ରାଜ୍ୟ

ସେମିଳିଗୁଡା ସହରରେ ଅଭିନବ ଉପାୟରେ ବିଶ୍ୱକର୍ମା ପୂଜା ମେଢ଼   

ସେମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ସହର ରେ ବିଶ୍ୱକର୍ମା ପୂଜା ଆଡ଼ମ୍ବର ଚାଲୁଛି ।ସହରରେ ଅଭିନବ ଉପାୟରେ ବିଶ୍ୱକର୍ମା ପୂଜା ମେଢ଼  ଏବେ ଚର୍ଚ୍ଚା ରେ ରହିଛି। ନନ୍ଦ ପୁର ରୋଡ ରେ ମହାରଣା ଗ୍ଲାସ ହାଉସ ଠାରେ ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଆୟୋଜନ କରାଯାଉଥିବା ବେଳେ ଚନ୍ଦ୍ରୟାନ-୩ ଆକାର ରେ ମେଢ଼ରେ ସଜାଇଚନ୍ତି।ଗ୍ଲାସ ହାଉସ ମଲ୍ଲିକ ବୁଲୁ ମାଇସ୍ତ୍ରୀ ପରିଶ୍ରମ କରି ଚନ୍ଦ୍ରୟାନ-୩ 

 ମେଢରେ କରି  ଚନ୍ଦ୍ର ଉପରେ ବିଶ୍ୱକର୍ମା ମୂର୍ତ୍ତି ବସିବା  ଓ ତାଙ୍କ ଚାରି ପଟେ ଲେଣ୍ଡର ଭୁଲିବା,ଚନ୍ଦ୍ର ପୃଷ୍ଠରେ ଦେବ ଶିଳ୍ପୀ ବିଶ୍ଵକର୍ମା ପୂଜା ପାଇଲେ ପରି ଏକ ସୁନ୍ଦର ଆଲଙ୍କରଣ କରି ସୁନାମ ଅର୍ଜନ କରି ଥିଲେ। ଏହି ଦୃଶ୍ୟ ଅଂଚଳବାସୀଙ୍କୁ ବହୁତ୍ ଆକର୍ଷିତ କରୁଛି ।ଏହି ସୁନ୍ଦର ଚନ୍ଦ୍ରୟାନ-୩  ଅଲଙ୍କରଣ ଦେଖିବା ପାଇଁ ବହୁତ ସଂଖ୍ୟା ରେ ଲୋକ ପାଉଁଛି ବୁଲୁ ଙ୍କୁ ପ୍ରଶଂସା କରୁଚନ୍ତି।ବୁଲୁ ସହ ତାଙ୍କ ଭାଇ ସଞ୍ଜୟ ଏବଂ ଅନ୍ୟ ୧୫ ଜଣ ମିଶିକି ଏହି ସୁନ୍ଦର ପ୍ରକଳ୍ପ ନୁ ତାୟରି କରିଥିଲେ।ଚନ୍ଦ୍ରୟାନ-୩ ବଣାଇବା ପାଇଁ ପ୍ରାୟ ଏକ ଲକ୍ଷ ଖର୍ଚ୍ଚ ହେଇଥିବା ବୁଲୁ ସୂଚନା ଦେଇଛନ୍ତି।ପ୍ରତି ବର୍ଷ ଦେଶ ରେ ଚର୍ଚ୍ଚିତ ଘଟଣା ଉପରେ ଏହି ପ୍ରକାର ପୂଜା ସମୟ ରେ ଅଳକରଣ କରୁଥିବା ସେ ସୂଚନା ଦେଇଛନ୍ତି।ଗତ ବର୍ଷ ଫୁଲବାମା ଆକ୍ରମଣ ଆକାର ରେ ଅଳଙ୍କରଣ,୨୦୨୧ ରେ କାରୋନା ସମସ୍ୟ ଉପରେ ମଧ୍ୟ ଅଳଙ୍କରଣ କରିଥିବା ବୁଲୁ ଠାରୁ ସୂଚନା ମିଳିଛି। ଚାଳିତ ବର୍ଷ ଚନ୍ଦ୍ରୟାନି -୩ ସଫଳ ହେଉଥିବା ଏବଂ ଦେଶ ପାଇଁ ଗର୍ବ ଅନୁଭବ କରି ଏହି ପ୍ରକଳ୍ପ କୁ ବୋନାଇଥିବା ସେ ନିଜ ମତ ପ୍ରକାଶ କରିଥିଲେ।ଗତ ଦୁଇ ଦିନ ରୁ ଏହି  ମେଢ଼ ଦେଖିବା ପାଇଁ ବହୁତ ଭିଡ଼ ଯମିଛି। report by ch kurma Rao semiliguda

Leave a Reply

Your email address will not be published. Required fields are marked *