା ଔଷଧ ବିତରଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସମର୍ପଣ ଅଭିଯାନରେ ଚିକିତ୍ସାରୁ ବଞ୍ଚିତ ହେଉଥିବା ଲୋକମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ । ଆସନ୍ତା ଅକ୍ଟୋବର ୨ ପର୍ଯ୍ୟନ୍ତ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୨୫ଟି ସ୍ଥାନରେ ଏହି ଶିବିରର ଆୟୋଜନ କରାଯାଇ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ଏଭଳି ଆୟୋଜନକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶଂସା କରିବା ସହ ବିକାଶ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *